ETV Bharat / state

ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଅନ୍ତେବାସୀଙ୍କ ଧାରଣା ଜାରି, ବର୍ଷାରେ ବସି ନ୍ୟାୟ ମାଗିଲେ ଛାତ୍ର - ବର୍ଷାରେ ବସି ନ୍ୟାୟ ମାଗିଲେ ଛାତ୍ର

ରେଭେନ୍ସା ବିଶ୍ଵବିଦ୍ୟାଳୟର ହଷ୍ଟେଲ ଅନ୍ତେବାସୀଙ୍କ ଧାରଣା ଜାରି ରହିଛି । ଇଷ୍ଟ ହଷ୍ଟେଲ କର୍ମଚାରୀଙ୍କ ସହ ଗଣ୍ଡଗୋଳ ଘଟଣାରେ ୭ ଜଣ ଛାତ୍ରଙ୍କୁ ନିଲମ୍ବିତ ହେବା ଘଟଣାକୁ ବିରୋଧ କରି ପ୍ରବଳ ବର୍ଷାରେ ନିଜର ଅଧିକାର ପାଇଁ ନ୍ୟାୟ ମାଗିଛନ୍ତି ଛାତ୍ର । ଅଧିକ ପଢ଼ନ୍ତୁ

Ravenshaw university students stages dharna
ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଅନ୍ତେବାସୀଙ୍କ ଧାରଣା
author img

By ETV Bharat Odisha Team

Published : Sep 2, 2023, 7:04 PM IST

ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଅନ୍ତେବାସୀଙ୍କ ଧାରଣା

କଟକ: ରେଭେନ୍ସା ବିଶ୍ଵବିଦ୍ୟାଳୟର ଇଷ୍ଟ ହଷ୍ଟେଲ ଅନ୍ତେବାସୀଙ୍କ ଜାରି ରହିଛି ଧାରଣା ଓ ପ୍ରତିବାଦ । ପ୍ରବଳ ବର୍ଷାରେ ନିଜର ଅଧିକାର ପାଇଁ ନ୍ୟାୟ ମାଗିଛନ୍ତି ଛାତ୍ର । ରେଭେନ୍ସା ମୁଖ୍ୟ ଗେଟ ସାମ୍ନାରେ ବର୍ଷାକୁ ଖାତିର ନକରି ବସି ଛାତ୍ରର ଅଧିକାର ଦାବି କରି ଧାରଣାରେ ବସିଛନ୍ତି । ଇଷ୍ଟ ହଷ୍ଟେଲ କର୍ମଚାରୀଙ୍କ ସହ ଗଣ୍ଡଗୋଳ ଘଟଣାରେ ୭ ଜଣ ଛାତ୍ରଙ୍କୁ ନିଲମ୍ବିତ ହେବା ଘଟଣାକୁ ବିରୋଧ କରି ଏହି ପ୍ରତିବାଦ କରାଯାଉଛି । ସେମାନଙ୍କ ଉପରେ ଲାଗିଥିବା ନିଲମ୍ବନ ଆଦେଶକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଛାତ୍ରମାନେ ଦାବି କରିଛନ୍ତି ।

ରେଭେନ୍ସା ବିଶ୍ଵବିଦ୍ୟାଳୟ ହଷ୍ଟେଲ ଗଣ୍ଡଗୋଳ ଘଟଣାରେ ୭ ଜଣ ଛାତ୍ରଙ୍କ ବିରୋଧରେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ୬ ଜଣ ଛାତ୍ରଙ୍କୁ ଇଷ୍ଟ ହଷ୍ଟେଲରୁ ବହିଷ୍କାର କରିଛନ୍ତି । ଏମାନଙ୍କ ମଧ୍ୟରୁ ୩ ଜଣ ଛାତ୍ରଙ୍କୁ ଦୁଇଟି ସେମିଷ୍ଟର ପାଇଁ ବାରଣ କରାଯାଇଥିବା ବେଳେ କଲେଜ କ୍ୟାମ୍ପସ ଆସିବାକୁ ମନା କରାଯାଇଛି । ଅନ୍ୟ ତିନି ଜଣ ଛାତ୍ରଙ୍କ ଆଚରଣକୁ ସଂରକ୍ଷଣରେ ରଖାଯାଇଛି । ବାକି ଜଣେ ଛାତ୍ରକୁ ଦୁଇଟି ସେମିଷ୍ଟାରରୁ ବାଦ ଦିଆଯାଇଥିବା ବେଳେ କ୍ୟାମ୍ପସ ଆସିବା ପାଇଁ ବାରଣ କରାଯାଇଛି । ଗତ ୧୧ ଓ ୧୨ ତାରିଖରେ ଇଷ୍ଟ ହଷ୍ଟେଲର ସୁରକ୍ଷା କର୍ମୀ ଓ ୱାର୍ଡ଼େନଙ୍କ ସହ ଗଣ୍ଡଗୋଳ ହୋଇଥିବା କାରଣରୁ ସଂପୃକ୍ତ ଛାତ୍ରଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ । ଯାହାକୁ ନେଇ ଏହି ବିରୋଧ ଜାରି ରହିଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏପରି ପ୍ରତିବାଦ ସହ ଧାରଣା ଜାରି ରହିବ ବୋଲି ପ୍ରତିବାଦ କରୁଥିବା ଛାତ୍ରମାନେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ରେଭେନ୍ସା ଦ୍ୱିତୀୟ କ୍ୟାମ୍ପସ ସ୍ଥାନାନ୍ତରକୁ ବିରୋଧ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ଛାତ୍ରଛାତ୍ରୀ

ଅନ୍ୟପଟେ ସେଲଫ୍ ଫାଇନାନ୍ସ କୋର୍ସର ଛାତ୍ରଛାତ୍ରୀ ମାନେ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ସେପ୍ଟେମ୍ବର ମାସ ୪ ତାରିଖକୁ ରେଭେନ୍ସା ବିଶ୍ୱବିଦ୍ୟାଳୟର ନରାଜ ସ୍ଥିତ ଦ୍ଵିତୀୟ କ୍ୟାମ୍ପସକୁ ସେଲ୍ପ ଫାଇନାନ୍ସ କୋର୍ସର ଚାରୋଟି ବ୍ରାଞ୍ଚକୁ ତରବରିଆ ଭାବରେ ସ୍ଥାନାନ୍ତର କରିବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ ବିରୋଧ କରି ଧାରଣାରେ ଛାତ୍ରଛାତ୍ରୀ ବସିଛନ୍ତି । କୌଣସି ଆନୁଷଙ୍ଗିକ ସୁବିଧା ନଥାଇ ଓ ଆଲୋଚନା ନକରି ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନେଇଥିବା ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବି ହୋଇଛି । ଯେପର୍ଯ୍ୟନ୍ତ ଦାବି ପୂରଣ ନହେବ ସେପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଛାତ୍ରଛାତ୍ରୀ କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.