ETV Bharat / state

ପଦ୍ମଶ୍ରୀ ଡି ପ୍ରକାଶଙ୍କୁ କୋରୋନା, ଫୋନ ଯୋଗେ ସ୍ବାସ୍ଥ୍ୟାବସ୍ଥା ବୁଝିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ - Padmashri Prakash rao admitted to SCB Medical

ପଦ୍ମଶ୍ରୀ ଡି ପ୍ରକାଶ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଏସିବିରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

Padmashri D Prakash rao admitted to SCB Medical for feeling unwell
ପଦ୍ମଶ୍ରୀ ଡି ପ୍ରକାଶଙ୍କ ବିଗିଡିଲା ସ୍ବାସ୍ଥ୍ୟବସ୍ଥା, ଏସିବିରେ ଭର୍ତ୍ତି
author img

By

Published : Dec 25, 2020, 5:07 PM IST

Updated : Dec 25, 2020, 8:45 PM IST

କଟକ: ବିଶିଷ୍ଟ ସମାଜସେବୀ ତଥା ଚା' ବ୍ୟବସାୟୀ ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କୁ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ସହ ଫୋନ ଯୋଗେ କଥା ହେବା ସହିତ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ୍ମଶ୍ରୀ ରାଓଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ତାଙ୍କ ପରିବାର ବର୍ଗଙ୍କ ସହ ଆଲୋଚନା କରିଥିବା ଟ୍ବିଟ୍‌ ଯୋଗେ ସୂଚନା ଦେଇଛନ୍ତି । ଏହାସହିତ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

  • ସମାଜସେବୀ ପଦ୍ମଶ୍ରୀ ଡି.ପ୍ରକାଶ ରାଓ କରୋନା ପଜିଟିଭ୍ ଥିବା ଗଣମାଧ୍ୟମରୁ ଜାଣିବା ପରେ ଫୋନ୍ ଯୋଗେ ପରିବାର ଲୋକଙ୍କ ସହ କଥା ହେଲି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି ।

    — Dharmendra Pradhan (@dpradhanbjp) December 25, 2020 " class="align-text-top noRightClick twitterSection" data=" ">

ପ୍ରଶାସନ ପକ୍ଷରୁ ତାଙ୍କ ଚିକିତ୍ସା ପାଇଁ ଏସିବି ମେଡିକାଲରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । କିଛି ମାସ ପୂର୍ବରୁ ରାଓ ଅସୁସ୍ଥ ହୋଇ ଏସିବିରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ତେବେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ରେଡକ୍ରସ ତରଫରୁ ତାଙ୍କ ଚିକିତ୍ସା ପାଇଁ 10 ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି ।

ପିଲାମାନଙ୍କୁ ମାଗଣାରେ ଶିକ୍ଷା ଯୋଗାଉଥିବାରୁ ରାଓଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେ କଟକର ବକ୍ସି ବଜାରରେ ପ୍ରଥମ ଶ୍ରେଣୀଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରିଥାନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Dec 25, 2020, 8:45 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.