ETV Bharat / state

ସିଲଭରସିଟିରେ ପଖାଳ ଦିବସ: ପଖାଳ କଂସାର ଦର 190-500, ଜମୁଛି ଗ୍ରାହକଙ୍କ ଆସର

ସଂସ୍କୃତି ଓ ପରମ୍ପରା ନଗରୀ କଟକରେ ଥିବା ବଡ଼ ବଡ଼ ହୋଟେଲ ଗୁଡିକରେ ପଖାଳ ଦିବସ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି । ମଜା ନେଉଛନ୍ତି ଗ୍ରାହକ । ଅଧିକ ପଢନ୍ତୁ...

ସିଲଭର ସିଟିରେ ପଖାଳ ଦିବସ, ହୋଟେଲରେ ଜମୁଛି ଆସର

author img

By

Published : Mar 20, 2021, 7:11 PM IST

କଟକ: ଆଜି ହେଉଛି ବିଶ୍ୱ ପଖାଳ ଦିବସ । ସଂସ୍କୃତି ଓ ପରମ୍ପରା ନଗରୀ କଟକରେ ଥିବା ବଡ଼ ବଡ଼ ହୋଟେଲଗୁଡିକରେ ପଖାଳ ଦିବସ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ଓଡ଼ିଆ ଘରର ଏହି ପାରମ୍ପରିକ ଖାଦ୍ୟର ଚାହିଦା ବିଶେଷକରି ଖରାଦିନେ ଢେର ଅଧିକ ରହିଥିବାରୁ ଦହି ପଖାଳ ସହ ଅନ୍ୟାନ୍ୟ ପାରମ୍ପରିକ ଖାଦ୍ୟକୁ ପରଷିବାକୁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଛି । ଆଜିର ଦିନରେ ସୁସ୍ବାଦୁ ପଖାଳର ମଜା ନେଇ ଗ୍ରାହକ ଢେର ଖୁସି ହୋଇଥିବାବେଳେ ଆଗକୁ ମଧ୍ଯ ପଖାଳର ବ୍ୟବସାୟ ଜମିବ ବୋଲି ବେଶ୍ ଆଶାବାଦୀ ଅଛନ୍ତି ହୋଟେଲ କର୍ତ୍ତୃପକ୍ଷ ।

ସିଲଭର ସିଟିରେ ପଖାଳ ଦିବସ, ହୋଟେଲରେ ଜମୁଛି ଆସର

ଦହି, ପୋଦିନା ପତ୍ର, ଭୃସଙ୍ଗ ପତ୍ର, ଅଦା, ଲଙ୍କା ଆଦିକୁ ବଘାରୀ ପ୍ରସ୍ତୁତ କରାଯାଇଛି ଦହି ପଖାଳ । ଆଉ ତା ସାଙ୍ଗକୁ ପ୍ଲେଟରେ ସ୍ୱତନ୍ତ୍ର ଭାବେ ପରଷା ଯାଇଛି ଓଡ଼ିଶାର ଘରେ ଘରେ ପରିଚିତ ପାରମ୍ପରିକ ଖାଦ୍ୟ, ଯେମିତିକି ବଢିଚୁରା, ଆଳୁ ଭର୍ତ୍ତା, ଛୁଇଁ ଆଳୁଭଜା, ଶାଗଭଜା, ବାଇଗଣ ଚଟଣୀ, କଲରା ଚିପ୍ସ, ବିଲାତି ଚଟଣୀ, ପାମ୍ପଡ଼, ମାଛ ଭଜା ଭଳି ଅନେକ ସୁସ୍ବାଦୁ ଖାଦ୍ୟ । ପଖାଳ ଦିବସ ଅବସରରେ କଟକର କିଛି ବଡ ବଡ ହୋଟେଲରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ପଖାଳ ଓଡ଼ିଆ ଘରର ଏକ ପ୍ରମୁଖ ଖାଦ୍ୟ ହୋଇଥିବାବେଳେ ଏହା ଦେହ ପାଇଁ ଢେର ଭଲ ବୋଲି କହିଛନ୍ତି ଗ୍ରାହକ । ତେବେ ଆଜିର ଯୁବପିଢ଼ି ବଡ଼ ବଡ଼ ହୋଟେଲରେ ଏହି ପଖାଳର ମଜା ନେବା ପରେ ସ୍ୱାସ୍ଥ୍ୟ ପ୍ରତି ହାନିକାରକ କୁହାଯାଉଥିବା ଜଙ୍କ ଫୁଡକୁ ସେମାନେ ଭୁଲିଯିବେ ବୋଲି କହିଛନ୍ତି ଅନ୍ୟ କିଛି ଗ୍ରାହକ ।

ସେହିପରି ହୋଟେଲଗୁଡିକରେ ଥିବା ଫୁଡ଼ ମେନ୍ୟୁରେ ଆଜିଠାରୁ ଯୋଡି ହୋଇଯାଇଛି ପଖାଳ । ଗ୍ରାହକଙ୍କୁ ଉଭୟ ଆମୀଷ ଓ ନିରାମିଷ ପଖାଳ କଂସା ପରଷିବାର ବ୍ୟବସ୍ଥା ରହିଛି । ଦର ପ୍ରାୟ 190 ଟଙ୍କାରୁ ଆରମ୍ଭ କରି 290 ଟଙ୍କା ଏବଂ ଆଉ କିଛି ହୋଟେଲରେ ଉଭୟ ଆମିଷ ଓ ନିରାମିଷ ପଖାଳ କଂସାର ଦର 500 ଟଙ୍କା ପର୍ଯ୍ୟନ୍ତ ରହିଛି । ଆଗକୁ ଖରା ବଢିବାର ସମ୍ଭାବନା ଥିବାରୁ ହୋଟେଲଗୁଡିକରେ ନିଶ୍ଚିତ ଭାବେ ପଖାଳ କଂସାର ଚାହିଦା ଢେର ବୃଦ୍ଧି ପାଇବ ବୋଲି ଆଶା ରଖିଛନ୍ତି ହୋଟେଲ କର୍ତ୍ତୃପକ୍ଷ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.