ETV Bharat / state

ବେଆଇନ ଲିଙ୍ଗ ନିରପୁଣ ଘଟଣା, ସବୁ ଅଲ୍ଟ୍ରାସାଉଣ୍ଡ ସେଣ୍ଟରରେ ହେବ ଚଢ଼ାଉ

author img

By

Published : May 26, 2023, 4:37 PM IST

ମଙ୍ଗଳାବାଗ ଥାନା ଅଧୀନରେ ଥିବା ସମସ୍ତ ହସ୍ପିଟାଲର ଅଲଟ୍ରା ସାଉଣ୍ଡ କେନ୍ଦ୍ର ଓ ଲାବ୍ରୋଟାରୀ ଯାଞ୍ଚ କରିବ ସ୍ୱତନ୍ତ୍ର ଟିମ୍‌ । ଅଧିକ ପଢନ୍ତୁ

ବେଆଇନ ଲିଙ୍ଗ ନିରପୁଣ ଘଟଣା
ବେଆଇନ ଲିଙ୍ଗ ନିରପୁଣ ଘଟଣା
ବେଆଇନ ଲିଙ୍ଗ ନିରପୁଣ ଘଟଣା

କଟକ: ଫ୍ରେଣ୍ଡସ କଲୋନୀରେ ଡାକ୍ତରଙ୍କ ଘରେ ବେଆଇନ ଲିଙ୍ଗ ନିରୂପଣ ଚାଲିବା ଘଟଣା । ଏନେଇ କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛି କମିଶନରେଟ ପୋଲିସ । ମଙ୍ଗଳାବାଗ ଥାନା ଅଧୀନରେ ଥିବା ସମସ୍ତ ହସ୍ପିଟାଲର ଅଲଟ୍ରାସାଉଣ୍ଡ କେନ୍ଦ୍ର ଓ ଲାବ୍ରୋଟାରୀ ଯାଞ୍ଚ କରିବ ସ୍ୱତନ୍ତ୍ର ଟିମ୍‌ । କାଗଜପତ୍ର ତନାଘନା ସହିତ ଯଦି ଅନିୟମିତତା ସାମ୍ନାକୁ ଆସେ ସିଡିଏମଓଙ୍କ ସହଯୋଗରେ ସମ୍ପୃକ୍ତ ହସ୍ପିଟାଲ୍‌ ବା ଅଲ୍‌ଟ୍ରାସାଉଣ୍ଡ କେନ୍ଦ୍ରକୁ ସିଲ୍‌ କରାଯିବ । ଏହାକୁ ନେଇ ମଙ୍ଗଳାବାଗ ଥାନା ଅଧିକାରୀ ସୁଧାଂଶୁ ଭୂଷଣ ଜେନା ସୂଚନା ଦେଇଛନ୍ତି ।

ତେବେ ଅଭିଭାବକଙ୍କ ପୁତ୍ର ସନ୍ତାନ ପାଇବା ମୋହ ସାଙ୍ଗକୁ ଏଥିରେ ତାଙ୍କୁ ସହଯୋଗ କରୁଥିବା ଲୋଭୀ ଡାକ୍ତର ଓ ଅଲଟ୍ରାସାଉଣ୍ଡ କେନ୍ଦ୍ର ମାଲିକଙ୍କ ପାଇଁ ଅନେକ ମୂଲ୍ୟବାନ ଜୀବନ ସଂସାରକୁ ଆସିବା ପୂର୍ବରୁ ମୃତ୍ୟୁ ବରଣ କରୁଛନ୍ତି । କଟକ ଏସସିବି ନିକଟରେ ଛତୁ ଫୁଟିଲା ଭଳି ଏଭଳି ଅଲଟ୍ରାସାଉଣ୍ଡ ସେଣ୍ଟର ରହିଛି । ତେଣୁ ପ୍ରତ୍ୟେକ କ୍ଲିନିକ୍‌ ଯାଞ୍ଚ ହେବ ବୋଲି କହିଛନ୍ତି ପୋଲିସ ଅଧିକାରୀ ।

ତେବେ ପୋଲିସ ଅଧିକାରୀଙ୍କ କହିବା ମୁତାବକ, ଏଭଳି ଘୃଣ୍ୟ କାମ ସମାଜ ପାଇଁ କଳଙ୍କ ସଦୃଶ । ତେଣୁ ଏହି ଘଟଣା ଘଟିବା ପରେ ଆକ୍ସନ ମୋଡ୍‌ରେ ଆସିଛି କଟକ କମିଶନରେଟ୍ ପୋଲିସ । ଏଣିକି କ୍ଲିନିକ୍‌ଗୁଡ଼ିକ ଉପରେ ମାରାଥନ ଯାଞ୍ଚ କରାଯିବ । ତାଙ୍କର କାଗଜପତ୍ର ସହ କେଉଁ ମେସିନ୍‌ରେ କଣ ପରୀକ୍ଷା କରାଯିବ ସେ ସବୁ ଉପରେ କଡ଼ା ନଜର ରଖାଯିବ । ଯିଏ ବେଆଇନ ଭାବରେ ଏଭଳି କାର୍ଯ୍ୟ କରୁଥିବାର ନଜର ଆସେ ତେବେ ତାଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

କଟକ ଫ୍ରେଣ୍ଡସ୍‌ କଲୋନୀ ଅଞ୍ଚଳରେ ପୁଣ୍ୟ ଶ୍ଳୋକ ଦାସ ନାମକ ଜଣେ ଡାକ୍ତର ତାଙ୍କର ଘରେ ବେଆଇନ ଭାବେ ଲିଙ୍ଗ ନିରୂପଣ କରୁଥିବା ଅଭିଯୋଗ ଆସିଥିଲା । ଏହାପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍, ଜିଲ୍ଲା ପ୍ରଶାସନ ଓ ପୋଲିସର ମିଳିତ ଚଢ଼ାଉ କରାଯାଇଥିଲା । ଲିଙ୍ଗ ନିରୂପଣ କାର୍ଯ୍ୟ ଚାଲିଥିବା ବେଳେ ହିଁ ଧରାପଡିଥିଲେ ଡାକ୍ତର ଜଣଙ୍କ । ଏହି ସମୟରେ ଡାକ୍ତରଙ୍କ ଘରେ ପାଖାପାଖି ୧୦ ଜଣ ଗର୍ଭବତୀ ମହିଳା ଉପସ୍ଥିତ ଥିଲେ। ଚଢାଉ ସମୟରେ ନିରୂପଣ କରିବା ପାଇଁ ବ୍ୟବହାର କରାଯାଉଥିବା କେମିକାଲ ଓ ଅନ୍ୟ ଯନ୍ତ୍ରପାତିଗୁଡ଼ିକୁ ଜବତ କରାଯାଇଥିଲା ।

ତେବେ ଡାକ୍ତର ଜଣକ ପୁରୀ ଅଞ୍ଚଳରେ ସରକାରୀ ଡାକ୍ତର ଭାବରେ କାର୍ଯ୍ୟ କରୁଥିବା ବେଳେ ବେଆଇନ ଭାବେ ନିଜର ଆବାସରେ ଏଭଳି କାର୍ଯ୍ୟ କରୁଥିଲେ । ବିଶେଷ ଭାବରେ ନିରୂପଣ କରିବା ପାଇଁ ଡାକ୍ତର ଜଣକ ପୋର୍ଟେବୁଲ୍ ମେସିନ୍ ବ୍ୟବହାର କରୁଥିଲେ । ତେବେ ଏଭଳି କାର୍ଯ୍ୟକୁ ରୋକିବା ଲାଗି ରେଗୁଲାର ଯାଞ୍ଚ ଜାରି ରହିଛି । ତେବେ ଯଦି କିଛି ତଥ୍ୟ ମିଳେ ତେବେ ତୁରନ୍ତ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ଦିଆଯିବ । ଏଥିସହ ଏଭଳି ଘଟଣା ନଜରକୁ ଆସିଲେ ତୁରନ୍ତ ପ୍ରଶାସନକୁ ଜଣାଇବା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ଛୋଟରାୟ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.