ବାରିପଦା : ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମୟୁରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ପେରେଡ଼ ପଡିଆ ଠାରେ ୭୨ତମ ଗଣତନ୍ତ୍ର ଦିବସରେ ମନ୍ତ୍ରୀ ସୁଶାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପେରେଡ଼ ଅଭିଭାଷଣ ଗ୍ରହଣ କରିଥିଲେ। ରିଜର୍ଭ ପୁଲିସ ପେରେଡ଼ ପଡିଆ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୟୁରଭଞ୍ଜ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସମ୍ମାନିତ ଅତିଥିଭାବେ ଉପସ୍ଥିତ ରହିଥିଲେ। କୋରୋନା କଟକଣା ମଧ୍ୟରେ କେବେଳ ପୋଲିସ ବାହିନୀ ଦ୍ବାରା ମୁହଁରେ ମାସ୍କ ଓ ସାମାଜିକ ଦୂରତ୍ବ ରଖି ଆଜିର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅଵସରରେ ମୁଖ୍ୟ ଅତିଥୀଙ୍କ ଦ୍ବାରା ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ରାଜ୍ୟରେ କୋରୋନାର ସ୍ଥିତି ସମ୍ପର୍କରେ ଓ କୋଭିଡ ଯୋଧ୍ୟା ମାନଙ୍କ ବଳିଦାନକୁ ମନେ ପକାଇଛନ୍ତି। ପବିତ୍ର ଦିବସରେ ପ୍ୟାରେଡ଼ରେ କୋଭିଡ ଯୋଧ୍ୟା ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ବିଭାଗର ମୁଖ୍ୟ ମାନଙ୍କ ଠାରୁ କୋଭିଡ ଯୋଧ୍ୟା ମାନେ ପୁରସ୍କାର ଗ୍ରହଣ କରିବେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପୁଲିସ ଓ ଜିଲ୍ଲା ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହିଥିଲେ।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଇଟିଭି ଭାରତ