ETV Bharat / state

SCBରେ ଅଚଳ ସିଟି ସ୍କାନ ମେସିନ୍, ହନ୍ତସନ୍ତ ରୋଗୀ

author img

By ETV Bharat Odisha Team

Published : Nov 9, 2023, 6:37 PM IST

SCB ମେଡ଼ିକାଲରେ କାମ କରୁନି ସିଟି ସ୍କାନ ମେସିନ । ଫଳରେ ଚିକିତ୍ସାରେ ବାଧା ଉପୁଜିଥିବାବେଳେ ବିକଳ୍ପ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

ct scan machines at scb not functioning
SCBରେ ଅଚଳ ସିଟି ସ୍କାନ ମେସିନ୍

SCBରେ ଅଚଳ ସିଟି ସ୍କାନ ମେସିନ୍

କଟକ: ରାଜ୍ୟ ସରକାର ବିଶ୍ବସ୍ତରୀୟ ଚିକିତ୍ସା ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁଥିବା ବେଳେ ଏସସିବି ମେଡିକାଲରେ ସିଟି ସ୍କାନ ମେସିନ କାମ କରୁନି । ଫଳରେ ହନ୍ତସନ୍ତ ହେଉଛନ୍ତି ଚିକିତ୍ସା ପାଇଁ ଆସୁଥିବା ରୋଗୀ । ଗତକାଲି (ବୁଧବାର) ଦିନ ତମାମ ଆଞ୍ଚଳିକ ନିଦାନ କେନ୍ଦ୍ରରେ ସିଟି ସ୍କାନ ମେସିନ ବନ୍ଦ ରହିଥିବାବେଳେ ଆଜି 'ରଞ୍ଜନ ରଶ୍ମୀ' ବିଭାଗରେ ପିପିପି ମୋଡରେ ଚାଲୁଥିବା ଅନ୍ୟ ଏକ ମେସିନଟି ସାମାନ୍ୟ ଅଚଳ ହୋଇଯାଇଛି । "ମେସିନ ପୁରୁଣା ହେଉଥିବା କାରଣରୁ ଏଭଳି ଅସୁବିଧା ହେଉଥିବାବେଳେ ଏହାର ବିକଳ୍ପ କରାଯିବ" ବୋଲି କହିଛନ୍ତି କର୍ତ୍ତୃପକ୍ଷ । ଅନ୍ୟପଟେ ମେଡିକାଲରେ 2ଟି ଯାକ ସିଟି ସ୍କାନ ମେସିନ ଅଚଳ ହୋଇପଡିବା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ରୋଗୀ ।

ଆଜି(ଗୁରୁବାର) ସକାଳେ ଆଞ୍ଚଳିକ ନିଦାନ କେନ୍ଦ୍ର ମେସିନ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ ରଞ୍ଜନରଶ୍ମିରେ ଥିବା ମେସିନ ମରାମତି ଚାଲିଛି । ଯେଉଁଥିପାଇଁ ସିଟି ସ୍କାନ ପାଇଁ ଆସୁଥିବା ରୋଗୀମାନଙ୍କୁ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ପ୍ରତିଷ୍ଠାନକୁ ପଠାଯାଉଛି । ତେବେ ବାରମ୍ବାର ସିଟି ସ୍କାନ ମେସିନ ଅଚଳ ହୋଇପଡିବା ଫଳରେ ଗୁରୁତର ରୋଗୀ ସେବା ବ୍ୟାହତ ହେଉଛି । ସ୍କାନ ପାଇଁ ରୋଗୀ ଓ ରୋଗୀଙ୍କର ସମ୍ପର୍କୀୟଙ୍କୁ ଲମ୍ବା ଲାଇନ୍ ଲଗାଇବାକୁ ପଡୁଛି । ୩ ଦିନରୁ ଊର୍ଦ୍ଧ୍ବ ସମୟ ହେବ ମେସିନ ଅଚଳାବସ୍ଥା ପାଇଁ ବାରମ୍ବାର ଆସି ଫେରୁଥିବାର ଅଭିଯୋଗ ମଧ୍ୟ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ ।

ଏହା ବି ପଢନ୍ତୁ...ରୋଗୀଙ୍କୁ ସୁସ୍ଥ କରିବ ସଙ୍ଗୀତ ! ଏସସିବି ଆଇସିୟୁରେ ଲାଗିବ ମ୍ୟୁଜିକ ବ୍ୟବସ୍ଥା

ଏସବୁ ସମସ୍ୟା ନେଇ SCBର କୁଳସଚିବ ଅବିନାଶ ରାଉତ କହିଛନ୍ତି, ‘ମେସିନ ଗୁଡ଼ିକ ପୁରୁଣା ହୋଇଯାଇଥିବାବେଳେ ନୂଆ ମେସିନ ଆସିପାରିନାହିଁ । ଦୈନିକ ୨ଟି ମେସିନରେ ପାଖାପାଖି ୨୦୦ ଶହ ରୋଗୀଙ୍କ ସିଟି ସ୍କାନ କରାଯାଉଥିବାବେଳେ ଏବେ ଏହା ଅଧିକ ଚାପ ନେବା ସମ୍ଭବ ହୋଇପାରୁନି । ରଞ୍ଜନ ରଶ୍ମୀର ନୂଆ ମେସିନ ଥିବାବେଳେ ତାହାର କୌଣସି ଯାନ୍ତ୍ରିକ ତ୍ରୁଟି ପାଇଁ ପରୀକ୍ଷାରୁ ବଞ୍ଚିତ ରହିଛି । ମେସିନ୍ କିଣିବା ପାଇଁ ଯୋଜନା କରାଯାଇଥିବାବେଳେ ବର୍ତ୍ତମାନ ସମୟରେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉଛି । ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଥିବା ସିଟି ସ୍କାନ ପାଇଁ ରୋଗୀମାନଙ୍କୁ ବ୍ୟାଟେରି ଗାଡିରେ ପଠାଯିବାର ବ୍ୟବସ୍ଥା ରହିଛି । ସନ୍ଧ୍ୟା ସୁଦ୍ଧା ରିପୋର୍ଟ ମଧ୍ୟ ହସ୍ତଗତ ସୁବିଧା କରାଯାଇଛି।’

ଅପରପକ୍ଷେ, ସିଟି ସ୍କାନ ମେସିନ ଅଚଳ ହୋଇଯିବା କାରଣରୁ ମେଡ଼ିସିନ, ସର୍ଜରୀ,ଗାଇନିକ, ଅର୍ଥୋପେଡିକ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ରୋଗୀ ସେବା ଏହା ଦ୍ଵାରା ପ୍ରଭାବିତ ହୋଇଛି । ଯାହା ଉପରେ ମେଡିକାଲ କର୍ତ୍ତୃପକ୍ଷ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ଥିବା ନେଇ ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.