ETV Bharat / state

ଆସନ୍ତା 16ରେ କମ୍ପିବ ସିପି ଅଫିସ: ପ୍ରିପେଡ ଅଟୋ ସଂଘ - prepaid auto association protest

ଆସନ୍ତା 16 ତାରିଖରେ ଭୁବନେଶ୍ୱର କମିଶନରେଟ ଅଫିସ ଆଗରେ ଦିଆଯିବ ବଡ଼ ଧାରଣା । କଟକ ପ୍ରି ପେଡ ଅଟୋ ସଂଘ ଆଜି ସିଧାସଳଖ ଦେଇଛି ବାର୍ତ୍ତା । ଅଧିକ ପଢନ୍ତୁ...

ଆସନ୍ତା 16ରେ କମ୍ପିବ ସିପି ଅଫିସ: ପ୍ରିପେଡ ଅଟୋ ସଂଘ

author img

By

Published : Oct 13, 2020, 7:33 PM IST

କଟକ: ଆସନ୍ତା 16 ତାରିଖରେ ଭୁବନେଶ୍ୱର କମିଶନରେଟ ଅଫିସ ଆଗରେ ଦିଆଯିବ ବଡ଼ଧରଣର ଧାରଣା । କଟକ ପ୍ରି ପେଡ ଅଟୋ ସଂଘ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛି । କମିଶନରେଟ ପୋଲିସ ହେପାଜତରେ ବ୍ୟାଙ୍କରେ ଜମା ହେଉଥିବା ଟଙ୍କା ଏହି କୋରୋନା ସମୟରେ ମିଳିପାରୁନଥିବାରୁ ଏଭଳି ନିଷ୍ପତ୍ତି ନେଇଛି ସଂଘ ।

ଆସନ୍ତା 16ରେ କମ୍ପିବ ସିପି ଅଫିସ: ପ୍ରିପେଡ ଅଟୋ ସଂଘ

2011 ମସିହାରୁ ଭଡା ପ୍ରତି 2 ଟଙ୍କା ଲେଖାଏଁ କମିଶନରେଟ ପୋଲିସର ଅଧକାରୀଙ୍କ ନାଁରେ ବ୍ୟାଙ୍କରେ ପୈଠ କରି ଆସୁଛି ସଂଘ । ଯାହା ବର୍ତ୍ତମାନ ସୁଦ୍ଧା 60 ଲକ୍ଷ ଟଙ୍କା ପାର କରି ସାରିଛି । ବର୍ତ୍ତମାନ କୋରୋନା ସମୟରେ ଏହି ଟଙ୍କା ପାଇଁ ସଂଘ ବାରମ୍ବାର ନିବେଦନ କରିବା ପରେ ମଧ୍ୟ କମିଶନରେଟ ପକ୍ଷରୁ ମିଳିପାରୁନି ଗ୍ରୀନ ସିଗ୍ନାଲ । ପୂର୍ବରୁ ଏବାବଦରେ ଏକ ବୈଠକରେ ସଂଘ ସହ ଆଲୋଚନା କରିଥିଲା କମିଶନରେଟ ପୋଲିସ । ଯେଉଁଥିରେ ଅନେକ ବରିଷ୍ଠ ଅଧକାରୀ ଉପସ୍ଥିତ ଥିଲେ । ସଂଘ ପକ୍ଷରୁ ଗୋଟିଏ ଦାବି ରହିଥିଲା ଯେ ଟିଏମସି ବୈଠକ 15 ଦିନ ମଧ୍ୟରେ ହେଉ । କଲ୍ୟାଣ ଫଣ୍ଡରୁ 210 ଅଟୋ ଚାଳକଙ୍କ ପରିବାରକୁ 10 ହଜାର ଲେଖାଏଁ ଟଙ୍କା ଦିଆଯାଉ । ମାତ୍ର ବୈଠକକୁ ପୂରିଛି 25 ଦିନ । ଟିଏମସି ବୈଠକ ହେବ କି ନାହିଁ ତାହା ମଧ୍ୟ ଅସ୍ପଷ୍ଟ ରହିଛି । ଯାହାକୁ ନେଇ ଆସନ୍ତା ଶୁକ୍ରବାର ସିପି ଅଫିସ ଆଗରେ ଏକ ଜୋରଦାର ଆନ୍ଦୋଳନ ହେବ ବୋଲି କହିଛି ସଂଘ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.