ETV Bharat / state

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ନେଇ ବ୍ଲକ ଆଗରେ ଗଣଧାରଣା

author img

By

Published : Oct 19, 2019, 2:44 AM IST

ବଡ଼ମ୍ବା ବ୍ଲକର ମିଳିତ ପଞ୍ଚାୟତ ପକ୍ଷରୁ ବଡମ୍ବା ବ୍ଲକ ଆଗରେ ଗଣ ଧାରଣା । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ନେଇ ବ୍ଲକ ଆଗରେ ଗଣଧାରଣା

କଟକ: ଜିଲ୍ଲା ବଡ଼ମ୍ବା ବ୍ଲକର ମିଳିତ ପଞ୍ଚାୟତ ପକ୍ଷରୁ ବଡମ୍ବା ବ୍କକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ବିରୁଦ୍ଧରେ ଗଣ ଧାରଣା । ଘଟଣାରୁ ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଡ଼ମ୍ବା ବ୍ଲକର 1300 ଲୋକଙ୍କ ନାମ ମଧ୍ୟରୁ 500 ଲୋକଙ୍କ ନାମକୁ ରାଜନୈତିକ ଉଦ୍ଦେଶ୍ୟ ରଖି ଜାଣିଶୁଣି କାଟି ଦେଇଥିବା ଅଭିଯୋଗ ହୋଇଥିଲା । ଏହାକୁ ବିରୋଧକରି ଗତ 11 ତାରିଖରେ ବ୍ଲକ ଘେରାଉ କରାଯାଇଥିଲା । କିନ୍ତୁ ଏହି ଘେରାଉର ସୁଫଳ ନମିଳିବାରୁ ଶୁକ୍ରବାର ପୁଣି ମିଳିତ ପଞ୍ଚାୟତ ପକ୍ଷରୁ ବ୍ଲକ ଆଗରେ ଗଣଧାରଣା କରାଯାଇଥିଲା ।

ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ପ୍ରାୟ 7 ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଥିଲା ବେଳେ 10ଜଣ ପୋଲିସ ଅଧିକାରୀଙ୍କୁ ମୁତୟନ କରାଯାଇଥିଲା । ଆଠଗଡ଼ ଏସଡିପିଓ(SDPO) ଆଲୋକ ରାୟ ନିଜେ ଉତ୍ତେଜନାକୁ ଆଖି ଆଗରେ ରଖି ଲୋକଙ୍କ ସହ ବୁଝାସୁଝା କରିଥିଲେ । ତେବେ ଆଠଗଡ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ମିଳିତ ପଞ୍ଚାୟତର ଦାବିପତ୍ର ଗ୍ରହଣ କରିଥିଲେ । ଏହାସହ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଉପଜିଲ୍ଲାପାଳ ପ୍ରତିଶୃତି ଦେବାରୁ ଆନ୍ଦୋଳନରୁ ଓହରି ଥିଲେ ଆନ୍ଦୋଳନକାରୀ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ର ମିଳିତ ପଞ୍ଚାୟତ ପକ୍ଷରୁ ବଡମ୍ବା ବ୍କକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୃନୀତି ବିରୁଦ୍ଧରେ ଗଣ ଧାରଣା ଦେଇଛନ୍ତି। ଘଟଣା ରୁ ପ୍ରକାଶ ଯେ
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ,ବଡ଼ମ୍ବା ବ୍ଲକ ର ୧୩୦୦ ଲୋକଙ୍କ ନାମ ମଧ୍ୟରୁ ୫୦୦ଲୋକଙ୍କ ନାମକୁ, ରାଜନୈତିକ ଉଧେଷ୍ୟ ରଖି ଜାଣିଶୁଣି କାଟି ଦେଇଥିବା ଅଭିଯୋଗ ହୋଇଥିଲା। ଏହାକୁ ବିରୋଧକରି ଗତ ୧୧ତାରିଖରେ ବ୍ଲକ ଘେରାଉ କରାଯାଇଥିଲା। କିନ୍ତୁ ଏହି ଘେରାଉ ର ସୁଫଳ ନ ମିଳିବାରୁ ଆଜି ପୁଣି ମିଳିତ ପଞ୍ଚାୟତ ପକ୍ଷରୁ ବ୍ଲକ ଆଗରେ ଗଣଧାରଣା କରାଯାଇଥିଲା। ଆଇନ ଶୃଙ୍ଖଳା କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ପ୍ରାୟ ୭ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଥିଲା ବେଳେ୧୦ ଜଣ ପୋଲିସ ଅଧିକାରୀ ଙ୍କୁ ମୃତୟନ କରାଯାଇଥିଲା। ଆଠଗଡ଼ SDPO ଆଲୋକ ରାୟ ନିଜେ ଉତେଜନା କୁ ଆଖି ଆଗରେ ରଖି ଲୋକଙ୍କ ସହ ବୁଝା ସୁଝା କରିଥିଲେ।ତେବେ ଆଠଗଡ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ମିଳିତ ପଂଚାୟତ ର ଦାବିପତ୍ର ଗ୍ରହଣ କରିଥିଲେ।ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଉପଜିଲ୍ଲାପାଳ ପ୍ରତିଶୃତି ଦେବାରୁ ଆନ୍ଦୋଳନରୁ ଓହରି ଥିଲେ ଆନ୍ଦୋଳନକାରୀ।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.