ETV Bharat / state

ପ୍ରଦୀପ ପାଣିଗ୍ରାହୀ ଲୋକାୟୁକ୍ତ ମାମଲା: ନିର୍ଦ୍ଦେଶକୁ ରଦ୍ଦ କଲେ ହାଇକୋର୍ଟ - Lokayukta case update

ପ୍ରଦୀପ ପାଣିଗ୍ରାହୀଙ୍କ ଲୋକାୟୁକ୍ତ ମାମଲା। ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ହାଇକୋର୍ଟ କଲେ ରଦ୍ଦ। ଅଧିକ ପଢନ୍ତୁ...

ପ୍ରଦୀପ ପାଣିଗ୍ରାହୀ ଲୋକାୟୁକ୍ତ ମାମଲା: ନିର୍ଦ୍ଦେଶକୁ ରଦ୍ଦ କଲେ ହାଇକୋର୍ଟ

author img

By

Published : Feb 3, 2021, 2:23 PM IST

Updated : Feb 3, 2021, 5:07 PM IST

କଟକ: ପ୍ରଦୀପ ପାଣିଗ୍ରାହୀଙ୍କ ଲୋକାୟୁକ୍ତ ମାମଲା। ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଆଇନ ସିଦ୍ଧ ନୁହେଁ। ଭିଜିଲାନ୍ସ ଏହି ମାମଲା ତଦନ୍ତ କରି ପାରିବେ ନାହିଁ । 2 ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ହୋଇଥିଲା ଏହି ଶୁଣାଣି। ଭିଜିଲାନ୍ସ ଆବେଦନକାରୀ ହୋଇଥିବାରୁ ସେହି ସଂସ୍ଥା ତଦନ୍ତ କରିବା ବେଆଇନ ବୋଲି ହାଇକୋର୍ଟ କହିଛନ୍ତି । କେବଳ ସେତିକି ନୁହେଁ ତଦନ୍ତ ପୂର୍ବରୁ ଦୁର୍ନୀତିର ତଥ୍ୟପ୍ରମାଣ ଥିବା କହିବା ବେଆଇନ ବୋଲି ହାଇକୋର୍ଟ କହିଛନ୍ତି ।

ପ୍ରଦୀପ ପାଣିଗ୍ରାହୀ ଲୋକାୟୁକ୍ତ ମାମଲା: ନିର୍ଦ୍ଦେଶକୁ ରଦ୍ଦ କଲେ ହାଇକୋର୍ଟ

ଲୋକାୟୁକ୍ତଙ୍କ ଆଦେଶକୁ ଚାଲେଞ୍ଜ କରି ଗୋପଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ହାଇକୋର୍ଟରେ ଦାୟର ଆବେଦନରେ ପ୍ରଦୀପ ଦର୍ଶାଇଥିଲେ ଯେ ଭିଜିଲାନ୍ସର ଏକ ତରଫା ଅଭିଯୋଗକୁ ଆଧାର କରି ତାଙ୍କ ବିରୋଧରେ ଆପତତଃ ପ୍ରମାଣ ରହିଛି ବୋଲି ଲୋକାୟୁକ୍ତ କହିଥିବା ବେଳେ ଏହା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ସେ ଜେଲରେ ଥିବା ବେଳେ ତାଙ୍କୁ ଏହି ପ୍ରସଙ୍ଗରେ କୌଣସି ପ୍ରକାର ନୋଟିସ୍ ପ୍ରଦାନ କରାଯାଇ ନଥିଲା ।

ଭିଜିଲାନ୍ସର ଏହି ପ୍ରସଙ୍ଗରେ କ'ଣ ଅଭିଯୋଗ ରହିଛି ତାହା ମଧ୍ୟ ତାଙ୍କୁ ଜଣାନାହିଁ। ଲୋକାୟୁକ୍ତଙ୍କ ନିକଟରେ ମାମଲାର ଶୁଣାଣି ସମୟରେ ତାଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇ ନଥିଲା। ଏଭଳି ସ୍ଥିତିରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ଅସାମ୍ବିଧାନିକ। ଲୋକାୟୁକ୍ତଙ୍କ ଏ ସଂପର୍କିତ ନିର୍ଦ୍ଦେଶ ଓ ପ୍ରକ୍ରିୟାକୁ ରଦ୍ଦ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। ମାମଲାରେ ଲୋକାୟୁକ୍ତ ଓ ଭିଜିଲାନ୍ସକୁ ପକ୍ଷଭୁକ୍ତ କରାଯାଇଥିଲା। ସୂଚନା ଯୋଗ୍ୟ ଯେ ପ୍ରଦୀପଙ୍କ ବିରୋଧରେ ତଦନ୍ତ କରି ଦୁଇ ମାସ ଭିତରେ ରିପୋର୍ଟ ଦାଖଲ ପାଇଁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଥିଲେ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Feb 3, 2021, 5:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.