ETV Bharat / state

Post Stamps Released: ରାଜ୍ୟର ୪ କିମ୍ବଦନ୍ତୀଙ୍କ ସ୍ମାରକୀ ଡାକଟିକଟ ଉନ୍ମୋଚିତ

author img

By

Published : Mar 31, 2023, 7:11 AM IST

ଉନ୍ମୋଚନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ ଅତିଥି ଭାବେ ଯୋଗ ଦେଇ ସ୍ମାରକୀ ଡାକଟିକଟକୁ ଉନ୍ମୋଚନ କରିଛନ୍ତି । ରେଭେନ୍ସା ବିଶ୍ଵବିଦ୍ୟାଳୟର ସମ୍ମିଳନୀ କେନ୍ଦ୍ର ଠାରେ ୪ ଜଣ ଓଡିଆ ବରପୁତ୍ର ମାନଙ୍କର ନାମରେ ଡାକଟିକଟ ଉନ୍ମୋଚିତ ହୋଇଛି । ଅଧିକ ପଢନ୍ତୁ

ରାଜ୍ୟର ୪ କିମ୍ବଦନ୍ତୀଙ୍କ ସ୍ମାରକୀ ଡାକ ଟିକଟ ଉନ୍ମୋଚିତ

କଟକ: ଉତ୍କଳ ଦିବସର ଅବ୍ୟବହିତ ପୂର୍ବରୁ ଓଡିଶାର ୪ କିମ୍ବଦନ୍ତୀ ବରପୁତ୍ରଙ୍କ ନାମରେ ସ୍ମାରକୀ ଡାକଟିକଟ ଉନ୍ମୋଚନ ହୋଇଛି । ଏହାକୁ ଉନ୍ମୋଚନ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରେଭେନ୍ସା ବିଶ୍ବବିଦ୍ୟାଳୟ ପରିସରରେ ଡାକ ବିଭାଗ ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ନୃତ୍ୟ ଗୁରୁ କେଳୁଚରଣ ମହାପାତ୍ର, ସଂଗୀତଜ୍ଞ ଅକ୍ଷୟ ମହାନ୍ତି, କାନ୍ତକବି ଲକ୍ଷୀକାନ୍ତ ମହାପାତ୍ର ଓ ପାର୍ବତୀ ଘୋଷଙ୍କ ଉପରେ ଡାକଟିକଟ ଉନ୍ମୋଚିତ ହୋଇଛି ।

ଏହି ଉନ୍ମୋଚନ ଉତ୍ସବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ ଅତିଥି ଭାବେ ଯୋଗ ଦେଇ ସ୍ମାରକୀ ଡାକ ଟିକେଟକୁ ପ୍ରକାଶ କରିଛନ୍ତି । ଭାରତ ସରକାରଙ୍କର ସଞ୍ଚାର ମନ୍ତ୍ରଣାଳୟ ଓ ଡାକ ବିଭାଗ ମନ୍ତ୍ରଣାଳୟ ଓଡ଼ିଶା ଡାକ ପରିମଣ୍ଡଳ ଆନୁକୂଲ୍ୟରେ ଗତକାଲି ରେଭେନ୍ସା ବିଶ୍ଵବିଦ୍ୟାଳୟର ସମ୍ମିଳନୀ କେନ୍ଦ୍ର ଠାରେ ୪ ଜଣ ଓଡିଆ ବରପୁତ୍ର ମାନଙ୍କର ନାମରେ ଡାକଟିକଟ ଉନ୍ମୋଚିତ ହୋଇଛି ।

ଓଡ଼ିଶାର କଳା ଜଗତକୁ ଶ୍ରେଷ୍ଠ ସାରସ୍ୱତ ଅବଦାନ ପାଇଁ ସଙ୍ଗୀତ କ୍ଷେତ୍ରରେ ସୁନାମଧନ୍ୟ ଗୀତିକାର ତଥା କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତି, ନୃତ୍ୟ କ୍ଷେତ୍ରରୁ ଓଡିଶୀ ନୃତ୍ୟଶିଳ୍ପୀ ଗୁରୁ କେଳୁଚରଣ ମହାପାତ୍ର, ସାହିତ୍ୟ କ୍ଷେତ୍ରରୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଓ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରୁ ପ୍ରଥମ ଓଡ଼ିଆ ନିର୍ଦ୍ଦେଶିକା ପାର୍ବତୀ ଘୋଷଙ୍କ ନାମରେ ଡାକଟିକଟ ଉନ୍ମୋଚିତ ହୋଇଯାଇଛି ।

ଏହି ଉତ୍ସବରେ ଭାରତ ସରକାରଙ୍କର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଅଶୋକ କଳିଙ୍ଗ ଯୁଦ୍ଧ ପରେ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ । ସେତେବେଳେ କଳିଙ୍ଗରେ ରାଜା ନଥିଲେ । ଜନପ୍ରତିନିଧିଙ୍କ ସମୂହ ସବୁ ନିର୍ଣ୍ଣୟ ନେଉଥିଲେ । ଏହି ଯୁଦ୍ଧରେ ଓଡିଆ ଜାତିର ପରାଜୟ ନୁହେଁ ବରଂ ବିଜୟର ଅଦମ୍ୟ ସାହସକୁ ଦୁନିଆ ଅନୁଭବ କରିଛି । କଳିଙ୍ଗ ଯୁଦ୍ଧ ଓ ପ୍ରଶାସନିକ ଢାଞ୍ଚା ଉପରେ ରେଭେନ୍ସା ଗବେଷଣାର ଦାୟିତ୍ୱ ନେଉ ।

ରେଭେନ୍ସା ହେଉଛି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁକସାକ୍ଷୀ । ଓଡ଼ିଶାର ସ୍ୱତନ୍ତ୍ରତା ଆନ୍ଦୋଳନର ବହ୍ନି ପ୍ରଜ୍ୱଳିତ କରିଥିବା ଅନୁଷ୍ଠାନ । ଏହି ଅନୁଷ୍ଠାନରେ ଆଜି ଆମର ପୂର୍ବଜ ମାନଙ୍କ ସ୍ମୃତିରେ ଡାକଟିକଟ ପ୍ରଚଳନ ହେବା ଖୁସିର ବିଷୟ । ବିଶେଷ ଭାବରେ ଉତ୍କଳ ଦିବସ ପୂର୍ବରୁ ୪ ପୂର୍ବଜଙ୍କ ସ୍ମୃତିରେ ଡାକଟିକେଟ ଉନ୍ମୋଚନ ଆମ ପାଇଁ ଗର୍ବ । ପୂର୍ବଜଙ୍କ ବିନା ପ୍ରେରଣାରେ କୌଣସି କାମ ଫଳପ୍ରଦ ହୁଏନାହିଁ । ଏହି ଡାକଟିକଟ ଉନ୍ମୋଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଦେଉଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ ଶୁଭେନ୍ଦୁ ସ୍ୱାଇଁ ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରି ସ୍ବାଗତଭାଷଣ ଦେଇଥିଲେ । ଏପର୍ଯ୍ୟନ୍ତ ଓଡ଼ିଶାର ବରପୁତ୍ର ଏବଂ ବିଭିନ୍ନ ପର୍ଯ୍ୟଟନ କେନ୍ଦ୍ର ମୋଟ ୬୦ ଟି ଡାକଟିକଟ ଉନ୍ମୋଚିତ ହୋଇଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.