ETV Bharat / state

ରତ୍ନଭଣ୍ଡାର ଚାବି ମାମଲା: କମିଶନଙ୍କ ରିପୋର୍ଟ ସାର୍ବଜନୀନରେ ବିଳମ୍ବ ନେଇ ସରକାରଙ୍କ ଉପରେ ବର୍ଷିଲେ ହାଇକୋର୍ଟ

author img

By ETV Bharat Odisha Team

Published : Dec 15, 2023, 2:25 PM IST

Updated : Dec 15, 2023, 3:20 PM IST

High Court order status report on Ratnabhandar Key missing: ହାଇକୋର୍ଟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲା । ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ସାର୍ବଜନୀନ ପ୍ରସଙ୍ଗରେ ଶୀଘ୍ର ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ। ଜାନୁଆରି ପ୍ରଥମ ସପ୍ତାହରେ ହାଇକୋର୍ଟଙ୍କ ପରବର୍ତ୍ତୀ ଶୁଣାଣି। ଅଧିକ ପଢ଼ନ୍ତୁ,

ହାଇକୋର୍ଟରେ ରତ୍ନଭଣ୍ଡାର ମାମଲା: ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ
ହାଇକୋର୍ଟରେ ରତ୍ନଭଣ୍ଡାର ମାମଲା: ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

ରତ୍ନଭଣ୍ଡାର ଚାବି ମାମଲା: କମିଶନଙ୍କ ରିପୋର୍ଟ ସାର୍ବଜନୀନରେ ବିଳମ୍ବ ନେଇ ସରକାରଙ୍କ ଉପରେ ବର୍ଷିଲେ ହାଇକୋର୍ଟ

କଟକ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ହାଇକୋର୍ଟରେ ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ସାର୍ବଜନୀନ ପ୍ରସଙ୍ଗରେ ପୁଣି ସମୟ ନେଲେ ରାଜ୍ୟ ସରକାର ।ବାରମ୍ବାର ସରକାର ସମୟ ନେଉଥିବାରୁ କୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ଏନେଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେବେ ସୁଦ୍ଧା ଷ୍ଟାଟସ ରିପୋର୍ଟ ଦାଖଲ କରିବେ ସେନେଇ ରାଜ୍ୟ ସରକାର ଜବାବ ଦାଖଲ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ହାଇକୋର୍ଟ।

ଏହାମଧ୍ୟ ପଢ଼ନ୍ତୁ: 'ମୋତେ ମୃତ୍ୟୁ ପାଇଁ ଅନୁମତି ଦିଅନ୍ତୁ'- ସିଜେଆଇଙ୍କୁ ଚିଠି ଲେଖିଲେ ଯୌନ ନିର୍ଯାତନାର ଶୀକାର ମହିଳା ଜଜ୍

ଆବେଦନକାରୀ ଓକିଲ, କୋର୍ଟଙ୍କୁ ଜଣାଇଥିଲେ ଯେ ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ କେବେ ସାର୍ବଜନୀନ କରାଯିବ ସେନେଇ କୌଣସି ଜବାବ ଦାଖଲ କରୁନାହାନ୍ତି ରାଜ୍ୟ ସରକାର । ବାରମ୍ବାର ସମୟ ନେଇ ଚାଲିଛନ୍ତି। ଆବେଦନକାରୀ ଦିଲୀପ କୁମାର ବରାଳଙ୍କ ପକ୍ଷରୁ ଦାୟର କରାଯାଇଥିବା ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ସେକ୍ସନ 3(4) ତଦନ୍ତ କମିଶନ 1952 ଧାରା କୁ ପାଳନ କରିବା, ରତ୍ନଭଣ୍ଡାରରେ ଥିବା ସାମଗ୍ରୀ ଗୁଡ଼ିକର ଯାଞ୍ଚ କରିବା ଏବଂ ରତ୍ନଭଣ୍ଡାର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ASI କୁ ଦାୟିତ୍ୱ ଦିଆଯାଉ। ଏହି ୩ଟି ପ୍ରସଙ୍ଗକୁ ନେଇ ଆବେଦନକାରୀ ହାଇକୋର୍ଟରେ ପ୍ରାର୍ଥନା କରିଥିଲେ । ତେବେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଆଜି ଏପରି ନିର୍ଦ୍ଦେଶ ଶୁଣାଇଛନ୍ତି।

ଏହାମଧ୍ୟ ପଢ଼ନ୍ତୁ: କେସିଆର ହସପିଟାଲରୁ ଡିସଚାର୍ଜ: ହିପ୍ ରିପ୍ଲେସମେଣ୍ଟ୍ ପରେ ସଂପୂର୍ଣ୍ଣ ସୁସ୍ଥ

ଆବେଦନକାରୀ ତାଙ୍କ ଆବେଦ ରେ ଦର୍ଶାଇଛନ୍ତି ଯେ, ୨୦୧୮ ମସିହା ଜୁନ ୬ ତାରିଖରେ ଜଷ୍ଟିସ ରଘୁବୀର ଦାସଙ୍କ କମିଶନ ଗଠନ କରାଯାଇଥିଲା । ୨୦୧୮ ନଭେମ୍ବର ୨୯ ତାରିଖରେ ତଦନ୍ତ କମିଶନ ତାଙ୍କ ରିପୋର୍ଟ ଦାଖଲ କରିଥିଲେ। ମାତ୍ର ଏହି ରିପୋର୍ଟ ସାର୍ବଜନୀନ ମଧ୍ୟ କରାଯାଇନାହିଁ। ସେକ୍ସନ ୩(୪) କୁ ରାଜ୍ୟ ସରକାର ଉଲ୍ଲଂଘନ କରିଛନ୍ତି ବୋଲି ଆବେଦନକାରୀ କୋର୍ଟଙ୍କୁ ଅବଗତ କରିଛନ୍ତି । ଏହି ନିୟମ ଅନୁଯାୟୀ ତଦନ୍ତ କମିଶନଙ୍କ ରିପୋର୍ଟ ଦାଖଲ ହେବାର ୬ ମାସ ମଧ୍ୟରେ ରାଜ୍ୟ ସରକାର ବିଧାନସଭାରେ ଉପସ୍ଥାପିତ କରିବା କଥା। ମାତ୍ର ଏହାକୁ ଉଲ୍ଲଂଘନ କରିଛନ୍ତି ସରକାର। ସେହିପରି ରତ୍ନଭଣ୍ଡାରର ସ୍ଥିତି କିପରି ରହିଛି, କେତେ ରତ୍ନ ରହିଛି ଏବଂ ସେଗୁଡ଼ିକ କେଉଁ ଅବସ୍ଥାରେ ରହିଛି, ତାହାର ମଧ୍ୟ ଯାଞ୍ଚ କରାଯାଇ ନାହିଁ। ୧୯୭୮ ମସିହାରୁ ସେଗୁଡ଼ିକର ଯାଞ୍ଚ କରାଯାଇ ନାହିଁ। ତେବେ ସେସବୁର ଯାଞ୍ଚ କରିବାକୁ ଆବେଦନକାରୀ ହାଇକୋର୍ଟଙ୍କ ନିକଟରେ ପ୍ରାାର୍ଥନା କରିଛନ୍ତି। କେବଳ ସେତିକି ନୁହେଁ, ରତ୍ନଭଣ୍ଡାରର ଅତି ଦୁର୍ବଳ ଅବସ୍ଥାରେ ରହିଛି। ଖରା ଦିନରେ ବି ସେଥିରୁ ପାଣି ବାହାରୁଥିବା କୁହାଯାଉଛି। ତେବେ ତାହାର ରକ୍ଷଣାବେକ୍ଷଣ ପାଇଁ ASI କୁ ଦାୟିତ୍ୱ ଦିଆଯାଉ ବୋଲି ଆବେଦନକାରୀ ହାଇକୋର୍ଟରେ ପ୍ରାର୍ଥନା କରିଛନ୍ତି ।

ଇଟିଭି ଭାରତ, କଟକ

Last Updated : Dec 15, 2023, 3:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.