କଟକ: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ସୂତ୍ରଧର ପୁଞ୍ଜିଲାଲ ମେହେରର ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ମାର୍ଚ୍ଚ ୧୩ରେ ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କ ନେତୃତ୍ବାଧୀନଖଣ୍ଡପୀଠ ପୁଞ୍ଜିଲାଲର ଜାମିନ ଆବେଦନରଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ତେବେ ରାୟରେ ସ୍ପଷ୍ଟ କରାଯାଇଛି ଯେ, ଜେଲରୁ ପଳାୟନ ଉଦ୍ୟମ କରିଥିବା ଆବେଦନକାରୀଙ୍କ ଆଚରଣ ଓ ସାକ୍ଷ୍ୟ ପ୍ରମାଣ ପ୍ରଭାବିତ ହେବାର ସମ୍ଭାବନା ଦୃଷ୍ଟିରୁ ଜାମିନ ଆବେଦନ ଖାରଜ କରାଯାଇଛି ।
ସୂଚନାଯୋଗ୍ୟ 2018, ଫେବୃଆରୀ 23 ରେ ନବ ବିବାହିତ ସୌମ୍ୟଶେଖର ଓ ପତ୍ନୀ ରିମାପାର୍ସଲ ଖୋଲୁଥିବା ବେଳେ ବିସ୍ଫୋରଣ ଘଟିଥିଲା । ଏଥିରେ ସୌମ୍ୟଶେଖର ଏବଂ ତାଙ୍କ ଜେଜେମାଙ୍କର ମୃତ୍ୟୁ ହୋଇଥିବା ବେଳେ ପତ୍ନୀ ରୀମା ଗୁରୁତରଆହାତ ହୋଇଥିଲେ । ଏହି ଘଟଣାକୁ ନେଇ ପ୍ରଥମେ ପାଟଣାଗଡ଼ ଥାନା ପୋଲିସ ମାମଲା ରୁଜୁ କରିଥିଲା । ମାର୍ଚ୍ଚ 23ରେ କ୍ରାଇମବ୍ରାଞ୍ଚର ଏସଆଇଟିକୁ ମାମଲା ହସ୍ତାନ୍ତର କରାଯାଇଥିଲା ।
ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭଈଁସା କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଗତ ବର୍ଷଏପ୍ରିଲ 25ରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ପରେ2018 ଜୁନ 1ରେ ପୁଞ୍ଜିଲାଲଙ୍କ ଜାମିନ ଆବେଦନ ବଲାଙ୍ଗୀର ଅତିରିକ୍ତ ଦୌରାଜଜ୍ ଅଦାଲତ ଖାରଜ କରିବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ