ETV Bharat / state

ଓଡିଶା ପୋଲିସ SI ଚୟନ ପ୍ରକ୍ରିୟାରେ ଅନିୟମିତତା, ପ୍ରତିପକ୍ଷଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ

author img

By ETV Bharat Odisha Team

Published : Jan 12, 2024, 6:36 PM IST

Odisha Police Sub Inspector Selection Process Irregularity Case: ଓଡିଶା ପୋଲିସ ସବ ଇନ୍ସପେକ୍ଟର ଚୟନ ପ୍ରକ୍ରିୟା ଅନିୟମିତତା ପ୍ରସଙ୍ଗରେ ଓଡିଶା ସରକାର ଏବଂ ଓଡିଶା ପୋଲିସ ନିଯୁକ୍ତି ବୋର୍ଡ଼କୁ ହାଇକୋର୍ଟ ନୋଟିସ୍‌ ଜାରି କରିଛନ୍ତି । ଅଧିକ ପଢ଼ନ୍ତୁ

ଓଡିଶା ପୋଲିସ SI ଚୟନ ପ୍ରକ୍ରିୟାରେ ଅନିୟମିତତା ମାମଲା

କଟକ: ଓଡିଶା ପୋଲିସ ସବ ଇନ୍ସପେକ୍ଟର ଚୟନ ପ୍ରକ୍ରିୟା ଅନିୟମିତତା ପ୍ରସଙ୍ଗ । ଓଡିଶା ସରକାର ଏବଂ ଓଡିଶା ପୋଲିସ ନିଯୁକ୍ତି ବୋର୍ଡ଼କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ । ଆବେଦନକାରୀ ସୁବାସ ସେନାପତିଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ନୋଟିସ ଜାରି କରିଛନ୍ତି । ଚୟନ ପାଇଁ ହୋଇଥିବା ଲିଖିତ ପରୀକ୍ଷାରେ ପ୍ରଶ୍ନପତ୍ର ବିଭ୍ରାଟକୁ ନେଇ ଦାୟର ମାମଲାରେ ନୋଟିସ କଲେ ହାଇକୋର୍ଟ ।

ତେବେ ଆବେଦନ ଅନୁଯାୟୀ ୪୭୭ଟି ସବ ଇନ୍ସପେକ୍ଟର ପଦ ପୂରଣ ପାଇଁ ଗତ 2021 ମସିହା ଜୁନ 22ତାରିଖରେ ଓଡିଶା ପୋଲିସ ନିଯୁକ୍ତି ବୋର୍ଡ଼ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିପାଇଁ ଦୁଇଟି ସିଟିଙ୍ଗରେ 2ଟି ପେପରର ଲିଖିତ ପରୀକ୍ଷା କରାଯିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା । ବିଳମ୍ବରେ ହେଲେ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗତ 2023 ନଭେମ୍ବର 26 ତାରିଖରେ ପରୀକ୍ଷା ହେବ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଥିଲା । ପରୀକ୍ଷା ଦିନ ଖୋର୍ଦ୍ଧା ଓମେନ୍ସ କଲେଜରେ ଥିବା ସେଣ୍ଟରରେ ପ୍ରଥମ ସିଟିଙ୍ଗରେ ପେପର 1 ପରିବର୍ତ୍ତେ ପେପର 2 ପ୍ରଶ୍ନପତ୍ର ଭୁଲରେ ଖୋଲାଯାଇ ପରୀକ୍ଷାର୍ଥୀଙ୍କୁ ଦିଆଯାଇଥିଲା । ପ୍ରଶ୍ନପତ୍ର ବଣ୍ଟାଯିବାର ପ୍ରାୟ 20 ମିନିଟ ପରେ ନିଜର ଭୁଲ ବୁଝିପାରି ପରୀକ୍ଷାର୍ଥୀଙ୍କ ନିକଟରୁ ପେପର 2ର ପ୍ରଶ୍ନପତ୍ର ସଂଗ୍ରହ କରାଯାଇଥିଲା । ଏହାସହ ସେହି ସେଣ୍ଟରରେ ଥିବା ସମସ୍ତ ପରୀକ୍ଷାର୍ଥୀଙ୍କୁ ଦ୍ୱତୀୟ ସିଟିଙ୍ଗ ପର୍ଯ୍ୟନ୍ତ ଅଟକ ରଖିବା ସହ ପେପର 1 ପରୀକ୍ଷା ନକରାଇ ପେପର 2 ପରୀକ୍ଷା କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ....ASO ଚୟନ ଅନିୟମିତତା ମାମଲା; ମେରିଟ୍‌ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ

ସେପଟେ ସେହିଦିନ ରାଜ୍ୟବ୍ୟାପି ବାକି ସମସ୍ତ ସେଣ୍ଟରରେ ଶୃଙ୍ଖଳିତ ଭାବେ ଉଭୟ ପେପର 1 ଏବଂ ପେପର 2 ର ପରୀକ୍ଷା ଶେଷ ହୋଇଥିଲା । ଏହାପରେ କେବଳ ସମ୍ପୃକ୍ତ ସେଣ୍ଟରର ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ 10 ଡିସେମ୍ବରରେ ପେପର 1 ପରୀକ୍ଷା କରାଯାଇଥିଲା । ପ୍ରଶ୍ନପତ୍ର ବିଭ୍ରାଟ ସତ୍ତ୍ବେ ପେପର 1 ପରୀକ୍ଷା ବାତିଲ କରିବା ପରିବର୍ତ୍ତେ ବୋର୍ଡ଼ ତରବରିଆ ଭାବେ ଡିସେମ୍ବର 21 ତାରିଖରେ ଲିଖିତ ପରୀକ୍ଷାଫଳ ପ୍ରକାଶ କରିବା ସହ ସେହି ମାସ 31 ତାରିଖରେ ଚୂଡାନ୍ତ ମେରିଟ ଲିଷ୍ଟ ପ୍ରକାଶ କରିଥିଲେ । ଏହାଛଡା ଲିଖିତ ପରୀକ୍ଷା ଫଳ ପ୍ରକାଶ ସମୟରେ ସାଧାରଣ ବର୍ଗଙ୍କ ପାଇଁ କଟଅଫ ମାର୍କ 185 ରଖାଯାଇଥିବା ନେଇ ବୋର୍ଡ଼ ସୂଚନା ଦେଇଥିଲେ ମଧ୍ୟ ଚୂଡାନ୍ତ ମେରିଟ ଲିଷ୍ଟରେ ଏହାକୁ 172କୁ ଖସାଇ ଦିଆଯାଇଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ଚୂଡାନ୍ତ ମେରିଟ ଲିଷ୍ଟ ଖାରଜ କରିବା ପାଇଁ ସୁବାସ ଏହି ମାମଲା ଦାୟର କରିଥିଲେ । ଆସନ୍ତା 29 ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.