ETV Bharat / state

ହକି ବିଶ୍ୱକପ ପୂର୍ବରୁ ଗଡଖାଇ ପାଇବ ନୂଆ ରୂପ, ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ - ହକି ବିଶ୍ବକପ୍‌ ପୂର୍ବରୁ ସଜେଇ ହେଉଛି କଟକ

ହକି ବିଶ୍ବକପ୍‌ ପୂର୍ବରୁ ସଜେଇ ହେଉଛି କଟକ । ସହରର ରାସ୍ତାଘାଟ ତଥା ଐତିହ୍ୟସ୍ଥଳର ସୌନ୍ଦର୍ଯ୍ୟକରଣ ଉପରେ ପ୍ରଶାସନ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଉଛି । ଏହି କ୍ରମରେ କଟକ ବାରବାଟୀ ଦୂର୍ଗ ନିକଟରେ ଥିବା ଗଡଖାଇ ଜଳରାଶିର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

gadakhai  moat
ଗଡଖାଇ ଜଳରାଶି
author img

By

Published : Jan 1, 2023, 12:28 PM IST

ହକି ବିଶ୍ୱକପ ପୂର୍ବରୁ ଗଡଖାଇ ପାଇବ ନୂଆ ରୂପ

କଟକ: ଏଣିକି କାଚ କେନ୍ଦୁ ପାଣି ପରି ଚମକିବ କଟକ ଐତିହାସିକ ବାରବାଟୀ ଦୁର୍ଗ ଗଡଖାଇର ଜଳରାଶି । ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ତଥା ହର୍ବାଲ ଟ୍ରିଟମେଣ୍ଟ ସହ ସିଏମସି ପକ୍ଷରୁ ଆରମ୍ଭ ହୋଇଛି ପୁନରୁଦ୍ଧାର କାର୍ଯ୍ୟ । ଏଥିପାଇଁ କାଶ୍ମୀରର ଡାଲ ଲେକରୁ ଆସିଛି ମେସିନ । ଏହି ମେସିନ ସାହାଯ୍ୟରେ ଦଳ ସଫା କାମ ଆରମ୍ଭ କରାଯାଇ ପଙ୍କ, ପାଣିର ହର୍ବାଲ ଟ୍ରିଟ୍‌ମେଣ୍ଟ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ: ଆସିଛି ନୂଆବର୍ଷ, ଶ୍ରୀଅରବିନ୍ଦଙ୍କ ପାଖରେ ନବବର୍ଷ ପାଳିଲେ କୋରାପୁଟବାସୀ

ହକି ବିଶ୍ବକପ ପୂର୍ବରୁ ଦୁର୍ଗର ସମ୍ମୁଖ ଭାଗ ପାଣିକୁ ସଫା କରାଯାଇ ସୁନ୍ଦର ଆଲୋକିକରଣ କରାଯିବ । ବର୍ଷକୁ ଖର୍ଚ୍ଚ ହେବ ସାଢେ ତିନି କୋଟି ଟଙ୍କା । କଟକ ସହରର ଗର୍ବ ଗୌରବ ତଥା ପରିଚୟ ହେଉଛି ଐତିହାସିକ ବାରବାଟୀ ଦୁର୍ଗ । ଦଶନ୍ଧି ଦଶନ୍ଧି ଧରି ସୌନ୍ଦର୍ଯ୍ୟକରଣ ଓ ପୁନରୁଦ୍ଧାର ପ୍ରକିୟା ଚାଲିଛି । ଏହି କାମ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅତୀତରେ ୨୦୧୦ ମସିହାରେ ୧୭ କୋଟି ଟଙ୍କା, ଏଏସ ଆଇ ବା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ନିକଟରେ ପଇଠ କରିବା ପରେ ମଧ୍ୟ ବିଭାଗ କ୍ରିୟାଶୀଳ ହେଲା ନାହିଁ ବୋଲି କଟକ ମହାନଗର ନିଗମ ମେୟର ଅଭିଯୋଗ ଆଣିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: New Year 2023: ମହାପ୍ରଭୁଙ୍କ ଦର୍ଶନରୁ ନୂଆବର୍ଷ ଆରମ୍ଭ, ଲୋକାରଣ୍ୟ ଶ୍ରୀକ୍ଷେତ୍ର

ତେବେ ବାରବାଟୀ ଦୁର୍ଗକୁ ଘେରି ରହିଥିବା ଦୁଇ କିଲୋମିଟର ଦୀର୍ଘ ଗଡଖାଇ ଦୁର୍ଗର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାମ ପାଇଁ ଏବେ ଅଣ୍ଟା ଭିଡ଼ିଛି ସିଏମସି । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏଥି ପାଇଁ ଅର୍ଥ ମଞ୍ଜୁର କରିବା ପରେ ଆଧୁନିକ ମେସିନ ଓ ବୈଷୟିକ ଜ୍ଞାନ କୌଶଳ ସହ କାମ ଆରମ୍ଭ କରିଛି ସିଏମସି । ସିଏମସି ମେୟର ସୁବାସ ସିଂ ଅନ୍ୟ କର୍ପୋରେଟର ଏବଂ ଅଧିକାରୀଙ୍କୁ ସାଥୀରେ ଧରି ଗଡଖାଇ କାମ ଦେଖିବା ସମୀକ୍ଷା କରିଛନ୍ତି । ବଡ କଥା ହେଉଛି ଏଥର କାଶ୍ମୀରର ଡାଲ ଲେକ୍‌ର ଯେଉଁଭଳି ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ କାମ ହୋଇଛି ସେହି ଭଳି କାମ ଏଠାରେ କରାଯାଉଛି । ସେଥି ପାଇଁ କାଶ୍ମୀରରୁ ଅତ୍ୟାଧୁନିକ ମେସିନ ସହ ପଙ୍କକୁ ମିଳାଇବା ଓ ପାଣି ସଫା କାମ ପାଇଁ କାଓ-ନି-ମେକ୍ସ ଟ୍ରିଟମେଣ୍ଟ କରାଯାଉଛି । ଏହି କାମ ପାଇଁ ବର୍ଷକୁ ସାଢେ ତିନି କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ ହେବ ଏବଂ ଏହି ପ୍ରକିୟା ପାଞ୍ଚ ବର୍ଷ ପାଇଁ ଚାଲିବ ବୋଲି କହିଛନ୍ତି ମେୟର ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.