ETV Bharat / state

ପେଟାନାଳ ଉନ୍ନତିକରଣ ନେଇ ଜୋରଧରିଲା ଶ୍ରେୟ ରାଜନୀତି, ମେୟରଙ୍କୁ ବିଜେଡି-କଂଗ୍ରେସର ଟାର୍ଗେଟ - ପେଟାନାଳ ପୁନରୁଦ୍ଧାର କାର୍ଯ୍ୟ

ପେଟାନାଳ ପୁନରୁଦ୍ଧାର କାର୍ଯ୍ୟକୁ ନେଇ ଜୋର ଧରିଲା ଶ୍ରେୟ ରାଜନୀତି । ବିଜେଡିର ଅନ୍ତକନ୍ଦଳ ଆସିଲା ସାମ୍ନାକୁ । ମେୟର ସୁବାସ ସିଂ ଓ ପୂର୍ବତନ ବିଧାୟକ ଦେବାଶିଷଙ୍କୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ଅଧିକ ପଢ଼ନ୍ତୁ

ପେଟାନାଳ ପୁନରୁଦ୍ଧାର କାର୍ଯ୍ୟକୁ ନେଇ ଜୋର ଧରିଲା ଶ୍ରେୟ ରାଜନୀତି

author img

By

Published : Jun 11, 2023, 10:24 PM IST

ପେଟାନାଳ ପୁନରୁଦ୍ଧାର କାର୍ଯ୍ୟକୁ ନେଇ ଜୋର ଧରିଲା ଶ୍ରେୟ ରାଜନୀତି

କଟକ: ପେଟାନାଳ ପୁନରୁଦ୍ଧାର କାର୍ଯ୍ୟକୁ ନେଇ ମୁହାଁମୁହିଁ ବିଜେଡି କଂଗ୍ରେସ । ଜୋର ଧରିଛି ଶ୍ରେୟ ରାଜନୀତି । ବିଜେଡିର ଦୁଇ ନେତା ତଥା ସିଏମ୍‌ସି ମେୟର ସୁବାସ ସିଂ ଓ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ମଧ୍ୟରେ ଶ୍ରେୟକୁ ନେଇ ଛକାପଞ୍ଝା ଚଲିଛି । ଏହାରି ମଧ୍ୟରେ ଉଭୟଙ୍କୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ।

ପେଟାନାଳ ପୁନରୁଦ୍ଧାର ଆଉ ସୌନ୍ଦର୍ଯ୍ୟକରନ କାମ ପାଇଁ 140 କୋଟି ଟଙ୍କା ମଞ୍ଜୁରୀ ପରେ ତେଜିଛି ରାଜନୀତି । କଂଗ୍ରେସ ଏହି କାମର ଶ୍ରେୟ ନେବାକୁ ବସିଥିବା ବେଳେ ଏହାର ଇତିହାସ ବଖାଣିଛି ବିଜେଡି । ସରକାରଙ୍କ ଉପରେ ଚାପ ସୃଷ୍ଟି କରି ମୋକିମ ଏ କାମ କରାଇଛନ୍ତି ବୋଲି ଦାବି କରିଥିବା ବେଳେ ପେଟାନାଳ କାମ ବିଡେଜିର ନେତା ଦେବାଶିଷ କରିଥିବା କହିଛନ୍ତି ।

ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି,‘‘2021 ମସିହାରେ ସେ ପେଟାନାଳର ପୁନରୁଦ୍ଧାର ପାଇଁ ତତ୍କାଳୀନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ କହି DPR ପ୍ରସ୍ତୁତ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସ୍ୱରେଜ ବିଭାଗ ଡ୍ରେନେଜ ବିଭାଗକୁ ଦାୟିତ୍ୱ ହସ୍ତାନ୍ତର କରିବାରୁ ଏବେ ଡ୍ରେନେଜ ବିଭାଗ ପୁନର୍ବାର DPR ପ୍ରସ୍ତୁତ କରି କାମ ଆରମ୍ଭ କରିଛି । ତେଣୁ ନବୀନ ପଟ୍ଟନାୟକଙ୍କ ଫଟୋଚିତ୍ର ଫଳକ ଲାଗିଛି । ଏହାସହ ସେ ମେୟର ସୁବାସଙ୍କୁ ତେରେଚ୍ଛା ବଣ ମାରି କହିଛନ୍ତି ଯଦି ଅଉ କେହି ସେ କାର୍ଯ୍ୟକରି ଶ୍ରେୟ ନେବାକୁ ଚାହୁଁଛି ମୋର କିଛି ଆସୁବିଧା ନାହିଁ ।’’

ହେଲେ କାର୍ଯ୍ୟ ଶୁଭ ଦେବା ସମୟରେ ଦେବାଶିଷଙ୍କୁ ନଡାକିବା ଅନ୍ତକନ୍ଦଳକୁ ପଦାରେ ପକାଇ ଦେଇଛି। ଦେବାଶିଷ କହିଛନ୍ତି,‘‘ ଶୁଭ ଦେବା ପାଇଁ ସୁବାସ ସିଂ ସ୍ଥାନୀୟ ବିଧାୟକଙ୍କୁ ନିମନ୍ତ୍ରଣ ନଦେବା ଉଚିତ ନୁହେଁ । ଏହା ସରକରୀ କାର୍ଯ୍ୟକ୍ରମ, କାହାର ଘରୋଇ କାର୍ଯ୍ୟକ୍ରମ ନୁହେଁ।’’

ବାରବାଟୀ ବିଧାୟକ ମୋକିମ୍ କହିଛନ୍ତି, "ଗତ 14 ମାର୍ଚ୍ଚରେ ଏନେଇ ବିଧାନସଭାରେ ମନ୍ତ୍ରୀ ଉଷା ଦେବୀଙ୍କୁ ପ୍ରଶ୍ନ ପଚାରି ପେଟାନାଳ ପୁନରୁଦ୍ଧାର କାଯ୍ୟ ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲି । ପେଟାନାଳ ପଙ୍କରେ ପଶି ବିକ୍ଷୋଭ କରିଥିଲି । ଲୋକଙ୍କ ସ୍ବାର୍ଥ ପାଇଁ ସ୍ୱର ଉତ୍ତୋଳନ କରିଥିବାରୁ ସରକାର ଏକାମ କରିବାକୁ ବାଧ୍ୟ ହୋଇଛନ୍ତି । ଆଉ ମିଛ ଶ୍ରେୟ ନେଵାକୁ ମେୟର ଓ କମିଶନର ମିଳିତ ଭାବେ କାମର ଶୁଭ ଦେଇଛନ୍ତି । ଏହାସହ ଯଦି ସିଡିଏ ପେଟାନାଳ ଦେବାଶିଷଙ୍କ ସମୟରେ ଆରମ୍ଭ ହୋଇଛି ୧୦ ବର୍ଷ ବିଧାୟକ ଥିବା ବେଳେ କେମିତି କାମ ସରିଲାନି ?" ଏବେ ପେଟାନାଳ ଶୁଭ ଦିଆ କାର୍ଯ୍ୟପରେ ତେଜିଛି ଆରୋପ ପ୍ରତ୍ୟାରୋପ ରାଜନୀତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.