କଟକ: କମ୍ପୁଛି ସିଲଭରସିଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ । ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ ଓ ବାଲି ଚୋରାଚାଲାଣ ଉପରେ ରୋକ ଲଗାଇବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ଆମ୍ବେଦକର ସ୍ମୃତି ପରିଷଦ । ଦୀର୍ଘଦିନ ଧରି ଏହି ସମସ୍ୟା ରହି ଆସୁଥିବା ବେଳେ ଏଯାବତ ଚୁପ ରହିଛି ଜିଲ୍ଲା ପ୍ରଶାସନ ।
ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ବସ୍ତିବାସିନ୍ଦାଙ୍କୁ ଏପର୍ଯ୍ୟନ୍ତ ଜମି ପଟ୍ଟା ମିଳି ପାରୁନାହିଁ । ଯେଉଁଥିପାଇଁ ପ୍ରଶାସନର ବେଧଡ଼କ ଉଚ୍ଛେଦ ପ୍ରକ୍ରିୟାର ଶିକାର ହେଉଛନ୍ତି ସାଧାରଣ ବାସିନ୍ଦା ।
ଅନ୍ୟପଟେ ବାଲି ଚୋରା ଚାଲାଣ ଦିଗରେ ଵର୍ତ୍ତମାନ ସୁଦ୍ଧା ସ୍ଥାଣୁ ପାଲଟିଛି ଜିଲ୍ଲା ପ୍ରଶାସନ । ବେଧଡ଼କ ବାଲିକୁ ଚୋରା ଚାଲାଣ କରୁଛନ୍ତି ବାଲି ମାଫିଆ । ତେବେ ଆଗାମୀ ଦିନ ମାନଙ୍କରେ ଯଦି ଏହି ଦିଗରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନ ନିଏ ତେବେ ସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଛି ସଂଘ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ