ETV Bharat / state

Road Problem in Cuttack: ୧୫ ଦିନରେ ମରାମତି କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ - ହାଇକୋର୍ଟରେ ରାସ୍ତାଘାଟ ସମସ୍ୟାର ଶୁଣାଣି

କଟକ ସହର ରାସ୍ତାଘାଟ ସମସ୍ୟା ପ୍ରସଙ୍ଗ । ଆସନ୍ତା ୧୫ ଦିନ ମଧ୍ୟରେ ମରାମତି କାର୍ଯ୍ୟ ଶେଷ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅଧିକ ପଢନ୍ତୁ

Road Problem in Cuttack
ତୁରନ୍ତ କାମ ଶେଷ କରିବାକୁ ନିର୍ଦ୍ଦେଶ
author img

By ETV Bharat Odisha Team

Published : Nov 2, 2023, 10:09 PM IST

କଟକ: ହାଇକୋର୍ଟରେ କଟକ ସହର ରାସ୍ତାଘାଟ ସମସ୍ୟା ପ୍ରସଙ୍ଗ । ମାମଲାକୁ ଅତି ଗୁରୁତର ସହ ନେଇଛନ୍ତି ହାଇକୋର୍ଟ । ଏହି ମାମଲାର ଶୁଣାଣି କରି କୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ଆସନ୍ତା ୧୫ ଦିନ ମଧ୍ୟରେ ମରାମତି କାର୍ଯ୍ୟ ଶେଷ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ପକ୍ଷଭୁକ୍ତ ହୋଇଥିବା ସମସ୍ତ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ଶୁଣାଣି ସମୟରେ ସମସ୍ତ ପକ୍ଷଙ୍କୁ ବ୍ୟକ୍ତିଗତ ଭାବରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ସେହିପରି 'ବକ୍ସ ଡ୍ରେନ୍' ପ୍ରସଙ୍ଗରେ ସତ୍ୟପାଠ ଦାଖଲ ପାଇଁ ଆମିକସକ୍ୟୁରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆସନ୍ତା ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । କଟକ ସହର ରାସ୍ତାଘାଟର ଦୁରାବସ୍ଥା ନେଇ ରୁଜୁ ହୋଇଥିଲା ଜନସ୍ବାର୍ଥ ମାମଲା । ଆଜି ଏହି ମାମଲାର ଶୁଣାଣି ସମୟରେ ରାସ୍ତାଘାଟ ମରାମତି କାର୍ଯ୍ୟ ଶେଷ ହୋଇଥିବା ନେଇ କୋର୍ଟଙ୍କୁ ଅବଗତ କରିଥିଲା R&B । ତେବେ କୋର୍ଟ ରାସ୍ତାଘାଟ ମରାମତି ନେଇ ଅବଗତ ଥିବା କହିବା ସହିତ ସମସ୍ତ ମରାମତି କାର୍ଯ୍ୟ ଶେଷ କରିବାକୁ ୧୫ ଦିନ ସମୟ ଦେଇଛନ୍ତି ।

କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ଡ୍ରେନ୍ ମାମଲାରେ କୋର୍ଟରେ ହାଜର ହୋଇଥିଲେ ବିଭିନ୍ନ ବିଭାଗର ୯ ଜଣ ଅଧିକାରୀ । ସିଟି ଇଞ୍ଜିନିୟର, GAIL ପ୍ରବନ୍ଧକ, WATCO, R&B ସମେତ ୯ ଜଣ ଅଧିକାରୀ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜି ହାଜର ହୋଇଥିଲେ । ତେବେ କୋର୍ଟ ଏହି ମାମଲାର ଶୁଣାଣି କରି ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ସମସ୍ତ ବିଭାଗକୁ ତାଗିଦ କରିଛନ୍ତି । ଆସନ୍ତା ୨୨ ତାରିଖ ସୁଦ୍ଧା ସହରର ରାସ୍ତା ଗୁଡିକର ମରାମତି କାର୍ଯ୍ୟ ଶେଷ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଆସନ୍ତା ଶୁଣାଣି ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢନ୍ତୁ...କଟକରେ ରାସ୍ତାଘାଟ ସମସ୍ୟା ନେଇ କ୍ଷୁବ୍ଧ ହାଇକୋର୍ଟ, ୨୭ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ

ସିଏମସି ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଥିଲା ଯେ, କଟକ ସହରରେ ରାସ୍ତା ଖୋଳି ୱାଟକୋ ଭୂତଳ ଜଳ ଯୋଗାଣ ପାଇପ ପକାଉଛି । ଖୋଳା ଯାଉଥିବା ରାସ୍ତାର ମରାମତି ମଧ୍ୟ ୱାଟକୋ କରୁଛି । ସିଏମସି ମୁଖ୍ୟ ରାସ୍ତା, ଲେନ୍ ଓ ସବ୍-ଲେନ୍ ସବୁ ରକ୍ଷଣାବେକ୍ଷଣ କରୁଛି । ସିଡିଏ ଅଞ୍ଚଳ, ରିଙ୍ଗରୋଡ୍, କଟକ ସହରର ମୁଖ୍ୟ ଆଭ୍ୟନ୍ତରୀଣ ରାସ୍ତା କଟକ ଆର ଆଣ୍ଡ ବି ଡିଭିଜନ-୧ ରକ୍ଷଣାବେକ୍ଷଣ କରୁଛି । କ୍ଷତିଗ୍ରସ୍ତ ରାସ୍ତାର ଉପଯୁକ୍ତ ଯତ୍ନ ନିଆନଯିବା ଘଟଣା ପାଇଁ ୱାଟକୋ ଓ ଆର ଆଣ୍ଡ ବି ଦାୟୀ । ଏଥି ସହିତ କେତେକ ଘରୋଇ କମ୍ପାନୀ ସିଏମସି ଅନୁମତି ନେଇ ରାସ୍ତାକାଟି ଭୂତଳ ଗ୍ୟାସ ପାଇପଲାଇନ, ବିଦ୍ୟୁତ କେବୁଲ, ଅପଟିକ ଫାଇବର କେବୁଲ ପକାଉଛନ୍ତି । ତେବେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ କୌଣସି ତାଳମେଳ ରହୁନଥିବାରୁ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.