ETV Bharat / state

ଆସିଲା ମୌସୁମୀ, ସହରରୁ ବର୍ଷା ଜଳ ନିଷ୍କାସନ ପାଇଁ ପ୍ରସ୍ତୁତ CMC

ମୌସୁମୀ ଜନିତ ବର୍ଷାରେ ଏଥର ଜଳବନ୍ଦୀ ହେବନି କଟକ। ଏଥିପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିଛି ସିଏମସି । ବର୍ଷା ଜଳ ନିଷ୍କାସନ ପାଇଂ ବ୍ୟାପକ ବ୍ୟବସ୍ଥା କରାଯାଇଥିବା କହିଛନ୍ତି କଟକ ମେୟର ସୁବାସ ସିଂ । ଅଧିକ ପଢନ୍ତୁ

କଟକରୁ ବର୍ଷା ଜଳ ନିଷ୍କାସନ ପାଇଁ ପ୍ରସ୍ତୁତି
କଟକରୁ ବର୍ଷା ଜଳ ନିଷ୍କାସନ ପାଇଁ ପ୍ରସ୍ତୁତି
author img

By

Published : Jun 22, 2023, 10:07 PM IST

କଟକରୁ ବର୍ଷା ଜଳ ନିଷ୍କାସନ ପାଇଁ ପ୍ରସ୍ତୁତି

କଟକ: ମୌସୁମୀ ବର୍ଷାରେ ଜଳବନ୍ଦୀ ନହେବା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିଛି ସିଏମସି। ତଳିଆ ଅଞ୍ଚଳ ଗୁଡିକୁ ଚିହ୍ନଟ କରାଯାଇଥିବାବେଳେ ଜଳବନ୍ଦୀ ସମସ୍ୟା ଆରମ୍ଭ ହେବା କ୍ଷଣି ସବୁ ଯୋଜନା କାର୍ଯ୍ୟକ୍ଷମ ହୋଇଯିବ ବୋଲି କହିଛନ୍ତି ମେୟର ସୁବାସ ସିଂ। ବର୍ଷା ହେବାର ମାତ୍ର 30 ମିନିଟରେ କଟକ ସହରରୁ ଉଭେଇ ଯିବ ଜଳ । ଯେଉଁଥିପାଇଁ ଭଲବ ପମ୍ପ ସେଟ୍ ଅଫ ମଧ୍ୟ ରହିଛି। ଏହାସହ ସମୟ ଅନୁସାରେ ଯଦି ପାଣି ନିଷ୍କାସନ ନ ହୁଏ ତେବେ ଏନେଇ କଟକବାସୀ ସିଏମସିକୁ ସିଧାସଳଖ ଟାର୍ଗେଟ କରିବେ ବୋଲି କହିଛନ୍ତି କର୍ପୋରେଟର । ତେବେ ଯୁଦ୍ଧକାଳୀନ ଭିତ୍ତିରେ କଟକରେ ଜାରି ରହିଛି ପଙ୍କ ଉଦ୍ଧାର କାର୍ଯ୍ୟ। କଟକର ମୁଖ୍ୟ ଡ୍ରେନ ଓ ଶାଖା ଡ୍ରେନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗତ 2022 ମସିହାରେ ପଙ୍କ ଉଦ୍ଧାର ହୋଇଥିବାରୁ ମୌସୁମୀ ସମୟରେ କଟକ ବିଶେଷ କ୍ଷତିଗ୍ରସ୍ତ ହୋଇନଥିଲା। ସେହି ଅନୁସାରେ ନୂଆ ଯୋଜନା ଆଧାରରେ ଚଳିତବର୍ଷ ଡ୍ରେନକୁ ସଫା କରଯାଉଛି।

ଅନ୍ୟପଟେ ସିଏମସିର ଏପରି ଯୋଜନା ସତରେ ସଫଳ ହେବ ନା ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି । କାରଣ ବିଗତ ଦିନରେ କଟକରେ ଜଳବନ୍ଦୀ ସମସ୍ୟା ଦେଖା ଦେଇଥିଲା । ବିଗତ ଦିନ ମାନଙ୍କରେ ପ୍ରବଲ ବର୍ଷା ଯୋଗୁ ସମ୍ପୂର୍ଣ୍ଣ ଭାବରେ ଜଳବନ୍ଦୀ ହୋଇଥିଲା କଟକ। ବିଶେଷକରି କଟକର ପ୍ରମୁଖ ଛକ, ସାହି ,ଗଳିକନ୍ଦିରେ ଜଳବନ୍ଦୀ ସମସ୍ୟା ଉପୁଜିଥିଲା। ଏପରିକି ପାଣି ଛାଡିବା ପାଇଁ ମଧ୍ୟ ବିଳମ୍ବ ହେଉଥିଲା। କିନ୍ତୁ ସିଏମସିର ନୂଆ ପ୍ରତିନିଧି ବିଗତ ବର୍ଷଠାରୁ ପଙ୍କ ଉଦ୍ଧାର କାର୍ଯ୍ୟ କରିବା ପାଇଁ ନୂଆ ନୂଆ ଯୋଜନା ହାତକୁ ନେଇଛନ୍ତି। ଗତ ବର୍ଷ ମଧ୍ୟ ମୌସୁମୀ ସମୟରେ ପ୍ରବଳ ବର୍ଷା ହେଉଥିଲା । ହେଲେ ପାଣି ସଙ୍ଗେ ସଙ୍ଗେ ଡ୍ରେନ ମାଧ୍ୟମରେ ଖସିଯାଉଥିଲା। ଆଉ ଏହାକୁ ତ୍ୱରିତ ଢଙ୍ଗରେ ସମ୍ପାଦିତ କରିବା ପାଇଁ ଚଳିତବର୍ଷ ମଧ୍ୟ ବେଶ କ୍ଷିପ୍ରଗତିରେ କାର୍ଯ୍ୟ ଜାରି ରହିଛି। ପୂର୍ବରୁ ଏନେଇ କାଉନସିଲ ବୈଠକରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ ବିରୋଧୀ ଦଳ କର୍ପୋରେଟର।

ସଠିକ ସମୟ ଓ ଢ଼ଙ୍ଗରେ ପଙ୍କ ଉଦ୍ଧାର ହେଉନଥିବା ଅଭିଯୋଗ ରହିଥିଲା । ତେବେ ଚଳିତବର୍ଷର ପ୍ରସ୍ତୁତିକୁ ଦେଖିଲେ ଜଳବନ୍ଦୀ ସମସ୍ୟାରୁ କଟକ ଏଥର ଦୂରେଇ ରହିବ ବୋଲି କୁହାଯାଉଛି । ଅର୍ଥାତ ଭାରି ବର୍ଷା ସମୟରେ କଟକରେ ପାଣି ହେବ କିନ୍ତୁ ସଙ୍ଗେସଙ୍ଗେ ଡ୍ରେନ ମାଧ୍ୟମରେ ନିଷ୍କାସିତ ହୋଇଯିବ। ଏହାସହ ଯେଉଁ ତଳିଆ ଅଞ୍ଚଳ ରହିଛି ସେଠାରେ ମଧ୍ୟ ପମ୍ପ ସେଟ୍ ମୁତୟନ କରାଯିବ। ଯାହାଦ୍ୱାରା ବର୍ଷା ଜଳ ଆହୁରି ଶୀଘ୍ର ନିଷ୍କାସିତ ହୋଇଯିବ। ରୋଭର ଷ୍ଟ୍ରିଟ , ସୁତାହାଟ , କାଜି ବଜାର , ମିଶନ ରୋଡ଼ , ବାଦାମବାଡ଼ି , ରକ୍ସିଲେନ ଭଳି କଟକର ପ୍ରମୁଖ ଛକରେ ବିଶେଷ ଭାବରେ ଜଳବନ୍ଦୀ ସମସ୍ୟା ଉପୁଜିଥାଏ। କିନ୍ତୁ ବିଗତ ବର୍ଷ ଯୋଜନାରେ ଏହି ସ୍ଥାନମାନଙ୍କରେ ବିଶେଷ ଭାବରେ ଜଳ ବନ୍ଦୀ ହୋଇନଥିଲା। ଆଉ ଚଳିତବର୍ଷ ମଧ୍ୟ ନୂଆ ଯୋଜନା ଆଧାରରେ ଜଳବନ୍ଦୀ ହେବାର ସମ୍ବବନା କମ୍ ବୋଲି କହିଛନ୍ତି ମେୟର।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.