ETV Bharat / state

Hockey World Cup Opening Ceremony: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କଟକ ଶାନ୍ତି କମିଟି ସଦସ୍ୟ

ବିଶ୍ବକପ ଉଦଘାଟନୀ ସମାରୋହର ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କଟକ ମହାନଗର ଶାନ୍ତି କମିଟି ଏବଂ କଟକ ମହାନଗର ପୂଜା କମିଟି ସଦସ୍ୟ । ଅଧିକ ପଢନ୍ତୁ

author img

By

Published : Jan 10, 2023, 8:19 PM IST

hockey world cup
hockey world cup
hockey world cup

କଟକ: ଆସନ୍ତାକାଲି କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ହକି ବିଶ୍ବକପ ଉଦଘାଟନୀ ଉତ୍ସବ( Hockey world cup ceremony)। ଏଥିପାଇଁ ସରିଲାଣି ସମସ୍ତ ପ୍ରସ୍ତୁତି । ବିଶ୍ବକପ ଉଦଘାଟନୀ ସମାରୋହର ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କଟକ ମହାନଗର ଶାନ୍ତି କମିଟି ଏବଂ କଟକ ମହାନଗର ପୂଜା କମିଟି ସଦସ୍ୟ । କଟକରେ ଉଦଘାଟନୀ ଉତ୍ସବ ଆୟୋଜନକୁ ନେଇ ବିଶେଷ କୃତଜ୍ଞତା ଜଣାଇଛନ୍ତି ଉଭୟ କମିଟି ।

ତେବେ ପୂଜା କମିଟି ଏବଂ ଶାନ୍ତି କମିଟିର ୨୫ ଜଣ ସଦସ୍ୟ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଥିଲେ। ଭେଟିବା ସହ କିଭଳି ଭାବେ ଶାନ୍ତି ଶୃଙ୍ଖଳାରେ ହକିର ଉଦଘାଟନୀ ଉତ୍ସବ ହେବ ସେ ନେଇ ସମସ୍ତ ସହଯୋଗ କରିବେ ବୋଲି କହିଛନ୍ତି। କାରଣ ଏହି ବିଶ୍ୱକପ କେବଳ ଭୁବନେଶ୍ୱର ନୁହେଁ ବରଂ ପୁରା ରାଜ୍ୟ ପାଇଁ ଗୌରବ । ତେଣୁ ଆମେ ସମସ୍ତେ ମିଳିମିଶି ଏହି ବିଶ୍ୱ କପି କୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁମନ୍ତ୍ର ଦେଲେ ବୋଲି କହିଛନ୍ତି ଶାନ୍ତି କମିଟି ।

ସୂଚନା ଥାଉକି, ବିଶ୍ବକପର ଉଦଘାଟନି ଉତ୍ସବ ପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି । ଏକ ଭବ୍ୟ ମଞ୍ଚରେ ଆୟୋଜିତ ହେବ ବିଶ୍ବକପର ଉଦଘାଟନି ଉତ୍ସବ । ଆଜି ଅପରାହ୍ନରେ ଶେଷ ଥର ପାଇଁ ମଞ୍ଚରେ ନିଜ ନିଜ ଅଭ୍ୟାସ ଶେଷ କରିଛନ୍ତି ନୃତ୍ୟ ଶିଳ୍ପୀ ଓ କଳାକାର । ଆସନ୍ତାକାଲି ଅପରାହ୍ନ 3ଟାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇ ରାତି 9ଟା ପର୍ଯ୍ୟନ୍ତ ଜାରି ରହିବ । ସଂନ୍ଧ୍ୟା 6 ଟା ବେଳେ ମୁଖ୍ୟମନ୍ତ୍ରୀ ଉତ୍ସବରେ ଯୋଗ ଦେବା ସହ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟିତ କରିବେ । ରାଜ୍ୟ ସରକାର ଏହି ଉଦଘାଟନ ଉତ୍ସବକୁ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିବାରୁ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଅନୁମାନ କରାଯାଉଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.