ETV Bharat / state

କଟକ ପୋଲିସ କବଜାରେ 2 ବାଇକ ଲୁଟେରା, 6 ବାଇକ ଜବତ

author img

By

Published : May 6, 2021, 4:31 PM IST

ମଙ୍ଗଳବାଗ ଥାନା ପୋଲିସ କବଜାରେ ବାଇକ ଲୁଟେରା ଗ୍ୟାଙ୍ଗ । 2 ଲୁଟେରାଙ୍କ ସହ 6 ବାଇକ ଜବତ । ଅଧିକ ପଢନ୍ତୁ...

ପୋଲିସ କବ୍ଜାରେ 2 ବାଇକ ଲୁଟେରା, 6 ବାଇକ ଜବତ
ପୋଲିସ କବ୍ଜାରେ 2 ବାଇକ ଲୁଟେରା, 6 ବାଇକ ଜବତ

କଟକ: ମଙ୍ଗଳବାଗ ଥାନା ପୋଲିସ କବଜାରେ ବାଇକ ଲୁଟେରା ଗ୍ୟାଙ୍ଗ । କଟକର ବିଭିନ୍ନ ସ୍ଥାନରୁ ଦାମୀ ବାଇକ ଚୋରି କରି ବିକୁଥିବା 2 ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛ ମଙ୍ଗଳାବାଗ ଥାନା ପୋଲିସ । ଗିରଫ ଦୁଇ ଅଭିଯୁକ୍ତଙ୍କ ନାଁ ଲିଟୁ ଓ ଦିପୁ । ସେମାନଙ୍କ ନିକଟରୁ 6 ଚୋରି ବାଇକ ମଧ୍ୟ ଜବତ ହୋଇଥିବା ଜଣାପଡିଛି ।

ପୋଲିସ କବ୍ଜାରେ 2 ବାଇକ ଲୁଟେରା, 6 ବାଇକ ଜବତ

ବୟସ ବେଶୀ ନୁହେଁ ହେଲେ ଅପରାଧ ପ୍ରବଣ ମାନସିକତା ଦୁହିଁକୁ ସଜାଇଥିଲା ଲୁଟେରା । ଅନେକ ଦିନରୁ ବିଭିନ୍ନ ଅପରାଧକୁ ରୂପ ଦେବା ପରେ ନିକଟରେ ବାଇକ ଲୁଟେରା ଗ୍ୟାଙ୍ଗ ଆରମ୍ଭ କରିଥିଲେ ଉଭୟ । ତେବେ ଚଳିତମାସ 1 ତାରିଖ ଦିନ ଥାନାରେ ହୋଇଥିବା ଲିଖିତ ଗାଡି ଚୋରି ମାମଲାରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଶେଷରେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ କହିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.