ETV Bharat / state

ଟୀକାକରଣ ପାଇଁ ପ୍ରସ୍ତୁତ କଟକ ଜିଲ୍ଲା ପ୍ରଶାସନ

author img

By

Published : Jan 15, 2021, 3:36 PM IST

ଆସନ୍ତାକାଲି ଠାରୁ ସମଗ୍ର ଦେଶରେ ଟୀକାକରଣ ଆରମ୍ଭ ହେବ । ଏଥିପାଇଁ କଟକ ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତ କରାଯାଇଛି । ସକାଳ 9 ଟା ରୁ ସନ୍ଧ୍ୟା 5 ଟା ଯାଏଁ ଦିଆଯିବ ଟିକା । ଅଧିକ ପଢନ୍ତୁ...

କଟକ ଜିଲ୍ଲା ପ୍ରଶାସନ ଟୀକା କରଣ ପାଇଁ ପ୍ରସ୍ତୁତ

କଟକ: କଟକରେ କରୋନା ଟୀକାକରଣ ପାଇଁ ପ୍ରଶାସନ ପ୍ରସ୍ତୁତ । ଜିଲ୍ଲାର 11 ଟି କେନ୍ଦ୍ରରେ ଦିଆଯିବ ଟୀକା । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦଘାଟନ କରିବେ । ଏହାପରେ ଆରମ୍ଭ ହେବ ଟୀକାକରଣ ।

ଏଥିପାଇଁ କଟକ ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତ କରାଯାଇଛି । ସକାଳ 9 ଟା ରୁ ସନ୍ଧ୍ୟା 5 ଟା ଯାଏଁ ଦିଆଯିବ ଟିକା । ପ୍ରତିଟି କେନ୍ଦ୍ରରେ 100 ଜଣଙ୍କୁ ଟୀକା ଦିଆଯିବାର ବ୍ୟବସ୍ଥା କରାଯାଇଛି । କଟକ ସହରାଞ୍ଚଳରେ 5 ଟି ଓ ଗ୍ରାମାଞ୍ଚଳରେ 6 ଟି କେନ୍ଦ୍ର କରାଯାଇଛି । ପ୍ରତିଟି କେନ୍ଦ୍ରରେ 5 ଜଣ ଟିକା ଦେବାପାଇଁ ସ୍ୱାସ୍ଥ୍ୟକର୍ମୀ ରହିବେ । ସମସ୍ତଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା ।

ତେବେ କଟକ ଜିଲ୍ଲାପାଳ ମଧ୍ୟ ଆଜି ସମସ୍ତ କେନ୍ଦ୍ରକୁ ଯାଇ ତାହାର ସମୀକ୍ଷା କରିଛନ୍ତି । ଯେଉଁମାନଙ୍କ ପାଖକୁ ଏସଏମଏସ ଯାଇଥିବ, ସେହିମାନେ କେବଳ ଟୀକାକରଣ କେନ୍ଦ୍ର ଆସି ଟୀକା ନେବେ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଓ କଟକ ମହାନଗର ନିଗମ ସ୍ୱାସ୍ଥ୍ୟ ଅଧିକାରୀ । ସେହିପରି କିଛି ସ୍ୱାସ୍ଥ୍ୟ କର୍ମୀ ଟୀକା ନେବାକୁ ଭୟ କରୁଛନ୍ତି ବୋଲି ଏଡିଏମଓ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.