ETV Bharat / state

ପୂଜା ପୂର୍ବରୁ ଶେଷ ହେବ ରାସ୍ତା ମରାମତି କାର୍ଯ୍ୟ, କହିଲେ CMC ମେୟର

author img

By

Published : Aug 26, 2022, 10:21 AM IST

ବିପର୍ଯ୍ୟସ୍ତ ହୋଇପଡିଛି କଟକ ସହରର ରାସ୍ତାଘାଟ । ଫଳରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସହରବାସୀ । ଏହାର ସମାଧାନ ପାଇଁ ଅନେକ ସଙ୍ଗଠନ ଆନ୍ଦୋଳନ କରୁଥିବା ଏନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ମେୟର ସୁବାସ ସିଂହ । ଅଧିକ ପଢନ୍ତୁ

CMC Commissioner reaction on road repair
ପୂଜା ପୂର୍ବରୁ ଶେଷ ହେବ ରାସ୍ତା ମରାମତି କାର୍ଯ୍ୟ, ସିଏମସି ମେୟର

କଟକ: ରାଜ୍ୟର ସର୍ବପୁରାତନ ନଗର ହେଉଛି କଟକ । ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାକୁ ହଜାର ହଜାର ଲୋକ ଆସିଥାନ୍ତି । କିନ୍ତୁ ବିପର୍ଯ୍ୟସ୍ତ ହୋଇପଡିଛି କଟକ ସହରର ରାସ୍ତାଘାଟ । ବର୍ଷ ତମାମ କଟକ ସହରର ମୁଖ୍ୟ ରାସ୍ତାକୁ ନେଇ ସମସ୍ୟା ଲାଗିରହିଥିଲେ ମଧ୍ୟ କୌଣସି ସୁଧାର ଆସୁନି । କେଉଁଠି ରାସ୍ତା ଉପରେ ଖାଲ ଖମା ତ ଆଉ କେଉଁଠି ରାସ୍ତା ଅଚାନକ ଭାବରେ ଦବି ଯାଉଛି । ବର୍ତ୍ତମାନ ସମୟରେ କଟକ ସହରର ରାସ୍ତାର ଅବସ୍ଥା ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଫଳରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସହରବାସୀ ।

ଏହା ବି ପଢନ୍ତୁ-ଆସୁଛି ପାର୍ବଣ, ରାସ୍ତା ମରାମତି ପାଇଁ କଂଗ୍ରେସର ଦାବି

ତେବେ ଏହାର ସମାଧାନ ପାଇଁ ଅନେକ ସଙ୍ଗଠନ ଆନ୍ଦୋଳନ ମଧ୍ୟ କରି ସାରିଲେଣି । ଗତକାଲି ମଧ୍ୟ ଏକ ସଙ୍ଗଠନ ରାସ୍ତା ଉପରେ ଗଡି ଗଡି ପ୍ରତିବାଦ ଜଣାଇଛନ୍ତି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ମେୟର ସୁବାସ ସିଂହ । ପ୍ରବଳ ବର୍ଷା କାରଣରୁ ରାସ୍ତାଘାଟ ବିପର୍ଯ୍ୟସ୍ତ ହେବାର ପ୍ରମୁଖ କାରଣ ବୋଲି ସେ କହିଛନ୍ତି । ପ୍ରବଳ ବର୍ଷା ଯୋଗୁଁ ଏହାର ମରାମତି କିମ୍ବା ନିର୍ମାଣ କାର୍ଯ୍ୟ ହୋଇପାରୁନାହିଁ । ଏନେଇ ସିଏମସି ସମସ୍ତ ବ୍ୟବସ୍ଥା କରୁଛି । ‘‘ବିଶେଷ କରି ଆଗକୁ ଦଶହରା ଆସୁଥିବାରୁ ଏହାର ପୂର୍ବରୁ ସହରର ରାସ୍ତଘାଟ କାର୍ଯ୍ୟ ଶେଷ କରାଯିବ ବୋଲି ମେୟର କହିଛନ୍ତି । ତେବେ ଯେଉଁମାନେ ଏହାକୁ ନେଇ ପ୍ରତିବାଦ କରୁଛନ୍ତି, ସେମାନଙ୍କର ଏହା ଗଣତାନ୍ତ୍ରିକ ଅଧିକାର । ମାତ୍ର ସେମାନେ ଏହାକୁ ଭଲ ଭାବରେ ଜାଣିବା ଉଚିତ୍‌ ଯେ ବର୍ଷା ସମୟରେ ରାସ୍ତଘାଟ ବିପର୍ଯ୍ୟସ୍ତ ହୋଇଥାଏ ’’ ବୋଲି କହିଛନ୍ତି ମେୟର ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.