ETV Bharat / state

ସାବିତ୍ରୀରେ ଶ୍ରୀତମଙ୍କୁ PPE କିଟ ଦେଲେ ପତ୍ନୀ ପୁନମ

author img

By

Published : Jun 10, 2021, 7:27 PM IST

କୋଭିଡ ମହାମାରୀରେ ସ୍ବାମୀର ସୁରକ୍ଷା ଚିନ୍ତା କରି ଶ୍ରୀତମଙ୍କୁ PPE କିଟ୍ ଦେଲେ ପତ୍ନୀ ପୁନମ । ଅଧିକ ପଢନ୍ତୁ...

ସାବିତ୍ରୀରେ ଶ୍ରୀତମଙ୍କୁ PPE କିଟ ଦେଲେ ପତ୍ନୀ ପୁନମ
ସାବିତ୍ରୀରେ ଶ୍ରୀତମଙ୍କୁ PPE କିଟ ଦେଲେ ପତ୍ନୀ ପୁନମ

କଟକ: ଆଜି ସାବିତ୍ରୀ ଅମାବାସ୍ୟା । ହିନ୍ଦୁ ଓ ସଧବା ନାରୀ ପାଇଁ ଏକ ଖାସ ଦିନ । ପୌରାଣିକ କଥା ଅନୁଯାୟୀ, ଏହି ଦିନ ସତ୍ୟବାନଙ୍କୁ ତାଙ୍କ ପତ୍ନୀ ସାବିତ୍ରୀ ଯମ ରାଜଙ୍କ ଠାରୁ ମୃତ୍ୟୁ ମୁଖରୁ ଫେରାଇ ଆଣିଥିଲେ । ତେଣୁ କାହିଁ କେଉଁ ଯୁଗରୁ ଏହି ପ୍ରଥା ଚାଲିଆସୁଛି । ଯାହାକୁ ମାନି ଗୋଟିଏ ନାରୀ ତାର ସ୍ବାମୀର ଦୀର୍ଘାୟୁ କାମନା କରି ସଧବାଙ୍କ ଏହି ପବିତ୍ର ବ୍ରତକୁ ପାଳି ଆସୁଛି ।

ତେବେ ଏହି କ୍ରମରେ କଟକରେ ନିଆରା ଢଙ୍ଗରେ ସାବିତ୍ରୀ ପାଳିଲେ ଓଲିଉଡ ଅଭିନେତା ଶ୍ରୀତମଙ୍କ ଧର୍ମପତ୍ନୀ ପୁନମ । ସାବିତ୍ରୀରେ ପୁନମ ଶ୍ରୀତମଙ୍କୁ PPE କିଟ୍, ମାସ୍କ, ସାନିଟାଇଜର ଉପହାର ଦେଇଛନ୍ତି । କାରଣ ଶ୍ରୀତମ ସବୁବେଳେ ଲକଡାଉନରେ ଲୋକଙ୍କ ସେବାରେ ବାହାରକୁ ଯାଉଛନ୍ତି । ଏଥିପାଇଁ ଧର୍ମପତ୍ନୀ ପୁନମ ଶ୍ରୀତମଙ୍କ ରକ୍ଷା କବଚ ଭାବେ ପିପିଇ କିଟ ଉପହାରରେ ଦେଇଛନ୍ତି । ଏହି ମହାମରୀ ସମୟରେ ଯାହା ମଣିଷ ଜୀବନର ମୁଖ୍ୟ ଆବଶ୍ୟକ ବୋଲି କହିଛନ୍ତି ଉଭୟେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.