ETV Bharat / state

ଜନ ଶୁଣାଣି ପାଲଟିଛି ପ୍ରହସନ ଅଭିଯୋଗ କଲେ ସରପଞ୍ଚ, ସାମାଜିକ କର୍ମୀ; ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ

ପ୍ରହସନ ପାଲଟିଛି ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ । ବାରମ୍ବାର ଦାବି ସତ୍ତ୍ବେ ସମସ୍ୟା ସମାଧାନ ହେଉନଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

public grievance redressal programme
ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ
author img

By ETV Bharat Odisha Team

Published : Sep 4, 2023, 8:56 PM IST

ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ

ନିଆଳି: ପ୍ରହସନ ପାଲଟିଛି ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ । ବାରମ୍ବାର ଦାବି ସତ୍ତ୍ବେ ସମସ୍ୟା ସମାଧାନ ହେଉନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ସାମାଜିକ କର୍ମୀ ଏବଂ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଜନ ଶୁଣାଣି ମାଧ୍ୟମରେ ଲୋକଙ୍କ ସମସ୍ୟା ସମାଧାନ ହେବ। ଏହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ବିଭିନ୍ନ ବ୍ଲକରେ ମାସ ଶେଷରେ ଜନ ଶୁଣାଣି ଅନୁଷ୍ଠିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜନ ଶୁଣାଣି ସମୟରେ ରହିବେ ଜିଲ୍ଲା ଜିଲ୍ଲାପାଳଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀ । ବିଭିନ୍ନ ପଞ୍ଚାୟତ ଓ ଗାଁ ଗହଳିରେ ରହିଥିବା ସମସ୍ୟା ଓ ଅଭିଯୋଗ ପତ୍ର ଲୋକେ ବ୍ଲକ ମାଧ୍ୟମରେ ଅନୁଷ୍ଠିତ ଜନ ଶୁଣାଣି ମାଧ୍ୟମରେ ଲିଖିତ ଭାବରେ ଜଣାଇବା ପରେ ଅଭିଯୋଗ ଅନୁସାରେ ସେ ସବୁ ଅଭିଯୋଗ ପତ୍ର ବିଭାଗର ବିଭାଗୀୟ ଅଧିକାରୀ ନିକଟକୁ ପଠାଯାଇ ସମାଧାନ ହେବ । ଏହା ଥିଲା ରାଜ୍ୟ ସରକାରଙ୍କ ମୁଖ୍ୟ ଏଜଣ୍ତା । କିନ୍ତୁ ଏବେ ଜନ ପ୍ରହସନ ପାଲଟିଛି ବୋଲି ସରପଞ୍ଚଙ୍କ ଠାରୁ ଆରମ୍ଭ କରି ସାମାଜିକ କର୍ମୀ ଏବଂ ଜନସାଧାରଣ ମାନେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଜିଲ୍ଲା ପ୍ରଶାସନର ତରବରିଆ ନିଷ୍ପତ୍ତି, ଅଭିଯୋଗ ଜଣାଇବାକୁ ବଞ୍ଚିତ ହେଲେ ଲୋକେ

ଆଜି କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ପରିସରରେ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କ ଉପସ୍ଥିତିରେ ଜନ ଶୁଣାଣି ଅଭିଯୋଗ ଆରମ୍ଭ ହୋଇଥିଲା । ଜନ ଶୁଣାଣି ସମୟରେ ଏସପିଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ବିଭାଗର ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ଜିଲ୍ଲାପାଳ କଣ୍ଟାପଡ଼ା ବ୍ଲକ ଅଞ୍ଚଳରୁ ମୋଟ ୨୫୬ ଅଭିଯୋଗ ଗ୍ରହଣ କରିଥିଲେ । ଏଥି ମଧ୍ୟରୁ କେତୋଟି ତତକ୍ଷଣାତ୍ ସମାଧାନ ହୋଇଥିଲା । ଅନ୍ୟ ଅଭିଯୋଗ ଗୁଡିକ ସମାଧାନ ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଦାୟିତ୍ବ ଦେଇଛନ୍ତି । କିନ୍ତୁ ଏହାଦ୍ବାରା ଲୋକଙ୍କ ସମସ୍ୟା ସମାଧାନ ହେଉନଥିବା ଅଭିଯୋଗ ହୋଇଛି । ଏନେଇ ଡିମିରି ପଞ୍ଚାୟତ ସରପଞ୍ଚ କହିଛନ୍ତି, "ଅଭିଯୋଗ ପରେ ଅଭିଯୋଗ ଦେଇ ଚାଲୁଛୁ ହେଲେ ସମସ୍ୟା ସମାଧାନ ହେଉନାହିଁ । ବର୍ଷ ବର୍ଷର ସମସ୍ୟା ସମାଧାନ ବି ହୋଇପାରୁନାହିଁ । ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ସାଧିତ ହେଉ ନାହିଁ ।" ଏଠାରେ ଜନ ପ୍ରତିନିଧିଙ୍କ ସମସ୍ୟା ପୂରଣ ହେଉନଥିବା ବେଳେ ସାଧାରଣ ଲୋକଙ୍କ ସମସ୍ୟା କିପରି ପୂରଣ ହେବ ବୋଲି ସରପଞ୍ଚ ପ୍ରଶ୍ନ କରିଛନ୍ତି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.