କଟକ: ଆସନ୍ତା ୨୧ ତାରିଖରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡିଶା ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ ପୋଲିସ ମହାନିର୍ଦ୍ଦେଶକ ଅଭୟ ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଠାରୁ ଭିଡିଓ କନଫରେନ୍ସ ଜରିଆରେ ପୋଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।
ପୋଲିସ ଡିଜି ଅଭୟ ରାଷ୍ଟ୍ରପତିଙ୍କ ବିଭିନ୍ନ ଅଞ୍ଚଳକୁ ଗସ୍ତ କାର୍ଯ୍ୟକ୍ରମକୁ ନେଇ ସେଠାକାର ସୁରକ୍ଷା ବ୍ୟବସ୍ଥା ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି । ଏହା ସହ ଭୁବନେଶ୍ୱର ଓ ଝାରସୁଗୁଡା ବିମାନବନ୍ଦର ଏବଂ ଭୁବନେଶ୍ୱରସ୍ଥିତ ରାଜଭବନର ସୁରକ୍ଷା ବ୍ୟବସ୍ଥା ସଂକ୍ରାନ୍ତରେ ମଧ୍ୟ ସମୀକ୍ଷା କରିଛନ୍ତି ପୋଲିସ ଡିଜି । ରାଷ୍ଟ୍ରପତିଙ୍କ ପ୍ରତିଟି ସ୍ଥାନକୁ ଗସ୍ତ କାର୍ଯ୍ୟକ୍ରମ ସମୟରେ କୋଭିଡ଼ ଗାଇଡ଼ଲାଇନକୁ ସଠିକ ଭାବରେ ପାଳନ କରିବାକୁ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସେଠାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ସ୍ଥାନୀୟ ଏସପିଙ୍କୁ ଡିଜି ନିର୍ଦ୍ଦେଶ ଦେଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ