ETV Bharat / state

ନେମାଳ ସଶସ୍ତ୍ର ଡକାୟତି ଘଟଣାର ଚାଞ୍ଚଲ୍ୟକର ଖୁଲାସା: ସମ୍ପର୍କୀୟ ନାତି କରିଥିଲା ହତ୍ୟା

author img

By

Published : Dec 10, 2022, 10:21 AM IST

Updated : Dec 10, 2022, 7:29 PM IST

ନେମାଳ ସଶସ୍ତ୍ର ଡକାୟତି ଓ ହତ୍ୟା ଘଟଣାର ଚାଞ୍ଚଲ୍ୟକର ଖୁଲାସା । ସମ୍ପର୍କୀୟ ନାତି ହିଁ ହତ୍ୟା କରିଥିବା ପୋଲିସ ସୂଚନା । ଅଧିକ ପଢନ୍ତୁ

ନେମାଳ ସଶସ୍ତ୍ର ଡକାୟତି ଘଟଣାର ଚାଞ୍ଚଲ୍ୟକର ଖୁଲାସା: ସମ୍ପର୍କୀୟ ନାତି କରିଥିଲା ହତ୍ୟା
ନେମାଳ ସଶସ୍ତ୍ର ଡକାୟତି ଘଟଣାର ଚାଞ୍ଚଲ୍ୟକର ଖୁଲାସା: ସମ୍ପର୍କୀୟ ନାତି କରିଥିଲା ହତ୍ୟା
ନେମାଳ ସଶସ୍ତ୍ର ଡକାୟତି ଘଟଣାର ଚାଞ୍ଚଲ୍ୟକର ଖୁଲାସା: ସମ୍ପର୍କୀୟ ନାତି କରିଥିଲା ହତ୍ୟା

କଟକ: ନେମାଳ ସଶସ୍ତ୍ର ଡକାୟତି ଓ ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା ହୋଇଛି । କୌଣସି ଡକାୟତ ନୁହେଁ, ବରଂ ଏହି ଜଘନ୍ୟ କାଣ୍ଡ ଭିଆଇଥିଲା ମୃତ ହୃଷିକେଶ ମୁଦୁଲିଙ୍କ ସମ୍ପର୍କୀୟ ନାତି । ଯିଏକି ଡକାୟତି ସମୟରେ ଘର ଭିତରେ ହିଁ ଥିଲା ଏବଂ ଲୁଟେରାମାନେ ତାଙ୍କୁ ଅନ୍ୟ ଏକ ଘର ଭିତରେ ବନ୍ଦ କରିଦେଇଥିଲେ ବୋଲି ବୟାନ ଦେଇଥିଲା । ପୋଲିସ ଏହି ଡକାୟତି ଘଟଣାର ପର୍ଦ୍ଦାଫାସ କରିବା ପରେ ଅଭିଯୁକ୍ତ ସମ୍ପର୍କୀୟ ନାତି ଓମ ପ୍ରକାଶ ମୁଦୁଲିକୁ ଗିରଫ କରିଛି । ଏହାସହିତ ଅଭିଯୁକ୍ତ ଠାରୁ ଲୁଟ୍ ହୋଇଥିବ ସୁନା ଅଳଙ୍କାର ଓ ଟଙ୍କା ଜବତ କରାଯାଇଛି ।

ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ନେମାଳ ଅନ୍ତର୍ଗତ ଲେଣ୍ଡର ଭଗବାନପୁର ନିବାସୀ ହୃଷିକେଶ ମୁଦୁଲିଙ୍କ ଘରେ ଲୁଟପାଟ ହୋଇଥିଲା। ଏହାକୁ ପ୍ରତିବାଦ କରିବାରୁ ଲୁଟେରାମାନେ ହୃଷିକେଶ ଓ ତାଙ୍କ ପତ୍ନୀ କନକଲତାଙ୍କ ଉପରେ ଆକ୍ରମଣ କରିଥିଲେ । ଯେଉଁଥିରେ ହୃଷିକେଶଙ୍କ ମୃତ୍ୟୁ ଘଟିଥିଲା ବୋଲି ସମ୍ପର୍କୀୟ ନାତି ବୟାନ ଦେଇଥିଲେ । ଏପରିକି ଲୁଟ୍ ସମୟରେ ଲୁଟେରାମାନେ ସମ୍ପର୍କୀୟ ଦୁଇ ନାତିଙ୍କୁ(ଓମ ପ୍ରକାଶ) ଅନ୍ୟ ଏକ ଘରେ ବନ୍ଦ କରିଦେଇଥିବା ନିଜେ ଓମପ୍ରକାଶ କହିଥିଲେ ।

ଏବେ ନେମାଳ ଥାନା ଲେଣ୍ଡୁରା ଭଗବାନପୁର ଗାଁର ପୋଲିସ ହାତରେ ଲାଗିଛି ଆଉ ଏକ ବଡ଼ ସୁରାକ। ଜେଜେଙ୍କୁ ହତ୍ୟା କରି ମାଆଙ୍କୁ ଗୁରୁତର କରିବା ଘଟଣା ସମ୍ପର୍କରେ ସତ ଓଗାଳିଛି ଓମ ପ୍ରକାଶ ମୁଦୁଲି। ଏହି ଘଟଣାରେ କେବଳ ଟଙ୍କା ଓ ସୁନା ପାଇଁ ନାତି ଓମ ଜେଜେ ହୃଷିକେଶ ମୁଦୁଲି ଓ ଜେଜେମା କନକଲତା ମୁଦୁକିକୁ ହତ୍ୟା କରିଛି। ଜେଜେ ଓ ଜେଜେମା ଶୋଇଥିବା ବେଳେ ପୂର୍ବ ଯୋଜନା ମୁତାବକ ଚୋରି ଉଦ୍ଦେଶ୍ୟରେ ଗଡରେଜ ଖୋଲିବା ବେଳେ ଜେଜେ ଦେଖିଦେଇଥିଲେ।

ଏହି ସମୟରେ ଓମ ପ୍ରକାଶ ଉପକ୍ଷୀପ୍ତ ହୋଇ ଜେଜେଙ୍କୁ ଏକ କଟୁରୀରେ ମରଣାତ୍ମକ ଆକ୍ରମଣ କରିଥିଲା। ଏହାକୁ ଦେଖି ଜେଜେ ମାଆ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ଫଳରେ ଜେଜେଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ତେବେ ଏହି ଘଟଣାକୁ ଦୁର୍ଘଟଣା ରୂପ ଦେବା ପାଇଁ ଘରେ କମଳରେ ନିଆଁ ଲଗାଇ ଦେଇଥିଲା ନାତି ଓମ ପ୍ରକାଶ। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଓମ ଠାରୁ 4ହଜାର 170 ଟଙ୍କା, ସୁନା ଚେନ, କାନଫୁଲ ହଳ, ରୁପା ଗହଣା, ସୁନା ସଂଖା, ବାହୁଟି, ଫରୁଆ ସହ ମାରଣାସ୍ତ୍ର ଜବତ କରିଛି ପୋଲିସ । ଏନେଇ ଆଜି ଏକ ମାମ୍ବାଦିକ ସମ୍ମିଳନୀରେ ସାଲେପୁର sdpo ବିମଳ କୁମାର ବାରିକ କହିଛନ୍ତି।

ଇଟିଭି ଭାରତ, କଟକ

Last Updated : Dec 10, 2022, 7:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.