ETV Bharat / state

Farm Laws Repealed: ମିଠା ବାଣ୍ଟିଲା ଓଡ଼ିଶା ସୁରକ୍ଷା ସେନା

author img

By

Published : Nov 19, 2021, 9:09 PM IST

କୃଷି ଆଇନ ପ୍ରତ୍ୟାହାର (Farm Laws Repealed) ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇଛିନ୍ତି ଓଡ଼ିଶା ସୁରକ୍ଷା ସେନା । ଅଧିକ ପଢନ୍ତୁ

କୃଷି ଆଇନ ପ୍ରତ୍ୟାହାର ପରେ ମିଠା ବାଣ୍ଟିଲା ଓଡ଼ିଶା ସୁରକ୍ଷା ସେନା

କଟକ: କୃଷି ଆଇନ ପ୍ରତ୍ୟାହାର ପରେ ପ୍ରଧାନମନ୍ତ୍ରୀ ମୋଦି (PM Modi) ଙ୍କୁ ଅଭିନନ୍ଦନ ଜଣାଇଛିନ୍ତି ଓଡ଼ିଶା ସୁରକ୍ଷା ସେନା। ଗତବର୍ଷ ସଂସଦରେ କେନ୍ଦ୍ର ସରକାର ଦ୍ୱାରା ୩ଟି କୃଷି ଆଇନ ପାରିତ କରାଯାଇଥିଲା । ଏହି ଆଇନ ପାରିତ ହେବା ପରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ବିରୋଧ କରାଯାଇଥିଲା । ବିଶେଷକରି ଅନେକ ଚାଷୀ ସଙ୍ଗଠନ ଓ ବିଭିନ୍ନ ରାଜନୈତିକ ଦଳ, ଏହି ୩ଟି କୃଷି ଆଇନକୁ ବିରୋଧ କରି ପ୍ରତିବାଦ କରିଥିଲେ । କେବଳ ସେତିକି ନୁହେଁ ଏହାର ପ୍ରତିବାଦରେ ଅନେକ ସଙ୍ଗଠନ ଦୀର୍ଘଦିନ ଧରି ଆନ୍ଦୋଳନ ଜାରି ରଖିଥିଲେ।

ତେବେ ଏହି ଆଇନକୁ ବିରୋଧ କରି ଏବଂ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଓଡ଼ିଶା ସୁରକ୍ଷା ସେନାର ମୁଖ୍ୟ ଅଭିଷେକ ଯୋଶୀ ପ୍ରଧାନମନ୍ତ୍ରୀ ମୋଦିକୁ ଏକ ପତ୍ର ମଧ୍ୟ ଲେଖିଥିଲେ । ତେବେ ଆଜି ଗୁରୁନାନଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧନ ଦେଇ ଏହି ୩ଟି କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଘୋଷଣା କରିଛନ୍ତି । ବହୁ ଦିନଧରି ଚାଲିଥିବା ଏହି ଆଇନ ବିରୋଧରେ ଆନ୍ଦୋଳନକୁ ଆଜି ବିଜୟ ହାସଲ ହୋଇଛି ।

ଏହି ବିଜୟ ସମସ୍ତଙ୍କ ବୋଲି ଓଡ଼ିଶା ସୁରକ୍ଷା ସେନା ପକ୍ଷରୁ ପ୍ରକାଶ କରାଯାଇଛି । ଏହି ଅବସରରେ ଓଡ଼ିଶା ସୁରକ୍ଷା ସେନା ପକ୍ଷରୁ କଟକ କାର୍ଯ୍ୟାଳୟରେ ପରସ୍ପରକୁ ମିଠା ବାଣ୍ଟି ଖୁସି ମନାଇଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.