ETV Bharat / state

କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ପୁଣି ୧୦ ହଜାର ଟଙ୍କା ଜୋରିମାନା - ମହମ୍ମଦ ମୋକିମଙ୍କୁ ପୁଣି ୧୦ ହଜାର ଟଙ୍କା ଜୋରିମାନା

ହାଇକୋର୍ଟରେ ବାରବାଟୀ କଟକ ବିଧାନସଭା ନିର୍ବାଚନ ମାମଲାର ଶୁଣାଣି କରି ବିଧାୟକ ମହମ୍ମଦ ମୋକିମଙ୍କ ପିଟିସନ ଖାରଜ କରିଥିଲେ ଅଦାଲତ। ଏହାସହ ବିଧାୟକ ମହମ୍ମଦ ମୋକିମଙ୍କୁ ପୂର୍ବରୁ ୫ ହଜାର ଟଙ୍କାର ତଣ୍ଡ ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଅଧିକ ପଢନ୍ତୁ

କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ପୁଣି ୧୦ ହଜାର ଟଙ୍କା ଜୋରିମାନା

author img

By ETV Bharat Odisha Team

Published : Oct 13, 2023, 10:08 PM IST

କଟକ: କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ପୁଣି ଜରିମାନା କଲେ ଓଡିଶା ହାଇକୋର୍ଟ । 10 ହଜାର ଟଙ୍କା ଜରିମାନା ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ବାର ୱେଲ ଫେୟାର ଫଣ୍ଡରେ ଏହି ଜରିମାନା ରାଶି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ନିର୍ବାଚନୀ ମାମଲାରେ ସାକ୍ଷ୍ୟ ପ୍ରଦାନରେ ସମୟ ଗଡାଇବା ଅଭିଯୋଗରେ ହାଇକୋର୍ଟ ଜରିମାନା କରିଛନ୍ତି । ବାରବାଟୀ କଟକ ନିର୍ବାଚନ ଅନିୟମିତତା ମାମଲାରେ ପକ୍ଷ ଅଛନ୍ତି ମୋକିମ । ପୂର୍ବରୁ ମଧ୍ୟ ସମାନ ଅଭିଯୋଗରେ ମୋକିମଙ୍କୁ ୧୦ ହଜାର ଟଙ୍କା ଜୋରିମାନା କରିଥିଲେ କୋର୍ଟ।

ଅଧିକ ପଢନ୍ତୁ- ORHDC Scam: ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ଆଜି ହାଇକୋର୍ଟରେ ଆସିବ ରାୟ

ହାଇକୋର୍ଟରେ ବାରବାଟୀ କଟକ ବିଧାନସଭା ନିର୍ବାଚନ ମାମଲାର ଶୁଣାଣି କରି ବିଧାୟକ ମହମ୍ମଦ ମୋକିମଙ୍କ ପିଟିସନ ଖାରଜ କରିଥିଲେ ଅଦାଲତ । ଏହାସହ ବିଧାୟକ ମହମ୍ମଦ ମୋକିମଙ୍କୁ ପୂର୍ବରୁ ୫ ହଜାର ଟଙ୍କାର ତଣ୍ଡ ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ନିର୍ବାଚନରେ ଅନିୟମିତତା ଦର୍ଶାଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ପରାଜିତ ପ୍ରାର୍ଥୀ ବିଜେଡି ନେତା ଦେବାଶିଷ ସାମନ୍ତରାୟ । ଏହି ମାମଲାରେ ବିଧାୟକ ମହମ୍ମଦ ମୋକିମ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି ଓ ସଠିକ ନୋମିନେସନ ଫର୍ମରେ ପ୍ରାର୍ଥୀ ପତ୍ର ଦାଖଲ ହୋଇ ନଥିବା ଅଭିଯୋଗ ହୋଇଥିଲା । ଏହା ସହ ମହମ୍ମଦ ମୋକିମ ତାଙ୍କର ଅପରାଧିକ ମାମଲାର ତଥ୍ୟ ଦାଖଲ କରି ନ ଥିବା, ମାମଲାରେ ଦର୍ଶାଯାଇଥିଲା । ଦେବାଶିଷ ସାମନ୍ତରାୟଙ୍କ ନିର୍ବାଚନ ମାମଲାକୁ ବିନା ଶୁଣାଣିରେ ଖାରଜ କରିବାକୁ ହାଇକୋର୍ଟରେ ଏକ ପିଟିସନ ଦାୟର କରିଥିଲେ ବିଧାୟକ ମହମ୍ମଦ ମୋକିମ । ମହମ୍ମଦ ମୋକିମଙ୍କ ଏହି ପିଟିସନକୁ ଖାରଜ କରିଥିଲେ ହାଇକୋର୍ଟ । ଦେବାଶିଷ ସାମନ୍ତରାୟଙ୍କ ଦ୍ଵାରା ଆଗତ ନିର୍ବାଚନ ମାମଲାର ଶୁଣାଣି ଚାଲିବ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଥିଲେ । ବିଧାୟକ ମହମ୍ମଦ ମୋକିମ ୫ ହଜାର ଟଙ୍କାର ଅର୍ଥରାଶି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ଦେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏପ୍ରିଲ ୧୨ରେ ନିର୍ବାଚନ ମୋକଦ୍ଦମାର ଆବେଦନକାରୀ ତଥା ପରାଜିତ ପ୍ରାର୍ଥୀ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଓ ଏପ୍ରିଲ ୨୬ରେ ଦ୍ବିତୀୟ ସାକ୍ଷୀ ଦୀପଙ୍କର ଆଚାର୍ଯ୍ୟଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଥିଲା । ସାମନ୍ତରାୟଙ୍କ ଅନ୍ତରୀଣ ଆବେଦନର ହାଇକୋର୍ଟ ଶୁଣାଣି କରି ତତ୍କାଳୀନ ରିଟର୍ଣ୍ଣିଂ ଅଫିସରଙ୍କ ସାକ୍ଷ୍ୟ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏପ୍ରିଲ ୧୮ରେ ତତ୍କାଳୀନ ରିଟର୍ଣ୍ଣିଂ ଅଫିସର ତଥା ବର୍ତ୍ତମାନ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟରତ ପ୍ରଧାନଙ୍କୁ ସାକ୍ଷ୍ୟ ପ୍ରଦାନ ପାଇଁ ହାଇକୋର୍ଟ ସମନ ଜାରି କରିଥିଲେ ।

ମାମଲାର ବିବରଣୀରୁ ପ୍ରକାଶ ଯେ ବାରବାଟୀ-କଟକ ବିଧାୟକ ଭାବେ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଚାଲେଞ୍ଜ କରି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏହି ମାମଲା ରୁଜୁ କରିଛନ୍ତି । ଆବେଦନକାରୀ ସାମନ୍ତରାୟଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମିଲନ କାନୁନଗୋ, ଆଇନଜୀବୀ ଗୋପଳ ଅଗ୍ରୱାଲ, ସିଦ୍ଧାର୍ଥ ଦାସ ଏବଂ ମୋକିମଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର ଓ ଆଇନଜୀବୀ ତରଣୀକାନ୍ତ ବିଶ୍ବାଳ ମାମଲା ପରିଚାଳନା କରୁଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.