ETV Bharat / state

ବଗଲା ଧର୍ମଶାଳା ମାମଲା, ଆସନ୍ତାବର୍ଷ ମାର୍ଚ୍ଚ ୧୩ରେ ଚୂଡାନ୍ତ ଶୁଣାଣି - ହାଇକୋର୍ଟରେ ବଗଲା ଧର୍ମଶାଳା ମାମଲା

ହାଇକୋର୍ଟରେ ପୁରୀ ବଗଲା ଧର୍ମଶାଳା ବିବାଦ ମାମଲା । 2023 ମାର୍ଚ୍ଚ ୧୩ରେ ହେବ ମାମଲାର ଚୂଡାନ୍ତ ଶୁଣାଣି । ଅଧିକ ପଢନ୍ତୁ

ବଗଲା ଧର୍ମଶାଳା ମାମଲା, ମାର୍ଚ୍ଚ ୧୩ ରେ ଶୁଣାଣି

author img

By

Published : Nov 30, 2022, 5:55 PM IST

କଟକ: ହାଇକୋର୍ଟରେ ବଗଲା ଧର୍ମଶାଳା ମାମଲା । ଆସନ୍ତାବର୍ଷ 2023 ମାର୍ଚ୍ଚ ୧୩ରେ ହେବ ମାମଲାର ଚୂଡାନ୍ତ ଶୁଣାଣି । ବିଜେପି ନେତା ସମ୍ବିତ ପାତ୍ରଙ୍କ ପକ୍ଷରୁ ଏହି ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା । ଧର୍ମଶାଳା ଜମି ରାଜ୍ୟ ସରକାର କିମ୍ବା ବଗଲାର ନୁହେଁ ଏହା ଜଗନ୍ନାଥ ମହାପ୍ରଭୁଙ୍କର ଅମୃତ ମଣୋହି ସମ୍ପତ୍ତି ବୋଲି ହାଇକୋର୍ଟରଙ୍କୁ ଯୁକ୍ତି ବାଢି ଥିଲେ ଆବେଦନକାରୀଙ୍କ ଓକିଲ ।

ତେବେ ସାବିକରେ ଏହି ସମ୍ପତ୍ତି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଥିବା ବେଳେ ହାଲ ରେକର୍ଡରେ ଏହା ଲଜିଂ ହାଉସ ଫଣ୍ଡକୁ କିଭଳି ଗଲା ବୋଲି ପ୍ରଶ୍ନ ଉଠାଇଥିଲେ ଆବେଦନକାରୀ । ୧୯୫୫ ମସିହାରେ ଶ୍ରୀ ମନ୍ଦିର ଆଇନ ପ୍ରଣୟନ କରାଯିବା ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମସ୍ତ ସ୍ଥାବର ଓ ଅସ୍ତାବର ସମ୍ପତ୍ତିର ମାଲିକାନା ଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଯାଇଛି । ଏ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଜଗନ୍ନାଥଙ୍କ ସମ୍ପତ୍ତି ସମ୍ପର୍କରେ ନିଷ୍ପତ୍ତି କେବଳ ଶ୍ରୀ ମନ୍ଦିର ପରିଚାଳନା କମିଟି ହିଁ ନେଇପାରିବେ । ଏନେଇ ବଗଲା ଧର୍ମଶାଳା ଜମିକୁ ନେଇ ପୂର୍ବରୁ ପୁରୀ ବାସିନ୍ଦା ଜଗନ୍ନାଥ ବସ୍ତିଆଙ୍କ ପକ୍ଷରୁ ଅନ୍ୟ ଏକ ମାମଲା ହାଇକୋର୍ଟଙ୍କ ବିଚାରାଧିନ ରହିଛି।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.