ETV Bharat / state

ରାଜନୀତିରୁ ରକ୍ତପାତ: ଗୋଷ୍ଠୀ ସଂର୍ଘଷରେ 6 ଆହତ - Cuttack

ରାଜନୀତିରୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂର୍ଘଷ । କଟକ ଆଠଗଡ଼ ଥାନା କୁଲାଇଲୋ ପଞ୍ଚାୟତ ଗୈଡଝରିରେ ହିଂସାକାଣ୍ଡ ହୋଇଥିବାବେଳେ 6 ଜଣ ଆହତ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Jul 14, 2019, 2:45 PM IST

କଟକ: ରାଜନୈତିକ ତିକ୍ତତାକୁ ନେଇ ଗୋଷ୍ଠୀ ସଂଘର୍ଷ । 6 ଜଣ ଆହତ ହୋଇଥିବାବେଳେ ସେଥିମଧ୍ୟରୁ 3 ଜଣ ଗୁରୁତର ଅଛନ୍ତି । କଟକ ଆଠଗଡ଼ ଥାନା କୁଲାଇଲୋ ପଞ୍ଚାୟତ ଗୈଡଝରିରେ ଏହି ଘଟଣା ଘଟିଥିବାବେଳେ ଗାଁରେ ଉତ୍ତେଜନା ନେଇ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ସୂଚନାଯୋଗ୍ୟ, ଗୈଡଝରି ଗାଁର ଉପେନ୍ଦ୍ର ବେହେରା ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବାବେଳେ ଗାଁର ଏକ ଗୋଷ୍ଠୀ ତାଙ୍କୁ ଟାର୍ଗେଟ କରିଆସୁଥିଲେ । ତେବେ ଗତକାଲି ଉପେନ୍ଦ୍ର ଓ ତାଙ୍କ ବନ୍ଧୁ ଘରକୁ ଫେରୁଥିବା ସମୟରେ କଇଁଆ ଛକ ନିକଟରେ ସେହି ଗାଁର ରମେଶ ପରୋଇଙ୍କ ମଧ୍ୟରେ କଥାକଟି ହେବା ସହ ମାରପିଟ ଆରମ୍ଭ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଏଥିରେ ରମେଶ ଉତ୍ତ୍ୟକ୍ତ ହୋଇ ଏକ କଟୁରୀରେ ଉପେନ୍ଦ୍ରଙ୍କ ବନ୍ଧୁ ବିଜୟଙ୍କୁ ଆକ୍ରମଣ କରିଥିଲେ । ଏଥିରେ ବିଜୟ ଆହତ ହୋଇ ଆଠଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଫେରୁଥିବାବେଳେ ପୁଣି ଥରେ ଆକ୍ରମଣର ଶିକାର ହୋଇଥିଲେ । 5 ଜଣଙ୍କ ସହିତ ମିଶି ରମେଶ ପିରୋଇ କଟୁରୀରେ ବିଜୟଙ୍କ ମୁଣ୍ଡକୁ ଆଘାତ ଦେଇଥିଲେ । ଏହା ପରେ ଉଭୟ ଗୋଷ୍ଠୀ ମଧ୍ୟରେ ସଂର୍ଘଷ ହୋଇଥିଲା ।

ସେପଟେ ଖବର ପାଇ ଆଠଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ଚିକିତ୍ସିତ ପାଇଁ ଡାକ୍ତରଖାନାକୁ ପଠାଇଥିଲେ । ଏଥିସହ ଗାଁରେ ଉତ୍ତେଜନା ଲାଗି ରହିଥିବାବେଳେ ଗାଁରେ ପୋଲିସ ଫୋର୍ସକୁ ମୁତୟନ କରାଯିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି କହିଛନ୍ତି ଆଠଗଡ ଥାନା ଅଧିକାରୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

Intro:କଟକ:ଆଠଗଡ ଥାନା ଅନ୍ତର୍ଗତ କୁଲାଇଲୋ ପଞ୍ଚାୟତ ଗୈଡଝରି ଗ୍ରାମରେ ପଞ୍ଚାୟତ ନିର୍ବାଚନରେ ସୃଷ୍ଟି ହୋଇଥିବା ରାଜନୈତିକ ତିକ୍ତତା କୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଏହି ଘଟଣା ରେ ୬ ଆହାତ ୩ ଜଣ ଗୁରୁତର ଆହାତ ହୋଇଥିବା ସୂଚନା । ଗ୍ରାମରେ ଉତ୍ତେଜନା କୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୃତୟନ।

ସୂଚନାଯୋଗ୍ୟ , ଗୈଡଝରି ଗ୍ରାମର ଉପେନ୍ଦ୍ର ବେହେରା ପଞ୍ଚାୟତ ନିର୍ବାଚନରେ ସମିତିସଭ୍ଯ ପାର୍ଥୀ ହୋଇ ପରାଜିତ ହୋଇଥିଲେ ।ଗ୍ରାମର ଅସବର୍ଣ୍ଣ ମାନେ ଉପେନ୍ଦ୍ରଙ୍କୁ ପଞ୍ଚାୟତ ନିର୍ବାଚନ ଠାରୁ ଟାର୍ଗେଟ କରି ଆସୁଥିଲେ।ଗତକାଲି ଉପେନ୍ଦ୍ର ଓ ତାଙ୍କ ବନ୍ଧୁ ଏକ କାରରେ ଘରକୁ ଫେରୁଥିବା ସମୟରେ ଗ୍ରାମର କଇଁଆ ଛକ ନିକଟରେ ସେହି ଗ୍ରାମର ରମେଶ ପିରୋଇ ଗାଡିକୁ ଅଟକାଇ ଉପେନ୍ଦ୍ର ଙ୍କ ସହିତ ପାଟିତୁଢଣ୍ଡ କରିଥିଲେ ଉଭୟଙ୍କ ମଧ୍ୟରେ ଧକ୍କା ମରାମରି ହୋଇଥିଲା।

ଯାହାଫଳରେ ରମେଶ ଏକ କଟୁରୀରେ ବିଜୟ ଙ୍କୁ ଆକ୍ରମଣ କରିଥିଲେ ଏଥିରେ ବିଜୟ ଆହାତ ହୋଇ ଆଠଗଡ ଡାକ୍ତରଖାନା ଯାଇ ଫେରିବା ସମୟରେ ଗ୍ରାମର କଇଁଆ ଛକ ନିକଟରେ ଅସବର୍ଣ ଗୋଷ୍ଠୀର ରମେଶ ପିରୋଇ ଙ୍କ ସହିତ ଆଉ ୫ ଛଅ ଜଣ ମିଶି ପୁନର୍ବାର ଉପେନ୍ଦ୍ର ବେହେରାଙ୍କୁ କଟୁରୀରେ ଆକ୍ରମଣ କରିଥିଲେ ଏଥିରେ ବିଜୟଙ୍କ ମୁଣ୍ଡ ଫାଟିବାରୁ ସବର୍ଣ ଲୋକମାନେ ଆକ୍ରମଣକୁ ସହ୍ଯ କରି ନପାରି ବାହାରିଥିଲେ ଉଭଯ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା ।

ଏଥିରେ ଉଭୟ ପକ୍ଷରୁ ଆହାତ ହୋଇଥିଲେ।ଖବର ପାଇଁ ଆଠଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହାତ ଗୁରୁତର ଆହାତଙ୍କୁ ଉଦ୍ଧାର କରି ଆଠଗଡ ଡାକ୍ତରଖାନା ରେ ଚିକିତ୍ସା କରାଇଥିଲେ । ଉତେଜନା କୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ଗ୍ରାମରେ ମୃତୟନ କରାଯାଇଛି।ଅଭିଯୁକ୍ତ ମାନଙ୍କୁ ଶିଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଆଠଗଡ ଥାନା ଅଧିକାରୀ।Body:No needConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.