ETV Bharat / state

‘ସ୍ଥାନ ସଂରକ୍ଷଣ ନିଷ୍ପତ୍ତି ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢାଇବ’ - କଟକ ଜିଲ୍ଲାପାଳ

ସରକାରୀ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥାନ ସଂରକ୍ଷଣ ନିଷ୍ପତ୍ତି ଦ୍ବାରା ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି । ଅଧିକ ପଢନ୍ତୁ...

Reservation decision will increase students' interest for government schools: Cuttack Collector
ସ୍ଥାନ ସଂରକ୍ଷଣ ନିଷ୍ପତ୍ତି ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢାଇବ: ଜିଲ୍ଲାପାଳ
author img

By

Published : Dec 29, 2020, 8:16 AM IST

କଟକ: ସରକାରୀ ସ୍କୁଲରେ ପାଠ ପଢିଲେ ଡାକ୍ତରୀ କିମ୍ବା ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାରେ ସ୍ଥାନ ସଂରକ୍ଷଣ ରହିବ । ସୋମବାର ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏହା ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି । ତେବେ ଏହାଦ୍ବାରା ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରଙ୍କ ଆଗ୍ରହ ବଢିବ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ କହିଛନ୍ତି ।

ସ୍ଥାନ ସଂରକ୍ଷଣ ନିଷ୍ପତ୍ତି ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢାଇବ: ଜିଲ୍ଲାପାଳ

ସୋମବାର ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ବିଭିନ୍ନ ଯୋଜନା ଉପରେ ମୋହର ଲାଗିଥିବା ବେଳେ ଏହି ନିଷ୍ପତ୍ତି ଉପରେ ମଧ୍ୟ ମୋହର ବାଜିଛି । ଏହି ନିଷ୍ପତ୍ତି ଅନେକ ଛାତ୍ରଛାତ୍ରୀଙ୍କୁ ସରକାରୀ ସ୍କୁଲରେ ପାଠ ପଢିବା ପାଇଁ ଆଗ୍ରହ ସୃଷ୍ଟି କରିବ । ତାହା ସହ ପାଠପଢାର ମାନ ବୃଦ୍ଧି ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଦିନକୁ ଦିନ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମୁଥିବା ବେଳେ ବେସରକାରୀ ସ୍କୁଲରେ ପାଠ ପଢିବା ପାଇଁ ପିଲାମାନଙ୍କ ଆଗ୍ରହ ବଢୁଛି । ତେବେ ଏଭଳି ସ୍ଥିତିରେ ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ସରକାରୀ ବିଦ୍ୟାଳୟରେ ପାଠପଢିବାକୁ ପିଲାମାନଙ୍କ ଆଗ୍ରହ ବଢିବ ବୋଲି ଚର୍ଚ୍ଚା ହେଉଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.