ଆରପାରିରେ ପଦ୍ମଶ୍ରୀ ଡି ପ୍ରକାଶ ରାଓ
ଆରପାରିରେ ପଦ୍ମଶ୍ରୀ ଡି ପ୍ରକାଶ ରାଓ - ସମାଜସେବୀ ଡି ପ୍ରକାଶ
21:42 January 13
19:36 January 13
ଆରପାରିରେ ପଦ୍ମଶ୍ରୀ ଡି ପ୍ରକାଶ ରାଓ
17:01 January 13
ଆରପାରିରେ ପଦ୍ମଶ୍ରୀ ଡି ପ୍ରକାଶ ରାଓ
କଟକ: ଆରପାରିରେ ପଦ୍ମଶ୍ରୀ ଡି ପ୍ରକାଶ ରାଓ । ପଦ୍ମଶ୍ରୀ ସମ୍ମାନିତ ସମାଜସେବୀ ଡି ପ୍ରକାଶ ରାଓଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଛି । ବ୍ରେନ ଷ୍ଟୋକ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗତ ଡିସେମ୍ବର 25 ତାରିଖରେ କୋରୋନା ପଜିଟିଭ ଚିହ୍ନଟ ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିଲେ ପ୍ରକାଶ ରାଓ । ଏହାସହ ସେ କିଡନୀ ଜନିତ ରୋଗରେ ମଧ୍ୟରେ ପୀଡିତ ଥିଲେ ।
1958 ମସିହା ନଭେମ୍ବର 11 ତାରିଖରେ ମହାନ ସମାଜସେବୀ ଡି ପ୍ରକାଶ ରାଓଙ୍କ ଜନ୍ମ । ପେଶାରେ ସେ ଜଣେ ଚା' ବିକାଳି । କଟକ ବକ୍ସି ବଜାରରେ ରହିଛି ତାଙ୍କ ଚା' ଦୋକାନ । ସ୍ତ୍ରୀ ଓ ଦୁଇ ଝିଅଙ୍କୁ ନେଇ ପ୍ରକାଶଙ୍କ ପରିବାର । ପୂର୍ବରୁ ସେ କଟକର ଏକ ଖବରକାଗଜ ସଂସ୍ଥାରେ କାର୍ଯ୍ୟ କରୁଥିଲେ । ସେଠାରୁ ଚାକିରୀ ହରାଇବା ପରେ ସେ ନିଜର ଏକ ଚା' ଦୋକାନ ଆରମ୍ଭ କରିଥିଲେ ।
ପେଶାରେ ଜଣେ ଚା' ବିକାଳି ହେଲେ ମଧ୍ୟ ଡି ପ୍ରକାଶ ରାଓ ସମାଜସେବା ପାଇଁ ଦେଶ ବିଦେଶରେ ଖୁବ ପରିଚିତ । ଧନରୁ ଗରିବ ହେଲେ ବି ମନରୁ ଥିଲେ ସେ ଧନୀ । ପ୍ରକାଶ ରାଓ ନିଜସ୍ବ ଉଦ୍ୟମରେ ବସ୍ତି ପିଲାଙ୍କ ପାଇଁ ଏକ ସ୍କୁଲଟିଏ ପ୍ରତିଷ୍ଠା କରିଥିଲେ । ଯାହାର ନାଁ ରଖିଥିଲେ 'ଆଶା ଓ ଆଶ୍ବାସନା ଗୃହ '। ନିଜ ରୋଜଗାର ଟଙ୍କା ଖର୍ଚ୍ଚ କରି ପିଲାଙ୍କ ଯତ୍ନ ଓ ପଢା ଖର୍ଚ୍ଚ ବହନ କରୁଥିଲେ ପ୍ରକାଶ । ଏଭଳି ମହାନ ସେବା ପାଇଁ ତାଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନ ସମ୍ମାନିତ କରିଥିଲେ ।
ଗତ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦି କଟକରେ ପଦ୍ମଶ୍ରୀ ପ୍ରକାଶ ରାଓଙ୍କୁ ସାକ୍ଷାତ କରିଥିଲେ ଏବଂ ନିଜର ମନ୍ କି ବାତ୍ କାର୍ଯ୍ୟକ୍ରମରେ ପଦ୍ମଶ୍ରୀଙ୍କ ସମାଜସେବା ପାଇଁ ତାଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ