ETV Bharat / state

ମୋ ବସ ପରି 6 ଜିଲ୍ଲାରେ ଗଡିବ ଲକ୍ଷ୍ମୀ ବସ, ଘରୋଇ ବସ ମାଲିକ ସଂଘ ଆଣିଲା ଅନେକ ଦାବି

author img

By

Published : Aug 3, 2023, 6:33 PM IST

ମୋ ବସ ପରି 6 ଜିଲ୍ଲାରେ ଗଡିବ ଲକ୍ଷ୍ମୀ ବସ । ଆଜି ପରିବହନ କମିଶନରଙ୍କ ସହିତ ବସିଥିବା ବୈଠକରେ ଘରୋଇ ବସ ମାଲିକ ସଂଘ ଆଣିଲା ଅନେକ ଦାବି । ଅଧିକ ପଢନ୍ତୁ

Etv Bharat
Etv Bharat
ମୋ ବସ ପରି 6 ଜିଲ୍ଲାରେ ଗଡିବ ଲକ୍ଷ୍ମୀ ବସ, ଘରୋଇ ବସ ମାଲିକ ସଂଘ ଆଣିଲା ଅନେକ ଦାବି

କଟକ: ରାଜ୍ୟ ସରକାରଙ୍କ 'ମୋ ବସ' ଭଳି ଆରମ୍ଭ ହୋଇଛି ଲକ୍ଷ୍ମୀ ଯୋଜନା (LAccMI Scheme) । ରାଜ୍ୟର ୬ଟି ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ । ଏନେଇ ଆଜି ରାଜ୍ୟ ଘରୋଇ ବସ ମାଲିକ ସଂଘ ରାଜ୍ୟ ପରିବହନ ବିଭାଗ ସହ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଘରୋଇ ବସ ମାଲିକମାନଙ୍କ ଗାଡ଼ି ସରକାର ବ୍ୟବହାର କରିପାରିବେ ବୋଲି ଏହି ବୈଠକରେ ଦାବି କରିଛି ଘରୋଇ ବସ ମାଲିକ ସଂଘ ।

ଲକ୍ଷ୍ମୀ ବସ ଯୋଜନା ଅଧୀନରେ ୨ଟି ଟାୟରରେ ଚାଲିବ ଏହି ବସ । ଟାୟର 1ରେ ଗ୍ରାମ ବା ପଞ୍ଚାୟତରୁ ବ୍ଲକ ମୁଖ୍ୟାଳୟ ଓ ଟାୟର 2ରେ ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ଗଡିବ ଲାକମି ବସ । ପ୍ରଥମ ପର୍ଯ୍ୟାୟରେ ଟାୟର-1 କାର୍ଯ୍ୟକ୍ଷମ ହେବା ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ଲକ୍ଷ୍ମୀ ଯୋଜନା କାର୍ଯ୍ୟକ୍ଷମ ହେବାକୁ ଥିବା ୬ଟି ଜିଲ୍ଲା ହେଉଛି ଗଜପତି, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ।

ଏହା ବି ପଢନ୍ତୁ- ମୋ ବସ୍‌କୁ ନେଇ ଅସନ୍ତୁଷ୍ଟ ଘରୋଇ ବସ ମାଲିକ ସଂଘ, କହିଲେ ଗ୍ରାମଞ୍ଚଳରେ ଗଡ଼ିଲେ...

ବର୍ତ୍ତମାନ ସମୟରେ ଏହି ୬ଟି ଜିଲ୍ଲାରେ ୨୫୧ଟି ଘରୋଇ ବସ ଗଡ଼ୁଛି । କିନ୍ତୁ ପରିବହନ ବିଭାଗ ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାରେ ୬୨ଟି ବସ ଗଡ଼ିବା ନେଇ ସ୍ପଷ୍ଟ କରିଛି । ତେବେ ଘରୋଇ ବସ ମାଲିକ ଏହି ନିଷ୍ପତ୍ତିକୁ ନେଇ ପରିବହନ କମିଶନରଙ୍କ ସହ କରିଛନ୍ତି ବିଧିବଦ୍ଧ ଆଲୋଚନା । ଯେକୌଣସି ସମୟରେ ଗାଡ଼ିଗୁଡିକ ଏହି ରୁଟ୍‌ରେ ଗଡ଼ିବ ତାହାର ସମୟ ନିର୍ଦ୍ଧାରଣ କରିବା ପାଇଁ ପରିବହନ ବିଭାଗକୁ ଦାବି କରିଛି ସଙ୍ଘ । ଏହାସହ ଘରୋଇ ବସ୍‌ ମାଲିକମାନଙ୍କ ଗାଡ଼ି ସରକାର ବ୍ୟବହାର କରିପାରିବେ ବୋଲି ମଧ୍ୟ ଏହି ବୈଠକରେ ଘରୋଇ ବସ ମାଲିକ ସଂଘ ଅବଗତ କରାଇଛି ।

ଏହା ବି ପଢନ୍ତୁ- ବାଣିଜ୍ୟ ଓ ପରିବହନ ବିଭାଗର ପ୍ରେସମିଟ୍‌, ଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ସ୍ଥାନରୁ ଗଡ଼ିବ ସରକାରୀ ବସ୍‌

ଅନ୍ୟପଟେ ଆସନ୍ତା ୨ମାସ ମଧ୍ୟରେ ଏହି ୬ଟି ଜିଲ୍ଲାରେ କେଉଁ ରୁଟ୍‌ ଓ କେଉଁ ସମୟରେ ବସ ଯାତାୟାତ କରିବ ସେନେଇ ସ୍ପଷ୍ଟ ହେବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ରହିଛି । ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସମୟରେ ଘରୋଇ ବସ ଅନେକ ଅସୁବିଧା ଦେଇ ଗତି କରୁଛି । ଅନେକ ଗାଡ଼ି ମାଲିକ ଲୋନରେ ରହିଛନ୍ତି । ଏହି ସମୟରେ ଲକ୍ଷ୍ମୀ ବସ ଯଦି ଗ୍ରାମଞ୍ଚଳରେ ଗଡ଼େ ତେବେ ଘରୋଇ ବସ ସଂଘ ଅନେକ କ୍ଷତି ସହିବ । ଏଣୁ ଏହାକୁ ବିରୋଧ କରଯାଉନି ବରଂ ଲକ୍ଷ୍ମୀ ବସ୍‌ର ସମୟ ଓ ରୁଟ୍‌ ଜଣାଇବା ପାଇଁ ସଂଘ ପକ୍ଷରୁ କୁହାଯାଇଛି ।

ବର୍ତ୍ତମାନ ରାଜ୍ୟ ଘରୋଇ ବସ ୬ଟି ଜିଲ୍ଲାରେ ଗଡୁଛି । ତେବେ ସରକାରଙ୍କ ଲକ୍ଷ୍ମୀ ବସ ଗଡ଼ିବା ପାଇଁ ସ୍ଥିର ହୋଇଛି । ଏଣୁ ଏହି ଲକ୍ଷ୍ମୀ ବସ୍‌ର ସମୟ ଓ ରୁଟ୍‌ ଏବଂ କେତେ ଟ୍ରିପ୍‌ ସବୁ ଦିଗରେ ପରିବହନ ବିଭାଗ ସ୍ପଷ୍ଟ କଲେ ଘରୋଇ ବସର କୌଣସି ଅସୁବିଧା ହେବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏହାଛଡ଼ା ଯଦି ଆଗାମୀ ଦିନରେ ସରକାର ଲକ୍ଷ୍ମୀ ବସ ଅଧିକ ବୃଦ୍ଧି କରିବାକୁ ଚାହିଁବେ ତେବେ ଘରୋଇ ବସକୁ ବ୍ୟବହାର କରିପାରିବା ନେଇ ସଂଘ ପକ୍ଷରୁ ପରିବହନ କମିଶନରଙ୍କୁ ପ୍ରସ୍ତାବ ଦିଆଯାଇଛି । ତେବେ ଆସନ୍ତା ୨ ମାସ ମଧ୍ୟରେ ଏ ଦିଗରେ ରାଜ୍ୟ ପରିବହନ ବିଭାଗ କଣ ସ୍ପଷ୍ଟ କରୁଛନ୍ତି ତାହାକୁ ଅପେକ୍ଷା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.