ETV Bharat / state

ବାରବାଟୀ ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୧୪ବର୍ଷ ଜେଲ, ୫ ଲକ୍ଷ ଅର୍ଥଦଣ୍ଡ - ବାରବାଟୀ ଷ୍ଟାଡି଼ୟମ ନାବାଳିକା ଦୁଷ୍କର୍ମ ଘଟଣା

୨୦୧୪ ମସିହା ବାରବାଟୀ ଷ୍ଟାଡି଼ୟମ ନାବାଳିକା ଦୁଷ୍କର୍ମ ଘଟଣା । ଅଭିଯୁକ୍ତକୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ପୋକ୍ସୋ ଅଦାଲତ । ଅଧିକ ପଢନ୍ତୁ...

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ପୋକ୍ସୋ ଅଦାଲତଙ୍କ ୧୪ବର୍ଷ ଜେଲ ଦଣ୍ଡାଦେଶ

author img

By

Published : Nov 12, 2021, 3:16 PM IST

Updated : Nov 12, 2021, 4:38 PM IST

କଟକ: ବାରବାଟୀ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ୧୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କଲେ କଟକ ସ୍ବତନ୍ତ୍ର ପୋକ୍ସୋ ଅଦାଲତ। ଏହାସହିତ ଅନାଦେୟ ୬ମାସ ଜେଲଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି ଅଦାଲତ ।

ବାରବାଟୀ ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୧୪ବର୍ଷ ଜେଲ, ୫ ଲକ୍ଷ ଦେବ କ୍ଷତିପୂରଣ

୨୦୧୪ ମସିହାରେ ବାରବାଟୀ ଷ୍ଟାଡିୟମ ନିକଟରେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିଲା । ଅଭିଯୁକ୍ତ ଜଣକ ହେଉଛନ୍ତି ଅଜୟ ସାମଲ । ଏଥିସହ ନାବାଳିକାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଥାଉ କି ଅଭିଯୁକ୍ତ ଅଜୟ ସାମଲ ରିକ୍ସା ଚଲାନ୍ତି । ୨୦୧୪ ମସିହାରେ କଟକ ଷ୍ଟେସନବଜାର ଅଞ୍ଚଳରୁ ଜଣେ ନାବାଳିକାଙ୍କୁ ଅପହରଣ କରି ବାରବାଟୀ ଷ୍ଟାଡିୟମ ନିକଟରେ ଦୁଷ୍କର୍ମ କରିଥିଲେ ।

ଘଟଣା ଘଟିବାର ୨ ଦିନ ପରେ ଚାଇଲ୍ଡ଼ ଲାଇନ ନାବାଳିକା ଜଣଙ୍କୁ ଉଦ୍ଧାର କରି ଏନେଇ ମହିଳା ଥାନାରେ ଏତଲା ଦେଇଥିଲେ । ତେବେ ଏହି ଘଟଣାର ବିଚାର କରି କଟକ ସ୍ବତନ୍ତ୍ର ପୋକ୍ସୋ ଅଦାଲତ ଅଭିଯୁକ୍ତଙ୍କୁ ୧୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ନାବାଳିକାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Nov 12, 2021, 4:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.