ETV Bharat / state

ଜବରଦଖଲ ଯୋଗୁଁ ଶଙ୍କୁଚିତ ହେଲାଣି ରାସ୍ତା: ସରକାରୀ ପାଚେରୀକୁ ଲାଗି ହୋଇଛି ଦୋକାନ, କାର୍ଯ୍ୟାନୁଷ୍ଠାନ ଶୂନ - ଶଙ୍କୁଚିତ ହେଉଛି ଡାକବଙ୍ଗଳା ରାସ୍ତା

ଜବରଦଖଲ ଯୋଗୁ ପୂର୍ତ୍ତ ବିଭାଗର ସରକାରୀ ଡାକ ବଙ୍ଗଳା ରାସ୍ତା ଅବରୋଧ ହୋଇଛି। ସରକାରୀ ପାଚେରୀକୁ ଲାଗି ଦୋକାନ ନିର୍ମାଣ ହୋଇଥିବାବେଳେ ଦୋକାନୀଙ୍କ ଉପରେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ

road block issue in niali
ରାସ୍ତା ଅବରୋଧ ଯୋଗୁ ଅସନ୍ତୋଷ
author img

By ETV Bharat Odisha Team

Published : Sep 13, 2023, 5:08 PM IST

ରାସ୍ତା ଅବରୋଧ ଯୋଗୁ ଅସନ୍ତୋଷ

ନିଆଳି: ପୂର୍ତ୍ତ ବିଭାଗର ସରକାରୀ ଡାକ ବଙ୍ଗଳା ରାସ୍ତା ଅବରୋଧ ଯୋଗୁ ସାଧାରଣ ପ୍ରକାଶ ପାଇଛି ଅସନ୍ତୋଷ। ନିଆଳି ବଜାର ଓ ଆଖପାଖ ଅଞ୍ଚଳର ସରକାରୀ ଜମି ଜବରଦଖଲ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଜିଲ୍ଲାପାଳ ଏବଂ ନିଆଳି ତହସିଲଦାରଙ୍କୁ ଅଭିଯୋଗ କରି ନିରାଶ ହୋଇଛନ୍ତି । ସେପଟେ ଗ୍ରାମବାସୀଙ୍କଠାରୁ ଖବର ପାଇବା ପରେ ପ୍ରତିକ୍ରିୟା ପାଇଁ ଯାଇଥିବା ଗଣମାଧ୍ୟମ ଉପରେ ରାଗି ଖପ୍ପା ହୋଇଛନ୍ତି ନିଆଳି ତହସିଲଦାର । 2020 ମସିହା ଫେବୃଆରୀରୁ ନିଆଳି ତହସିଲଦାର ଭାବରେ ବିଦ୍ଯାଧର ପତି କାର୍ଯ୍ୟ କରୁଛନ୍ତି । ହେଲେ 3 ବର୍ଷ ପରେ ବି ବଦଳି ହେଉନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।

ସୂଚନା ଅନୁସାରେ, କଟକ ଜିଲ୍ଲା ନିଆଳି ତହସିଲ କାର୍ଯ୍ୟାଳୟକୁ ଲାଗି ରହିଛି ସବରେଜିଷ୍ଟ୍ରାର କାର୍ଯ୍ୟାଳୟ ତଥା ପୂର୍ତ୍ତ ବିଭାଗ ଡାକବଙ୍ଗଳା । ଏହି ସରକାରୀ କାର୍ଯ୍ୟାଳୟକୁ ଯିବା ପାଇଁ ରହିଥିବା ରାସ୍ତାରେ ନାଲି ମୋରମ ବିଛାଯାଇଥିବାବେଳେ ଏହି ରାସ୍ତା ଦେଇ ସାଧାରଣ ଲୋକେ ଏବଂ ସରକାରୀ ଅଧିକାରୀମାନଙ୍କ ଯାତାୟତରେ ସମସ୍ୟା ଉପୁଜୁଛି । ଏହି ରାସ୍ତା କଡ଼ରେ ଏବେ ଗଢ଼ି ଉଠିଛି ଦୋକାନ ଗୃହ । ତେବେ ଏହି ରାସ୍ତା ଅବରୋଧ ଓ ଦୋକାନ ଗୃହ ନିର୍ମାଣ ସମ୍ପର୍କରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ସମୟରେ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

ହେଲେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉନଥିବାରୁ ତେଜିଛି ବିରୋଧାଭାଷ । ଆଜି ଅଞ୍ଚଳବାସୀ ଏନେଇ ବିରୋଧ କରିବା ସହିତ ନିଆଳି ତହସିଲଦାର ବିଦ୍ୟାଧର ପତିଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି । "କେଉଁ ପରିସ୍ଥିତିରେ ସରକାରୀ ରାସ୍ତାରେ ତହସିଲଦାର ପାଚେରୀକୁ ଲାଗି ଦୋକାନ ଗୃହ ନିର୍ମାଣ ହୋଇଛି ? ଏ ଦିଗରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନାହିଁ ?" ଏଭଳି ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ । ତେବେ ସବରେଜିଷ୍ଟ୍ରାର କାର୍ଯ୍ୟାଳୟ ତଥା ପୂର୍ତ୍ତ ବିଭାଗ ଡାକବଙ୍ଗଳା ରାସ୍ତା ଶଙ୍କୁଚିତ ହେଉଥିବା ଦେଖିବାକୁ ମିଳିଛି ।

ଏହା ବ ପଢନ୍ତୁ...ସରକାରୀ ଜମି ଦୁର୍ନୀତି ଉପରୁ ହଠିବ ପରଦା: ବୌଦ୍ଧ ତହସିଲ କାର୍ଯ୍ୟାଳୟରୁ 197 ରେକର୍ଡ ଗାୟବ, ଥାନାରେ ମାମଲା

ତେବେ ଆସନ୍ତା 7 ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆସନ୍ତା ୨୧ ତାରିଖ ଦିନ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । ସେପଟେ ଅଭିଯୋଗର ପ୍ରତିକ୍ରିୟା ଦେବା ବଦଳରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ରାଗି ଖପ୍ପା ହୋଇଛନ୍ତି ନିଆଳି ତହସିଲଦାର ବିଦ୍ୟାଧର ପତି । ପୂର୍ତ୍ତ ବିଭାଗ ଡାକବଙ୍ଗଳା ରାସ୍ତାଟି ପ୍ରକୃତରେ କାହାର ଏବଂ କାହା ନାଁରେ ମାଲିକାନା ରହିଛି ସେନେଇ ସ୍ପଷ୍ଟୀକରଣ ଦେବା ବଦଳରେ ନାଲି ଆଖି ଦେଖାଉଥିବା ନିଆଳି ତହସିଲଦାରଙ୍କ କାର୍ଯ୍ୟକଳାପକୁ ନେଇ ସନ୍ଦେହ ଉପୁଜିଛି ।

ସବୁଠାରୁ ବିଡ଼ମ୍ବନାର ବିଷୟ 2020 ମସିହା ଫେବୃଆରୀ ମାସରେ ଯୋଗ ଦେଇଥିବା ନିଆଳି ତହସିଲଦାରଙ୍କ କାର୍ଯ୍ୟକାଳକୁ 3 ବର୍ଷ ବିତି ସାରିଥିଲେ ବି ଅନ୍ୟତ୍ର ବଦଳି ହେଉନଥିବାରୁ "ବଦଳି ନ ହେବା ପଛର କାରଣ କ'ଣ ରହିଛି ?" ବୋଲି ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ । ତେବେ ସବରେଜିଷ୍ଟ୍ରାର କାର୍ଯ୍ୟାଳୟ ତଥା ପୂର୍ତ୍ତ ବିଭାଗ ଡାକବଙ୍ଗଳା ରାସ୍ତା ଶଙ୍କୁଚିତ ଓ ଅବରୋଧ ଦିଗରେ କଟକ ଜିଲ୍ଲାପାଳ ଓ ରାଜସ୍ବ ବିଭାଗ ଦୃଷ୍ଟି ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।‌

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.