ETV Bharat / state

ବିବାଦରେ ପୂର୍ଣ୍ଣଚ୍ଛେଦ: ମୁଣ୍ଡ ନୁଆଁଇଲେ ସିଏମସି ମେୟର ଓ କମିଶନର

CMC Strike Called Off: ଆନ୍ଦୋଳନର ୫ ଦିନ ପରେ ଶେଷରେ ମୁଣ୍ଡ ନୁଆଁଇଲେ ସିଏମସି ମେୟର ଓ କମିଶନର । ସେମାନେ ବିରୋଧୀ କର୍ପୋରେଟରଙ୍କ ପାଖକୁ ଯାଇ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଅଧିକ ପଢନ୍ତୁ

CMC Strike Called Off
CMC ବିବାଦର ସମାଧାନ
author img

By ETV Bharat Odisha Team

Published : Nov 17, 2023, 5:44 PM IST

CMC ବିବାଦର ସମାଧାନ

କଟକ: ଶେଷରେ ମୁଣ୍ଡ ନୁଆଁଇଲେ ସିଏମସି ମେୟର ଏବଂ କମିଶନର । ଆନ୍ଦୋଳନର ପଞ୍ଚମ ଦିନରେ ଉଭୟ ମେୟର ଏବଂ କମିଶନର ଆନ୍ଦୋଳନକାରୀ ବିରୋଧୀ କର୍ପୋରେଟରଙ୍କ ପାଖକୁ ଯାଇ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ ଆନ୍ଦୋଳନରୁ ଓହରିବା ପାଇଁ ନିବେଦନ ମଧ୍ୟ କରିଥିଲେ । ତେବେ ଯେଉଁ ସବୁ ଦାବି ଗୁଡିକ ରହିଛି ସେସବୁର ଆଲୋଚନା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ଦିଆଯିବ ବୋଲି ପ୍ରତିଶ୍ରୁତି ପରେ ବିରୋଧୀ କର୍ପୋରେଟରମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ । ସେହିପରି ଆଗାମୀ ଦିନରେ ଯେପରି ସିଏମସି ଅଧିକାରୀମାନେ କୌଣସି କର୍ପୋରେଟରମାନଙ୍କୁ ଦୁର୍ବ୍ୟବହାର ନକରନ୍ତି ସେଥିପ୍ରତି ସଜାଗ ରହିବାକୁ କମିଶନରଙ୍କୁ କର୍ପୋରେଟରମାନେ ଜଣାଇଥିଲେ। ଏନେଇ କଟକ ମେୟର ସୁବାସ ସିଂ କହିଛନ୍ତି, ସେମାନଙ୍କର ଯାହା ଦାବି ରହିଛି ସେ ସମ୍ପର୍କରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବୁ । ଆମେ ସମସ୍ତେ ମିଳିମିଶି କଟକର ଉନ୍ନତି ପାଇଁ କାମ କରିବୁ ।"

ସିଏମସି କାଉନସିଲ ବୈଠକରେ କଣ ଘଟିଥିଲା ?

"ହାଡିଆପଠାର ବହୂମୂଲ୍ୟ ସରକାରୀ ଜମିକୁ ଚଞ୍ଚକତା କରି କିପରି ବିକ୍ରି କରାଗଲା ? ସିଏମସି ପୂର୍ବତନ କମିଶନର ଅନନ୍ୟା ଦାସଙ୍କ ଦସ୍ତଖତ ଓ ସିଲର ଜାଲିଆତି କେମିତି ହେଲା ?" ଏହାକୁ ନେଇ ସିଏମସି କାଉନସିଲ ବୈଠକରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା । ଏହି ପ୍ରସଙ୍ଗରେ ମେୟର ତଥା କମିସଶନରଙ୍କ ଜବାବ ଦାବି କରି ହୋହଲ୍ଲା କରିଥିଲେ ବିରୋଧୀ କର୍ପୋରେଟର । ତେବେ ସିଏମସି ପୂର୍ବତନ କମିଶନର ଅନନ୍ୟା ଦାସଙ୍କ ଦସ୍ତଖତ ଓ ସିଲର ଜାଲିଆତି କାରି ଏହା କରାଯାଇଥିଲା । ଆଉ ଏଥିରେ ସିଏମସିର କିଛି ଅସାଧୁ କର୍ମଚାରୀ ଓ ପ୍ରଭାବଶାଳୀ ଲୋକଙ୍କ ହାତ ଥିବା ଅଭିଯୋଗ ଆଣିଥିଲେ ବିରୋଧୀ ଦଳର କର୍ପୋରେଟର ।

ଗତକାଲି(ଗୁରୁବାର) ସିଏମସି ବିରୋଧୀ କର୍ପୋରେଟରଙ୍କ ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ରଖିଲେ ମେୟର ସୁବାସ ସିଂ । ସେ କହିଥିଲେ, "ବାଲିଯାତ୍ରା ଆଉ ଅଳ୍ପ ଦିନ ରହିଥିବାରୁ ସେଥିପାଇଁ ସିଏମସି ତାହାର କାମ କରୁଛି । ମାତ୍ର ବିରୋଧୀମାନେ ଅଗଣତାନ୍ତ୍ରିଙ୍କ ଭାବରେ କାଉନସିଲ ଗୃହ ଭିତରେ ଆନ୍ଦୋଳନ କରିଛନ୍ତି । ଆଉ ଯେଉଁ ଢଙ୍ଗରେ ଆନ୍ଦୋଳନ କରୁଛନ୍ତି ତାକୁ ମୁଁ ତୀବ୍ର ବିରୋଧ କରୁଛି । ସିଏମସି କାଉନସିଲ ବୈଠକ ଚାଲୁଥିବାବେଳେ, ଜଣେ ସିଏମସି ମହିଳା ଅଧିକାରୀଙ୍କୁ ବିରୋଧୀମାନେ ପ୍ରଥମେ ବାଡେଇବାକୁ ଚେଷ୍ଟା କରିଥିଲେ । ବାଲିଯାତ୍ରାକୁ ବନ୍ଦ କରିଦେବାକୁ ସେମାନେ ଚାହୁଁଛନ୍ତି । କଟକର ବିକାଶରେ ସେମାନେ ବାଧା କରୁଛନ୍ତି ।"

ଏହା ବି ପଢନ୍ତୁ...ଆନ୍ଦୋଳନ ବେଳେ ଅସୁସ୍ଥ ହୋଇପଡିଲେ ମହିଳା କର୍ପୋରେଟର

ଆଜି(ଶୁକ୍ରବାର) ଧାରଣା ବେଳେ ଜଣେ ମହିଳା କର୍ପୋରେଟର ଅସୁସ୍ଥ ହୋଇପଡିଥିଲେ । ଶେଷରେ ୫ ଦିନ ଧରି ଲାଗି ରହିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡିଛି । ଉଭୟ ମେୟର ଏବଂ କମିଶନର ଆନ୍ଦୋଳନକାରୀ ବିରୋଧୀ କର୍ପୋରେଟରଙ୍କ ପାଖକୁ ଯାଇ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେବା ସହ ଆନ୍ଦୋଳନରୁ ଓହ୍ଲାଇବାକୁ ନିବେଦନ କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.