ETV Bharat / state

ପିଲାଙ୍କ ଛତୁଆରେ ପୋକ, ଅଙ୍ଗନବାଡି ସେଣ୍ଟରରେ ଦିଆଯାଉଛି ନିମ୍ନମାନର ଛତୁଆ - ଛତୁଆ ଗୁଣବତ୍ତାକୁ ନେଇଉଠିଛି ପ୍ରଶ୍ନ

ଅଙ୍ଗନବାଡ଼ି ଛତୁଆରେ ପୋକ । ଖାଇଲା ବେଳକୁ ଲାଗୁଛି ଗମରା । ପ୍ୟାକେଟ ଭିତରୁ ବାହାରୁଛି ପୋକ ସାଲୁବାଲୁ । ଏଭଳି ସାଂଘାତିକ ଅଭିଯୋଗ ଆସିଛି କଟକ ମହାନଗର ନିଗମ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରୁ ମିଳୁଥିବା ଛତୁଆରୁ । ଦେଖନ୍ତୁ ଏହି ରିପୋର୍ଟ

କଟକ ଅଙ୍ଗନବାଡ଼ି ଛତୁଆରେ ପୋକ
କଟକ ଅଙ୍ଗନବାଡ଼ି ଛତୁଆରେ ପୋକ
author img

By

Published : Dec 12, 2022, 7:23 AM IST

କଟକ: ଅଙ୍ଗନବାଡ଼ି ଛତୁଆରେ ପୋକ । ଖାଇଲା ବେଳକୁ ଲାଗୁଛି ଗମରା । ପ୍ୟାକେଟ ଭିତରୁ ବାହାରୁଛି ପୋକ ସାଲୁବାଲୁ । ଏଭଳି ସାଂଘାତିକ ଅଭିଯୋଗ ଆସିଛି କଟକ ମହାନଗର ନିଗମ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରୁ ମିଳୁଥିବା ଛତୁଆରୁ । ଏଠାରେ ଛତୁଆ ଗୁଣବତ୍ତାକୁ ନେଇ ଉଠିଛି ପ୍ରଶ୍ନ । ତେବେ ଏହାକୁ ନେଇ ତାତି ଉଠିଛନ୍ତି ମିଶନଶକ୍ତି ସମ୍ପାଦିକା ।

କଟକ ଅଙ୍ଗନବାଡ଼ି ଛତୁଆରେ ପୋକ

ସମନ୍ବିତ ଶିଶୁ ବିକାଶ ଯୋଜନାରେ ସରକାର ତରଫରୁ ଜନ୍ମରୁ ଯୋଗାଇ ଦିଆଯାଉଛି ପୃଷ୍ଟିକର ଖାଦ୍ୟ । ଏଥିରେ ସାମିଲ ହୋଇଛି ଛତୁଆ ଆଉ ମକା ହାଲୁଆ । ଯାହାକୁ ପ୍ରସ୍ତୁତ କରୁଛନ୍ତି ମିଶନଶକ୍ତି ଅଧୀନରେ ଥିବା ସ୍ୱୟଂସହାୟକ ଗୋଷ୍ଠୀ । ହେଲେ ଗତ କିଛିଦିନ ଧରି କଟକ ମହାନଗର ନିଗମ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରୁ ମିଳୁଥିବା ଛତୁଆରୁ ବାହାରୁଛି ପୋକ ।

ଏହାକୁ ନେଇ କଟକ ଅର୍ବାନ CDPO ନିବେଦିତା ବିଭୁତିରାୟଙ୍କୁ ପଚାରିବାରୁ ସେ କହିଛନ୍ତି ''ଆମେ ଛତୁଆ ଦେବା ପୂର୍ବରୁ ପ୍ରଥମେ ନିଜେ ଚାଖିଥାଉ । ଏପରିକି ତିଆରି ହେଉଥିବା ପ୍ଲାଣ୍ଟରେ ଏହାର କ୍ବାଲିଟି ମଧ୍ୟ ଚେକ୍ କରିଥାଉ । ହେଲେ ଆଜି ଯେଉଁ ଅଭିଯୋଗ ଆସିଛି ତା ସମ୍ପର୍କରେ କୌଣସି ଖବର ନାହିଁ ମୋ ପାଖରେ । ତଦନ୍ତ କରି ଯଦି ଭୁଲ ଥାଏ ତେବେ ନିହାତି କାର୍ଯ୍ୟାନୁଷ୍ଠାନ ନେବି''।

ସେହିପରି ମିଶନଶକ୍ତିର ସମ୍ପାଦିକା କହିଛନ୍ତି, ''1 କେଜି ଛତୁଆ ପାଇଁ ସରକାର ଦେଉଛନ୍ତି ମାତ୍ର 24 ଟଙ୍କା । ତେବେ 24ଟଙ୍କାରେ କିଭଳି ଛତୁଆ ପ୍ରସ୍ତୁତ କରାଯିବ । ବହୁତ କମ ରେଟରେ ଛତୁଆ ଆମେ ପ୍ରସ୍ତୁତ କରୁଛୁ । ତେଣୁ ସରକାର ସେମାନଙ୍କର ଦୁଃଖ ବି ବୁଝିବା ଦରକାର।'' ମିଶନଶକ୍ତିର ସମ୍ପାଦିକାଙ୍କ ପାଖରୁ ଏଭଳି ହାସ୍ୟସ୍ପଦ କଥା ଶୁଣିବା ପରେ ଗ୍ରାମବାସୀ ମଧ୍ୟ ରାଗି ଉଠିଛନ୍ତି ।

ଏଠି ପ୍ରଶ୍ନ ଉଠିଛି ଯେ କମ୍ ଟଙ୍କା ମିଳୁଥିବାରୁ କମ ଦାମିକିଆ କଞ୍ଚାମାଲ ଆଣି ଛତୁଆ ପ୍ରସ୍ତୁତ କରାଯାଇଛି କି ? ଛତୁଆର ମାନ ପରୀକ୍ଷା ପାଇଁ କିଛି ବ୍ୟବସ୍ଥା କରିଛି କି ବିଭାଗ ? କୁନି କୁନି ଶିଶୁଙ୍କୁ ଦିଆଯାଉଥିବା ପୃଷ୍ଟିକର ଖାଦ୍ୟକୁ ନେଇ ସମସ୍ତେ ଦାୟିତ୍ୱହୀନ । ଅଧିକାରୀ ଠାରୁ ଆରମ୍ଭ କରି ମିଶନଶକ୍ତି ପ୍ରସ୍ତୁତକାରୀ କେହି ବି ଗୁରୁତର ସହ ନେଉନାହାଁନ୍ତି ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

ସୁଷମ ଖାଦ୍ୟ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ସରକାରଙ୍କ ତରଫରୁ ଯୋଗାଯାଉଛି ଛତୁଆ । ହେଲେ ସରକାରଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇ ଗରୀବ ଓ କଅଁଳ ଶିଶୁଙ୍କ ପେଟରେ ଲାତ ମାରୁଛନ୍ତି ସ୍ୱୟଂ ସହାୟିକା ଗୋଷ୍ଠୀ । ତେଣୁ ବେଳ ଥାଉ ଥାଉ ଯଦି ପ୍ରଶାସନ ନଚେତିବ ତେବେ କୁନି କୁନି ଶିଶୁମାନଙ୍କ ସହିତ ଘଟି ପାରେ ବଡ଼ ଅଘଟଣ ।

ଇଟଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.