ETV Bharat / state

କଟକରେ ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ଡ୍ରେନ ସମସ୍ୟା, ବିଭିନ୍ନ ସଂସ୍ଥାକୁ ହାଇକୋର୍ଟଙ୍କ ଛାଟ

author img

By ETV Bharat Odisha Team

Published : Dec 20, 2023, 7:28 PM IST

High Court on Cuttack Issue: କଟକ ସହର ସମସ୍ୟା ସମ୍ପର୍କିତ ମାମଲାର ଶୁଣାଣିରେ ସିଏମସି, ଗେଲ, ୱାଟକୋ ଭଳି ସଂସ୍ଥାକୁ ତାଗିଦ କରିଛନ୍ତି ହାଇକୋର୍ଟ । ମାର୍ଚ୍ଚ 2024 ସୁଦ୍ଧା ବକ୍ସ ଡ୍ରେନ କାମ ଓ ମେ 2024 ସୁଦ୍ଧା ୱାଟକୋ କାମ ଶେଷ ହେବ ବୋଲି କୋର୍ଟଙ୍କୁ ଅବଗତ କରାଯାଇଛି । ଅଧିକ ପଢନ୍ତୁ

କଟକରେ ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ଡ୍ରେନ୍ ମାମଲା : ବିଭିନ୍ନ ସଂସ୍ଥାକୁ ହାଇକୋର୍ଟଙ୍କ ଛାଟ

କଟକ: ହାଇକୋର୍ଟରେ କଟକ ସହର ସମସ୍ୟା ସମ୍ପର୍କିତ ମାମଲାର ଶୁଣାଣି ହୋଇଛି । କଟକ ସହର ରାସ୍ତାଘାଟ ସମସ୍ୟା ପ୍ରସଙ୍ଗକୁ ଅତି ଗୁରତର ସହ ନେଇଥିଲେ ହାଇକୋର୍ଟ । ହାଇକୋର୍ଟରେ କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ଡ୍ରେନ୍ ମାମଲାରେ ସିଟି ଇଂଜିନିୟର,ଗେଲ ପ୍ରବନ୍ଧକ, ୱାଟକୋ, ଆର ଆଣ୍ଡ ବିଙ୍କ ସମେତ ୯ ଜଣ ଅଧିକାରୀ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ହାଜର ହୋଇଥିଲେ । ତେବେ କୋର୍ଟ ଏହି ମାମଲାର ଶୁଣାଣି କରି ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ସମସ୍ତ ବିଭାଗକୁ କଡା ତାଗିଦ ମଧ୍ୟ କରିଥିଲେ । ସହରର ରାସ୍ତା ଓ ଡ୍ରେନ୍ ନିର୍ମାଣ, ମରାମତି ପାଇଁ ବିଭାଗୀୟ କର୍ତ୍ତୃପକ୍ଷ କାର୍ଯ୍ୟ ଶେଷ କରିବା ପାଇଁ ତ୍ବରିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି । ସିଏମସି ସିଟି ଇଂଜିନିୟରଙ୍କ ଦ୍ବାରା ଦାଖଲ କରାଯାଇଥିବା ସତ୍ୟପାଠ ସଂପୂର୍ଣ୍ଣ କାଳ୍ପନିକ ବୋଲି କୋର୍ଟ ଅନୁଭବ କରିଥିଲେ ।

ସେହିପରି ବିଭିନ୍ନ କାର୍ଯ୍ୟ ଶେଷ କରିବା ପାଇଁ କିପରି ସମୟସୀମା ଧାର୍ଯ୍ୟ କରାଯାଇଛି, ସେ ନେଇ ପରବର୍ତ୍ତୀ ଶୁଣାଣି ସମୟରେ ସ୍ପଷ୍ଟୀକରଣ ରଖିବାକୁ କୋର୍ଟ ନିର୍ଦେଶ ଦେଇଥିଲେ । କଟକ ଆର ଆଣ୍ଡ ବି ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ, ୱାଟକୋ, (ସ୍ୱରେଜ,ଡ୍ରେନେଜ) ଉଭୟର ମହା ପ୍ରବନ୍ଧକ, ସହରରେ ଭୂତଳ ପାଇପ ବିଛାଇ ଗ୍ୟାସ ଯୋଗାଣ କାର୍ଯ୍ୟ କରୁଥିବା ଗ୍ୟାସ ଅଥରିଟି ଅଫ୍ ଇଣ୍ଡିଆ (ଗେଲ)ର ମହାପ୍ରବନ୍ଧକ ମଧ୍ୟ ପରବର୍ତ୍ତୀ ଶୁଣାଣି ସମୟରେ ଉପସ୍ଥିତ ରହିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସିଏମସି ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଥିଲା ଯେ କଟକ ସହରରେ ରାସ୍ତାଖୋଳି ୱାଟକୋ ଭୂତଳ ଜଳ ଯୋଗାଣ ପାଇପ ପକାଉଛି । ଖୋଳା ଯାଉଥିବା ରାସ୍ତାର ମରାମତି ମଧ୍ୟ ୱାଟକୋ କରୁଛି । ସିଡିଏ ଅଞ୍ଚଳ, ରିଙ୍ଗରୋଡ୍, କଟକ ସହରର ମୁଖ୍ୟ ଆଭ୍ୟନ୍ତରୀଣ ରାସ୍ତା କଟକ ଆର ଆଣ୍ଡ ବି ଡିଭିଜନ-୧ ରକ୍ଷଣାବେକ୍ଷଣ କରୁଛି । ତେଣୁ କ୍ଷତିଗ୍ରସ୍ତ ରାସ୍ତାର ଉପଯୁକ୍ତ ଯତ୍ନ ନିଆ ନ ଯିବା ଘଟଣା ପାଇଁ ୱାଟକୋ ଓ ଆର ଆଣ୍ଡ ବି ଦାୟୀ ।

ଏହା ମଧ୍ୟ ପଢନ୍ତୁ ... ଆସନ୍ତା ମାର୍ଚ୍ଚ 31 ସୁଦ୍ଧା କଟକରେ କାର୍ଯ୍ୟକ୍ଷମ ହେବ ବକ୍ସ ଡ୍ରେନ: ମେୟର

ଏଥି ସହିତ ଗେଲ, ଟାଟା ପାୱାର ଓ କେତେକ ଘରୋଇ କମ୍ପାନି ସିଏମସି ଅନୁମତି ନେଇ ରାସ୍ତାକାଟି ଭୂତଳ ଗ୍ୟାସ ପାଇପଲାଇନ, ବିଦ୍ୟୁତ କେବୁଲ, ଅପଟିକ ଫାଇବର କେବୁଲ ପକାଉଛନ୍ତି। ସହରର ରାସ୍ତା ଘାଟ ଓ ଡ୍ରେନ କାର୍ଯ୍ୟ ବିପର୍ଯ୍ୟସ୍ତକୁ ନେଇ ହାଇକୋର୍ଟ ନିଜ ଆଡୁ ମାମଲା ରୁଜୁ କରିଥିଲେ । ଏଥି ସହ ଆଜିର ଶୁଣାଣିରେ ମାର୍ଚ୍ଚ 2024 ସୁଦ୍ଧା ବକ୍ସ ଡ୍ରେନ କାମ ଶେଷ ହେବ ଏବଂ ମେ 2024 ସୁଦ୍ଧା ୱାଟକୋ କାମ ଶେଷ ହେବ ବୋଲି କୋର୍ଟ ଙ୍କୁ ଅବଗତ କରାଯାଇଛି । ତେବେ ବକ୍ସ ଡ୍ରେନ କାର୍ଯ୍ୟ ରେ ଅନିୟମିତତା ହୋଇଥିବା ନେଇ କୋର୍ଟଙ୍କୁ ଆବେଦନକାରୀ ଅବଗତ କରିଛନ୍ତି । ବକ୍ସିବଜାର ରୁ ମାତୃଭବନ ପର୍ଯ୍ୟନ୍ତ ୨୦୧୨ ମସିହାରେ ଜଳବନ୍ଦୀ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଏହି କାର୍ଯ୍ୟର ପ୍ରସ୍ତାବିତ କରାଯାଇଥିଲା । ମାତ୍ର ଏହାକୁ ଛତ୍ରବଜାର ପର୍ଯ୍ୟନ୍ତ କରାଯାଉଛି । ସେହିପରି ମନଇଚ୍ଛା ରାସ୍ତା ଖୋଲାଯିବା ଉପରେ ବି ଅଙ୍କୁଶ ଲଗାଇଛନ୍ତି କୋର୍ଟ। ଗେଲ ଏବଂ ଟାଟା ପାୱାର କେବୁଲ ବିଛାଇବା ପାଇଁ ସି ଏମ ସି ଏବଂ ଆର ଏଣ୍ଡ ବି ର ଅନୁମତି ନେବେ ବୋଲି କୋର୍ଟ କହିଛନ୍ତି । ନଚେତ କ୍ଷତିପୂରଣ ଦେବାକୁ ପଡିବ ବୋଲି କୋର୍ଟ ମାମଲାର ଶୁଣାଣି ସମୟରେ କହିଛନ୍ତି । ଆସନ୍ତା ଜାନୁଆରୀ 11 ରେ ପରବର୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.