ଭୁବନେଶ୍ବର: ଅନ୍ୟ ରାଜ୍ୟକୁ ଯାଉଥିବା ଅକ୍ସିଜେନ ଟ୍ୟାଙ୍କରକୁ ସୁରକ୍ଷା ଦେବ ଓଡିଶା ପୋଲିସ । ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ପୋଲିସ ଡିଜି । ଆଇନଶୃଙ୍ଖଳା ଏଡିଜିଙ୍କୁ ସମନ୍ବିତ ସୁରକ୍ଷା ବ୍ୟବସ୍ଥା ଦାୟିତ୍ବ ଦିଆଯାଇଛି । ସେପଟେ ଜିଲ୍ଲାଗୁଡିକରେ SPମାନେ ଟ୍ରାଫିକ ବ୍ୟବସ୍ଥା ସହ ସ୍ବତନ୍ତ୍ର କରିଡର କରିବେ ।
କୋରୋନା ଲଢେଇରେ ଓଡିଶା ବଢାଇଛି ଦୁଇପାଦ ଆଗକୁ । ମହାମାରୀ ସଙ୍କଟ ମଧ୍ୟରେ ଉପୁଜିଥିବା ଅମ୍ଲଜାନ ଯୋଗାଇବାକୁ ଅଭାବୀ ରାଜ୍ୟକୁ ସହଯୋଗ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତିବଦ୍ଧ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ