ETV Bharat / state

ଭାଇଚାରା ସହରରେ ପଖାଳ ଦିବସ ପାଳନ, ପିଲାଙ୍କ ସହ ମିଶି ପଖାଳ ଖାଇଲେ ସିନେ ତାରକା

author img

By

Published : Mar 19, 2023, 10:13 PM IST

ରାତି ପାହିଲେ ପଖାଳ ଦିବସ । ବିଶ୍ବର କୋଣ ଅନୁକୋଣରେ ଥିବା ପ୍ରତି ଓଡ଼ିଆ ଏହି ଦିବସକୁ ପାଳନ କରିବେ । ଏହି କ୍ରମରେ ଆଜିଠୁ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ପଖାଳ ଦିବସ ପାଳନ ହୋଇଯାଇଛି । ଅଧିକ ପଢ଼ନ୍ତୁ

pakhala divas celebrated in cuttack
ଭାଇଚାରା ସହରରେ ପଖାଳ ଦିବସ ପାଳନ
ଭାଇଚାରା ସହରରେ ଆଜିଠୁ ପଖାଳ ଦିବସ ପାଳନ

କଟକ: ପ୍ରତି ଓଡ଼ିଆଙ୍କ ପସନ୍ଦ ଖାଦ୍ୟ ହେଉଛି ପଖାଳ । ଯାହା ସମସ୍ତଙ୍କ ଘରେ ଦୃଶ୍ୟମାନ । ଓଡ଼ିଆ ଜାତିର ଅନନ୍ୟ ବିଶେଷତ୍ବ ହେଉଛି ପଖାଳ । ପରମ୍ପରା, ସଂସ୍କୃତି, ସମାଜ ସହ ଜଡ଼ିତ ଏହି ପ୍ରମୁଖ ଖାଦ୍ୟ ବିଶ୍ବର କୋଣ ଅନୁକୋଣରେ ମହକିଥାଏ । ଏହି ପରମ୍ପରା, ସଂସ୍କୃତିକୁ ମନେ ରଖିବା ପାଇଁ ପ୍ରତ୍ୟେକ ବର୍ଷା ମାର୍ଚ୍ଚ 20ରେ ସାରା ଦେଶରେ ପାଳିତ ହୁଏ ପଖାଳ ଦିବସ । ତେବେ ଏହାପୂର୍ବରୁ ଭାଇଚାରା ସହରରେ ପାଳିତ ହୋଇଛି ପଖାଳ ଦିବସ ।

ଦହି, ପୋଦିନା ପତ୍ର, ଭୃସଙ୍ଗ ପତ୍ର, ଅଦା, ଲଙ୍କା ଆଦିକୁ ଛୁଙ୍କ ଦେଇ ପ୍ରସ୍ତୁତ କରାଯାଇଛି ଦହି ପଖାଳ । ଆଉ ତା ସାଙ୍ଗକୁ ପ୍ଲେଟରେ ସ୍ୱତନ୍ତ୍ର ଭାବେ ପରସା ଯାଇଛି ଓଡ଼ିଶାର ଘରେ ଘରେ ପରିଚିତ ପାରମ୍ପରିକ ଖାଦ୍ୟ । ଯେମିତିକି ବଢିଚୁରା, ଆଳୁ ଭରତା, ଛୁଇଁ ଆଳୁଭଜା, ଶାଗଭଜା, ବାଇଗଣ ଚଟୁଣୀ, କଲରା ଚିପ୍ସ, ବିଲାତି ଚଟଣୀ, ପାମ୍ପଡ଼, ମାଛ ଭଜା ଭଳି ଅନେକ ସୁସ୍ବାଦୁ ଖାଦ୍ୟ ପାରସାଯାଇଛି । ଏହି ଖାଇବାର ମଜା ନେଉଛନ୍ତି ଛୋଟଛୋଟ ପିଲା । ସାମାଜିକ ସଙ୍ଗଠନ ପକ୍ଷରୁ ସ୍କୁଲ ପିଲାମାନେ ସିନେ ତାରକାଙ୍କ ସହ ମିଶି ପଖାଳ ଖାଇଛନ୍ତି । ପଖାଳ ସହିତ ମାଛ ଭଜାର ଯୋଡି ନିଆରା ।

ଆସନ୍ତାକାଲି ସୋମବାର ଥିବାରୁ ଦିନକ ପୂର୍ବରୁ ଅର୍ଥାତ ରବିବାର କଟକରେ ଏକ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ପାଳିତ ହୋଇଛି ପଖାଳ ଦିବସ । କିଛି ସିନେ ତାରକାଙ୍କ ଗହଣରେ କୁନିକୁନି ପିଲାମାନେ ଏକାଠି ବସି ପଖାଳ ଖାଇଛନ୍ତି ଏବଂ ଓଡିଆ ଘର ଏହି ଖାଦ୍ୟର ମଜା ଉଠାଇଛନ୍ତି । ଗୋଟିଏ ପଟେ ପଖାଳ ଦିବସର ମଜା ଥିବାବେଳେ ଅନ୍ୟପଟେ ଭାଇଚାରା ସହରରେ ଏକ ସ୍ୱତନ୍ତ୍ର ବାର୍ତ୍ତା ବାଣ୍ଟିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ରହିଛି ।

ଆସନ୍ତାକାଲି ପଖାଳ ଦିବସ ହୋଇଥିବାରୁ ଆଜି (ରବିବାର) ଏପରି ଆୟୋଜନ କରିଛନ୍ତି ଅନେକ ସାମାଜିକ ସଙ୍ଗଠନ। ତେବେ ଆସନ୍ତାକାଲି ଏହି ଦୃଶ୍ୟ କଟକର କିଛି ବଡ ବଡ ହୋଟେଲରେ ଦେଖିବାକୁ ମିଳିବ । ସେଥିପାଇଁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ପଖାଳ ଓଡ଼ିଆ ଘରର ଏକ ପ୍ରମୁଖ ଖାଦ୍ୟ ହୋଇଥିବା ବେଳେ ଏହା ସ୍ବାସ୍ଥ୍ୟ ପ୍ରତି ହିତକାରକ । ତେବେ ଆଜିର ଯୁବପିଢ଼ି ଏହି ପଖାଳର ମଜା ବଡ଼ବଡ଼ ହୋଟେଲରେ ନେଉଥିବେ ନିଶ୍ଚୟ । ତେଣୁ ପାରମ୍ପରିକ ଅନୁଯାୟୀ ତଳେ ବସି ପିଲାଙ୍କୁ ପଖାଳ ଖୁଆଇବାର ମଜା ଦେଇଛନ୍ତି ଏହି ସଂଗଠନ । କେବଳ ହୋଟେଲ ନୁହେଁ ଘରେଘରେ ମଧ୍ୟ ଏହି ଦିବସ ପାଳନ ହେବା ନେଇ ଏକ ପ୍ରକାର ପ୍ରସ୍ତୁତ ରହିଥିବା ସ୍ପଷ୍ଟ ହୋଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.