କଟକ: ସୂର୍ଯ୍ୟ ପରାଗରେ ଖାଦ୍ୟ ଖାଇବାକୁ ନେଇ ଟାର୍ଗେଟରେ ହେତୁବାଦୀ । ଏହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି । ଏନେଇ ହେତୁବାଦୀଙ୍କୁ ବିଭିନ୍ନ ମହଲରୁ ଆସୁଛି ହତ୍ୟା ଧମକ । ସୂର୍ଯ୍ୟ ପରାଗରେ ଖାଦ୍ୟ ଭକ୍ଷଣ କଲେ ଶରୀରର କୌଣସି କ୍ଷତି ଘଟେନି । ଏହା ହିଁ କରିବାର ଆମର ଉଦ୍ଦେଶ୍ୟ । ଆମେ କୌଣସି ଧର୍ମୀୟ ଭାବନା ସହ ଖେଳ ଖେଳିନୁ ବୋଲି କହିଛନ୍ତି ହେତୁବାଦୀ ଦେବେନ୍ଦ୍ର ସୁତାର । କିନ୍ତୁ ତାମାନେ ନୁହେଁ ଯେ ସିଧାସଳଖ ମତେ ହତ୍ୟା ଧମକ ଦିଆଯିବ । ତେଣୁ ବାଧ୍ୟ ହୋଇ ଏନେଇ ମର୍କତ ନଗର ଥାନାରେ ଏତଲା ଦାୟର କରିଥିବା କହିଛନ୍ତି ଦେବେନ୍ଦ୍ର ସୁତାର । ଅଜଣା ଫୋନ କଲରୁ ହତ୍ୟା ଧମକ ଦିଆଯିବା କେତେ ଦୂର ଯୁକ୍ତିଯୁକ୍ତ । ତେଣୁ ଏହି ଦିଗରେ ସୁରକ୍ଷା ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି ସେ ।
ଅନ୍ୟପଟେ ସୂର୍ଯ୍ୟ ପରାଗରେ ଚିକେନ ଵିରିୟାନୀ ଖାଇବା, ବାଣ୍ଟିବା ଓ ହିନ୍ଦୁ ଧର୍ମ ଏଵଂ ଵ୍ରାହ୍ମଣ ମାନଙ୍କ ଵିରୋଧରେ ଅରୁଚିକର ମନ୍ତବ୍ୟ ଦେବା ଅଭିଯୋଗ କରି ହେତୁଵାଦୀ ସଙ୍ଗଠନ ଵିରୋଧରେ କଟକ ମର୍କତନଗର ଥାନାରେ ଏତଲା ହୋଇଛି । ଜଗନ୍ନାଥ ଚାରଣ ଗୋଷ୍ଠୀ ଓ ନିଖିଳ ଉତ୍କଳ ପ୍ରଵକ୍ତା ପରିଷଦ ପକ୍ଷରୁ ମର୍କତନଗର ଥାନାରେ ଏତଲା ଦିଆଯାଇଥିବା ସୂଚନା ମିଳିଛି। ହେତୁଵାଦୀ ସଙ୍ଗଠନର ଦେଵେନ୍ଦ୍ର ସୁତାର ଓ ପ୍ରତାପ ରଥଙ୍କ ଵିରୋଧରେ ମଧ୍ୟ ଥାନାରେ ଏତଲା ଦିଆଯାଇଛି । ଏତଲାକାରୀଙ୍କ ଅଭିଯୋଗ ଅନୁଯାୟୀ ପରାଗରେ ଚିକେନ ଵିରିୟାନୀ ଖାଇଲେ ଵା ଖୁଆଇଲେ କୌଣସି ସମସ୍ୟା ନାହିଁ । କିନ୍ତୁ ଏହାକୁ ନେଇ ଧର୍ମ,ଜାତିକୁ ଆକ୍ଷେପ କରିବା ନିନ୍ଦନୀୟ ଅଟେ । ତେଣୁ ସମ୍ପୃକ୍ତ ସଙ୍ଗଠନ ଓ ଵ୍ୟକ୍ତି ଵିଶେଷଙ୍କ ଵିରୋଧରେ କାର୍ଯ୍ୟାନୁଷ୍ଠାନ ଓ ସେମାନେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ପାଇଁ ଦାବି କରିଛନ୍ତି ଜଗନ୍ନାଥ ଚାରଣ ଗୋଷ୍ଠୀ ଓ ଅନ୍ୟ ହିନ୍ଦୁବାଦୀ ର ସଙ୍ଗଠନ ଗୁଡ଼ିକ ।
ଇଟିଭି ଭାରତ, କଟକ