ETV Bharat / state

ବନ୍ୟା ଧୋଇଦେଲା ଫସଲ, କ୍ଷତି ପୂରଣ ଦାବିରେ ତହସିଲ ସମ୍ମୁଖରେ ଚାଷୀଙ୍କ ଧାରଣା

ବନ୍ୟା ଧୋଇ ଦେଇ ଯାଇଛି ସୁନାର ଫସଲ । ମୁଣ୍ଡ ଝାଳ ତୁଣ୍ଡରେ ମାରି ଅମଳ କରିଥିବା ଫସଲ ସବୁ ବନ୍ୟାରେ ନଷ୍ଟ ହୋଇଯାଇଛି । ବନ୍ୟା ଛାଡିଯାଇଥିଲେ ମଧ୍ୟ ବଢିଛି ଚାଷୀଙ୍କ ଦୁର୍ଦ୍ଦଶା । ଏନେଇ ଖୋର୍ଦ୍ଧା ଜିଲ୍ଲା ଜୟଦେବ ନିର୍ବାଚନ ମଣ୍ଡଳୀର ବନ୍ୟା କ୍ଷତିଗ୍ରସ୍ତ ଚାଷୀ କ୍ଷତି ପୂରଣ ଦାବିରେ ବାଲିପାଟଣା ତହସିଲ ସମ୍ମୁଖରେ ଧାରଣା ଦେଇଥିଲେ । ଅଧିକ ପଢନ୍ତୁ

କ୍ଷତି ପୂରଣ ଦାବିରେ ତହସିଲ ସମ୍ମୁଖରେ ଧାରଣା
କ୍ଷତି ପୂରଣ ଦାବିରେ ତହସିଲ ସମ୍ମୁଖରେ ଧାରଣା
author img

By

Published : Sep 3, 2022, 9:43 AM IST

ନିଆଳି: ଛାଡି ଯାଇଛି ବନ୍ୟା । ହେଲେ ଭାଙ୍ଗି ଦେଇ ଯାଇଛି ଚାଷୀର ମେରୁଦଣ୍ଡ । ବନ୍ୟା ଧୋଇ ଦେଇ ଯାଇଛି ସୁନାର ଫସଲ । ମୁଣ୍ଡ ଝାଳ ତୁଣ୍ଡରେ ମାରି ଅମଳ କରିଥିବା ଫସଲ ସବୁ ବନ୍ୟାରେ ନଷ୍ଟ ହୋଇଯାଇଛି । ବନ୍ୟା ଛାଡିଯାଇଥିଲେ ମଧ୍ୟ ବଢିଛି ଚାଷୀଙ୍କ ଦୁର୍ଦ୍ଦଶା । ବନ୍ୟା ପରେ ଚିନ୍ତାରେ ଚାଷୀ । ପ୍ରଶାସନ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯାଇ କ୍ଷତି ସହିଥିବା ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ବନ୍ୟା ବିପନ୍ନ ଦାବି କରିଛନ୍ତି । ତେବେ ଏନେଇ ଖୋର୍ଦ୍ଧା ଜିଲ୍ଲା ଜୟଦେବ ନିର୍ବାଚନ ମଣ୍ଡଳୀର ବନ୍ୟା କ୍ଷତିଗ୍ରସ୍ତ ଚାଷୀ କ୍ଷତି ପୂରଣ ଦାବିରେ ବାଲିପାଟଣା ତହସିଲ ସମ୍ମୁଖରେ ଧାରଣା ଦେଇଥିଲେ ।

କ୍ଷତି ପୂରଣ ଦାବିରେ ତହସିଲ ସମ୍ମୁଖରେ ଧାରଣା

ସବୁକିଛି ଉଜାଡ଼ି ଦେଲା ବନ୍ୟାପାଣି । ବନ୍ୟାରେ ଶହ ଶହ ଏକର ଜମିରେ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଛି । ଚାଷୀ ଧାର କରଜ କରି ମୁଣ୍ଡ ଝାଳ ତୁଣ୍ଡରେ ମାରି ଅମଳ କରିଥିଲା ସୁନାର ଫସଲ । ବନ୍ୟା ଯୋଗୁଁ ଚାଷ ଜମି ଉଜୁଡି ଯାଇଛି । ଗୋଟିଏ ପଟେ ଚାଷ ନଷ୍ଟ ହୋଇ ଯାଇଥିବା ବେଳେ ଚାଷୀର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ସେପଟେ ନଷ୍ଟ ହୋଇଥିବା ଚାଷ ପାଇଁ କରିଥିବା ଋଣ କିପରି ପରିଶୋଧ ହେବ, ତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଚାଷୀ । ବର୍ଷା ଦିନିଆ ଫସଲ ହେତୁ ଚାଷୀ ଅଧିକ ଆୟ କରିଥାଏ । କିନ୍ତୁ ଚଳିତ ବନ୍ୟା ସବୁ ଧୋଇ ନେଇଛି । ତୁରନ୍ତ ପ୍ରଶାସନ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯାଇ କ୍ଷତି ସହିଥିବା ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ବନ୍ୟା ବିପନ୍ନ ଦାବି କରିଛନ୍ତି ।

ହେକ୍ଟର ହେକ୍ଟର ଚାଷଜମି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । କ୍ଷତି ସହିଥିବା ଚାଷୀଙ୍କୁ ଏବେ କେବଳ ସରକାରୀ ସହାୟତା ସାହା । ବନ୍ୟା କ୍ଷତିର ପ୍ରକୃତ ଆକଳନ କରାଯାଇ ଚାଷ ଜମିରେ ହୋଇଥିବା କ୍ଷତି ପୂରଣ ଦିଆଯାଉ । ଭାର୍ଗବୀ ନଦୀର ଅଚ୍ୟୁତପୁର କାଜ ଦେଇ ବନ୍ୟାପାଣି ଆସି ବାଲିପାଟଣା ଓ ବାଲିଅନ୍ତା ବ୍ଲକ ଚାଷୀଙ୍କ ବ୍ୟାପକ କ୍ଷତି ଘଟାଇଛି । ସରକାର ଯାହାବି କ୍ଷତି ପୂରଣ ଦେଉଛନ୍ତି ତାହା ସମୁଦ୍ରକୁ ଶଙ୍ଖେ ହୋଇଥିବା ବେଳେ ଜମି ମାଲିକ କ୍ଷତି ପୂରଣ ପାଉଥିବା ବେଳେ ଭାଗ ଚାଷୀ ବଞ୍ଚିତ ହେଉଛି । ଉଭୟଙ୍କୁ କ୍ଷତି ପୂରଣ ପ୍ରଦାନ ପାଇଁ ଦଳିତ ଆଦିବାସୀ ମିଳିତ ମହାସଂଘ ତରଫରୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.