କଟକ: ଚୌଦ୍ବାର ଜେଲରେ କଏଦୀକୁ ହତ୍ୟା କରିଛି ଆଉ ଜଣେ କଏଦୀ । ଚୌଦ୍ବାର ମଣ୍ଡଳ କାରାଗାରରେ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି । ମୃତ କଏଦୀ ଜଣକ କଟକ ବିଡାନାସୀ ଥାନା ତୁଳସୀପୁରର ରମେଶ ପ୍ରଧାନ ।
ସୂଚନାଯୋଗ୍ୟ, ଆଜି ସକାଳ ପ୍ରାୟ ୮ଟା ବେଳେ କିଛି କଏଦୀ ଜେଲ ଭିତରେ ଥିବା ବଗିଚାରେ କାମ କରୁଥିଲେ। ସେଠାରେ କାମ କରୁଥିବା ଅନ୍ୟ ଜଣେ କଏଦୀ ସହ ରମେଶର କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ କଏଦୀ ଜଣକ କାମ କରୁଥିବା କୋଦାଳରେ ରମେଶକୁ ଆକ୍ରମଣ କରିଥିଲା ।
ଗୁରୁତରଭାବେ ରମେଶକୁ କଟକ ଏସସିବି ମେଡିକାଲକୁ ପଠାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ପରେ ଜେଲ୍ ୱାଡେନ ବାସୁଦେବ ବାସ୍କେଙ୍କୁ ସସପେଣ୍ଡ କରାଯାଇଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ