ETV Bharat / state

President Odisha Visit: କଟକରେ ବିଭିନ୍ନ ସ୍ଥାନ ବୁଲିବେ ରାଷ୍ଟ୍ରପତି, ପ୍ରସ୍ତୁତି ଆରମ୍ଭ

author img

By

Published : Jul 13, 2023, 5:47 PM IST

Updated : Jul 13, 2023, 6:02 PM IST

2 ଦିନିଆ ଓଡ଼ିଶା ଗସ୍ତ ମଧ୍ୟରେ ଦିନିକିଆ କଟକ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏନେଇ ଆରମ୍ଭ ହେଲା ପ୍ରସ୍ତୁତି । ଅଧିକ ପଢନ୍ତୁ

President Odisha Visit
President Odisha Visit

President Odisha Visit: କଟକରେ ବିଭିନ୍ନ ସ୍ଥାନ ବୁଲିବେ ରାଷ୍ଟ୍ରପତି, ପ୍ରସ୍ତୁତି ଆରମ୍ଭ

କଟକ: ଆସନ୍ତା 26 ତାରିଖରେ କଟକ ଗସ୍ତ କରିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । 2 ଦିନିଆ ଓଡ଼ିଶା ଗସ୍ତରେ କଟକରୁ ଗୋଟିଏ ଦିନ ଗସ୍ତ ରହିଥିବା ନେଇ ରାଷ୍ଟ୍ରପତି ଭବନରୁ ସ୍ପଷ୍ଟ କରାଯାଇଛି । ଏହା ରାଷ୍ଟ୍ରପତିଙ୍କ ଦ୍ବିତୀୟ କଟକ ଗସ୍ତ ରହିଥିବା ବେଳେ ସେ ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲିବାର ଯୋଜନା ରହିଛି । ଏନେଇ ସିଏମସି ଓ ଜିଲ୍ଲା ପ୍ରଶାସନ ଓ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି ।

ଏହି ଗସ୍ତ ସମୟରେ ରାଷ୍ଟ୍ରପତି କଟକ ଚଣ୍ଡି ମନ୍ଦିର, ନେତାଜୀ ମ୍ୟୁଜିଅମ, ହାଇକୋର୍ଟ, ଏସିବି ବଡ଼ ମେଡିକାଲ, ମଧୁ ବାବୁଙ୍କ ସଂଗ୍ରହାଳୟ, NLU ଆଦି ଯିବାର କାର୍ଯ୍ୟକ୍ରମ ରହିଛି । ତେବେ ମହାମହିମ କଟକ ଗସ୍ତ ପୂର୍ବରୁ ସବୁ ଦିଗକୁ ନଜର ରଖି ଏକ ବଡ଼ ବୈଠକ ଅନୁଷ୍ଠିତ ହେବ । ଏଥିରେ ସିଏମସି, ଜିଲ୍ଲା ପ୍ରଶାସନ ଓ କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ରହିବେ । ଯେହେତୁ ରାଷ୍ଟ୍ରପତି କଟକରେ ଦୀର୍ଘ ସମୟ ଧରି ରହିବେ ତାଙ୍କର ସୁରକ୍ଷା ବ୍ୟବସ୍ଥାଠୁ ଆରମ୍ଭ କରି କାରକେଡ ଓ ସବୁ ଦିଗରେ ଆଲୋଚନା ହେବ । ଏଣୁ ବୈଠକ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି ।

ଏହା ବି ପଢନ୍ତୁ- ଧାନ କେବଳ ଖାଦ୍ୟ ନୁହେଁ, ଆମର ସଂସ୍କୃତି ପରମ୍ପରା ସହ ଜଡିତ: ରାଷ୍ଟ୍ରପତି

ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏହା ଦ୍ବିତୀୟ କଟକ ଗସ୍ତ । ପୂର୍ବରୁ ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନଠାରେ ୩ ଦିନ ବ୍ୟାପୀ ଦ୍ଵିତୀୟ ଭାରତୀୟ ରାଇସ କଂଗ୍ରେସରେ ଯୋଗ ଦେଇଥିଲେ ରାଷ୍ଟ୍ରପତି । ଜାତୀୟ ଖାଦ୍ୟ ନିରାପତ୍ତା ବିଶ୍ବ ଖାଦ୍ୟ ସଙ୍କଟ ପରିବର୍ତ୍ତନ ଶିଳ ଜଳବାୟୁରେ ଧାନ ଉତ୍ପାଦନ ବୃଦ୍ଧି ଏବଂ ଅତ୍ୟାଧୁନିକ ପ୍ରଣାଳୀରେ ଭାରତରେ ଧନ କିସମର ବିଷୟ ବସ୍ତୁକୁ ନେଇ ବୈଜ୍ଞାନିକମାନେ ଆଲୋଚନା କରିଥିଲେ ରାଷ୍ଟ୍ରପତି । ଦେଶ ବିଦେଶରୁ ବିଭିନ୍ନ କୃଷି ଓ ଧାନ ଗବେଷଣା ପ୍ରତିଷ୍ଠାନରୁ ୩୦୦ରୁ ଊର୍ଦ୍ଧ୍ବ ପ୍ରତିନିଧିମାନେ ଏହି ଅଧିବେଶନରେ ଯୋଗ ଦେଇଥିଲେ । ଭାରତ ଖାଦ୍ୟଶସ୍ୟ ରପ୍ତାନୀ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ ଦିଗରେ ଆଲୋଚନା କରିଥିଲେ ।

ଏଣୁ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ସହ ଦେଶର ଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ ଆଧୁନିକ ପ୍ରଣାଳୀ ବ୍ୟବହାର କରି ବୈଜ୍ଞାନିକମାନେ ଦେଶକୁ ଖାଦ୍ୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଏକ ନମ୍ବର କରିପାରିବେ ବୋଲି ରାଷ୍ଟ୍ରପତି ଆଶାପ୍ରକଟ କରିଥିଲେ । ତେବେ ଏହି ଦ୍ବିତୀୟ ଗସ୍ତରେ କଟକରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ କରିବା ସହ ରାଷ୍ଟ୍ରପତିଙ୍କୁ ସବୁ ସ୍ଥାନ ବୁଲେଇବାରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଓ ମେୟର ।

ଇଟିଭି ଭାରତ, କଟକ

Last Updated : Jul 13, 2023, 6:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.