ETV Bharat / state

OPSC 2020: କୋଭିଡ କଟକଣାରେ ଆରମ୍ଭ ହେଲା ଓପିଏସସି ମେନ୍ ପରୀକ୍ଷା

author img

By

Published : Jan 20, 2022, 1:50 PM IST

Updated : Jan 20, 2022, 3:38 PM IST

ଆଜି(ଗୁରୁବାର)ଠୁ ରାଜ୍ୟରେ ଆରମ୍ଭ ହୋଇଛି ଓଡିଶା ପ୍ରଶାସନିକ ସେବା ୨୦୨୦ । କୋଭିଡ଼ କଟକଣା ମଧ୍ୟରେ ପରୀକ୍ଷା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଅଧିକ ପଢନ୍ତୁ

OPSC MAINS: ଆଜିଠୁ ଆରମ୍ଭ ଓଡିଶା ପ୍ରଶାସନିକ ସେବା ୨୦୨୦ର ମୁଖ୍ୟ ପରୀକ୍ଷା

କଟକ: ଆଜି(ଗୁରୁବାର)ଠୁ ଆରମ୍ଭ ହୋଇଛି ଓଡିଶା ପ୍ରଶାସନିକ ସେବା ୨୦୨୦ର ମୁଖ୍ୟ ପରୀକ୍ଷା(OPSC Main exam starts from tody) । ରାଜ୍ୟର ବିଭିନ୍ନ ସହରର ୧୬ଟି କେନ୍ଦ୍ରରେ ୪୭୫୪ ଆଶାୟୀ ପ୍ରାର୍ଥୀ ଏହି ପରୀକ୍ଷା ଦେଉଛନ୍ତି । କୋଭିଡ଼ କଟକଣା ମଧ୍ୟରେ ଏହି ପରୀକ୍ଷା କରିବା ପାଇଁ ଓଡିଶା ଲୋକସେବା ଆୟୋଗ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଆଜିଠାରୁ ଆରମ୍ଭ ହୋଇଥିବା ଏହି ପରୀକ୍ଷା ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ଚାଲିବ।

OPSC 2020 MAINS: ଆଜିଠୁ ଆରମ୍ଭ ମୁଖ୍ୟ ପରୀକ୍ଷା

ପୂର୍ବାହ୍ନ ୯ ଟାରୁ ୧୨ ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଓ ଅପରାହ୍ନ ୨ଟାରୁ ୫ ଟା ପର୍ଯ୍ୟନ୍ତ ଦ୍ବିତୀୟ ସିଟିଂ ପରୀକ୍ଷା ଚାଲିବ। ଏହି ପରୀକ୍ଷା ପାଇଁ ପରୀକ୍ଷାର୍ଥୀ ମାନଙ୍କୁ N-95 ମାସ୍କ ବାଧ୍ୟତାମୂଳକ କରାଯାଇଛି । ବିନା ମାସ୍କରେ ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ ପରୀକ୍ଷାର୍ଥୀ କରି ପାରିବେ ନାହିଁ । ପରୀକ୍ଷାର୍ଥୀ ନିଜସ୍ଵ ଛୋଟ ସାନିଟାଇଜର ସାଙ୍ଗରେ ନେଇ ଯିବେ। କୋଭିଡ-୧୯ର ସମସ୍ତ ଗାଇଡ଼ଲାଇନ ହଲ୍‌ ଭିତରେ ପାଳନ କରିବାକୁ ନିର୍ଦ୍ଦେଶ ରହିଛି ।

ଏହା ବି ପଢନ୍ତୁ: ସିଭିଲ ସର୍ଭିସ୍‌ ମୁଖ୍ୟ ପରୀକ୍ଷା ଦେଉଛନ୍ତି ୪ ହଜାରରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ

ସାମାଜିକ ଦୂରତ୍ବ ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି । କୋଭିଡ ଲକ୍ଷଣ ଜଣାପଡିଲେ ତୁରନ୍ତ ଇନଭିଜିଲେଟରଙ୍କୁ ଜଣାଇବେ ପରୀକ୍ଷାର୍ଥୀ । ଏଭଳି ପରୀକ୍ଷାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ରୁମର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛି OPSC। ପରୀକ୍ଷାର ସୁପରିଚାଳନା ପାଇଁ ସଂପୃକ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇ ଥିବାବେଳେ ଓପିଏସସି ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାର୍ଡ ମଧ୍ୟ ଗଠନ କରି ତଦାରଖ କରିବାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ପ୍ରଥମ ସିଟିଂ ପରୀକ୍ଷା ଭଲ ହୋଇଥିବା କହିଛନ୍ତି ପରୀକ୍ଷାର୍ଥୀ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jan 20, 2022, 3:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.