ETV Bharat / state

ରାତି ପାହିଲେ ପ୍ରଥମାଷ୍ଟମୀ, ବଡଠାକୁରଙ୍କ ପାଇଁ ମାମୁଁ ଘରୁ ଆସିଲା ପୋଢୁଆଁ ଭାର - ଶ୍ରୀମନ୍ଦିରରେ ପ୍ରଥାମାଷ୍ଟମୀ ପ୍ରସ୍ତୁତି

ଆସନ୍ତାକାଲି ପ୍ରଥମାଷ୍ଟମୀ । ପଢୁଆଁ ହେବେ ବଡଠାକୁର । ଏଥିପାଇଁ ଆଜି ମାମୁଁ ଘର ମାଧବାନନ୍ଦଜୀଉ ପକ୍ଷରୁ ଆସିଛି ବଡ ଠାକୁରଙ୍କ ପାଇଁ ପୋଢୁଆଁ ଭାର ଆସିଛି । ଅଧିକ ପଢନ୍ତୁ

ରାତି ପାହିଲେ ପ୍ରଥାମାଷ୍ଟମୀ, ବଡଠାକୁରଙ୍କ ପାଇଁ ମାମୁଁ ଘରୁ ଆସିଲା ଭାର

author img

By

Published : Nov 15, 2022, 10:48 AM IST

Updated : Nov 15, 2022, 12:27 PM IST

ନିଆଳି: ରାତି ପାହିଲେ ପ୍ରଥମାଷ୍ଟମୀ । ମାର୍ଗଶୀର କୃଷ୍ଣ ପକ୍ଷ ଅଷ୍ଟମୀ ଅର୍ଥାତ୍ ପ୍ରଥମାଷ୍ଟମୀ । ପୋଢୁଆଁ ହେବେ ବଡଠାକୁର । ଏଥିପାଇଁ ଆଜି (ମଙ୍ଗଳବାର) ମାମୁଁ ଘର ମାଧବାନନ୍ଦଜୀଉ ପକ୍ଷରୁ ଆସିଛି ବଡ ଠାକୁରଙ୍କ ପାଇଁ ପୋଢୁଆଁ ଭାର ଆସିଛି । ବଡଠାକୁର ଜଗନ୍ନାଥ ଓ ବଡ ଭାଇ ବଳଭଦ୍ର ମା' ସୁଭଦ୍ରା ଆସନ୍ତାକାଲି ପୋଢୁଆଁ ହେବେ । ନୂଆ ବସ୍ତ୍ର, ତୁଳସୀ ପତ୍ର ଠାରୁ ଆରମ୍ଭ କରି ନୈବିଦ ପର୍ଯ୍ୟନ୍ତ ସବୁକିଛି ଶୀକ୍ଷେତ୍ରକୁ କାନ୍ଧେଇ ଆସିଛନ୍ତି । ପୁରାଣ ଓ ଲୋକକଥା ଅନୁସାରେ ବଡଠାକୁରଙ୍କ ମାମୁଁ ଘର ହେଉଛି କଟକ ଜିଲ୍ଲା ନିଆଳି ଅଞ୍ଚଳର ପ୍ରସିଦ୍ଧ ମାଧବାନନ୍ଦଜୀଉ । ପ୍ରତିବର୍ଷ ଶ୍ରୀମନ୍ଦିରକୁ ମାଧବାନନ୍ଦଜୀଉ ପକ୍ଷରୁ ପୋଢୁଆଁ କରାଯାଇଥାଏ ।

ରାତି ପାହିଲେ ପ୍ରଥମାଷ୍ଟମୀ, ବଡଠାକୁରଙ୍କ ପାଇଁ ମାମୁଁ ଘରୁ ଆସିଲା ପୋଢୁଆଁ ଭାର

ମାର୍ଗଶୀର କୃଷ୍ଣ ପକ୍ଷ ଅଷ୍ଟମୀ ଅର୍ଥାତ୍ ପ୍ରଥମାଷ୍ଟମୀ ଏହି ଦିନରେ ଘରର ଜୈଷ୍ଠ ସନ୍ତାନକୁ ବନ୍ଧା ପନା କରାଯାଇଥାଏ । ଏହି କ୍ରମରେ ପୁରି ଜଗନ୍ନାଥ ଶ୍ରୀଜିଉଙ୍କ ପୋଢୁଆଁ ନୀତି ହୋଇଥାଏ । କଟକ ଜିଲ୍ଲା ନିଆଳି ଥାନା ଜଗନ୍ନାଥଙ୍କ ମାମୁଁ ଘର ପ୍ରବିତ୍ର ପୀଠ ମାଧବାନନ୍ଦଜୀୟୁ ମନ୍ଦିରରୁ ପ୍ରଥମାଷ୍ଟମୀ ପାଇଁ ପୋଢୁଆଁ ଭାର ଶ୍ରୀକ୍ଷେତ୍ର ଯାଉଛି । ଝାଞ୍ଜ, କିର୍ତ୍ତନ, ଶଙ୍ଖ ଧ୍ବନିରେ ପ୍ରକମ୍ପିତ ହୋଇଛି ମାଧବାନନ୍ଦ ଜୀୟୁ ପରିସର । ହଜାର ହଜାର ଭକ୍ତ ସାମିଲ ହୋଇଛନ୍ତି । ବାହୁଙ୍ଗିରେ ଖଣ୍ଡୁଆ, ପାଟ, ତୁଳସୀ, ନଡ଼ିଆ, ବିରି, ଅରୁଆ ଚାଉଳ, କଦଳୀ, ଘିଅ, ଗୁଡ, ପିଠା ବିଭିନ୍ନ ପ୍ରକାରର ଫୁଲ ଏବଂ ଗୋପାଳବଲ୍ଲଭ ପାଇଁ ବିଭିନ୍ନ ପ୍ରକାରର ଫଳମୂଳ ଶ୍ରୀମନ୍ଦିରର ସେବାୟତଙ୍କୁ ପ୍ରଦାନ କରିବାକୁ କାନ୍ଧରେ ବୋହି ନେଇଛନ୍ତି ।

ଏହା ବି ପଢନ୍ତୁ...ବଢିବ କି ବାଲିଯାତ୍ରାର ଅବଧି, ଶୁଣନ୍ତୁ କଣ କହୁଛନ୍ତି କଟକ ଜିଲ୍ଲାପାଳ

ମହାପ୍ରଭୁଙ୍କ ଅବକାଶ ଓ ଧୂପରେ ପଢୁଆଁ ବସ୍ତ୍ର ଲାଗି ହେବ । ଏବଂ ମାଧବାନନ୍ଦଜୀୟୁ ମନ୍ଦିରରୁ ଯାଇଥିବା ପୀଠା ଶ୍ରଦ୍ଧାଳୁମାନଙ୍କୁ ବଣ୍ଟନ କରାଯିବ । ରାତି ପାହିଲେ ପଢୁଆଁ ହେବେ ପ୍ରଭୁ ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ ଓ ସୁଦର୍ଶନ । କୁହାଯାଏ ଜଗନ୍ନାଥଙ୍କ ମାମୁଁ ଘର ମାଧବ ଗ୍ରାମର ଅବସ୍ଥିତ ମାଧବାନନ୍ଦ ଜୀୟୁ । ଏହି ପରମ୍ପରା ବହୁ ପ୍ରାଚୀନ । ପୂର୍ବରୁ ହଳ ବଳଦ ସାହାର୍ଯ୍ୟ ମାଧବାନନ୍ଦ ଜୀୟୁ ମନ୍ଦିରରୁ ପ୍ରଥମାଷ୍ଟମୀ ଭାର ଭଣଜା ଜଗନ୍ନାଥଙ୍କ ନିକଟକୁ ଯାଉଥିଲା । କିଛି ବର୍ଷ ବନ୍ଦ ପରେ ପୁଣି ଥରେ ଆରମ୍ଭ ହୋଇଛି ପୋଢୁଆଁ ଭାର ପରମ୍ପରା । ଏହି ପଢୁଆଁ ଭାର ପରମ୍ପରାରେ ମାଧବାନନ୍ଦଜୀଉ ମନ୍ଦିରର ସେବାୟତ ମାଧବାନନ୍ଦ ଟ୍ରଷ୍ଟ ନିଯୋଗ ଓ ସ୍ଥାନୀୟ ଲୋକ ମାନଙ୍କ ପକ୍ଷରୁ ପୋଢୁଆଁ ଭାର ପୁନର୍ବାର ଆରମ୍ଭ ହୋଇଛି ।‌

ଇଟିଭି ଭାରତ, କଟକ

Last Updated : Nov 15, 2022, 12:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.