ETV Bharat / state

ପୋଲିସର ଦାଦାଗିରିକୁ ମିଳିତ ଓଡିଶା ନିଶା ନିବାରଣ ଅଭିଯାନର କଡା ନିନ୍ଦା - police

ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଇ ବିନା ଦୋଷରେ ସାଧାରଣ ଲୋକଙ୍କ ବିରୁଦ୍ଧରେ ପୋଲିସର ମାମଲା ରୁଜୁ ଘଟଣାକୁ କଡା ନିନ୍ଦା କରିଛି ମିଳିତ ଓଡିଶା ନିଶା ନିବାରଣ ଅଭିଯାନ । ପୋଲିସର ସାଧାରଣ ଲୋକଙ୍କ ପ୍ରତି ଏଭଳି ଦାଦାଗିରିକୁ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବା ସହ ନବନିଯୁକ୍ତ ପୋଲିସ ମହାନିର୍ଦ୍ଦେଶକ ବିକେ ଶର୍ମାଙ୍କୁ ଏସମ୍ପର୍କରେ ଅବଗତ କରିବାକୁ ଅଭିଯାନର କର୍ମକର୍ତ୍ତା କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Aug 31, 2019, 8:05 PM IST

କଟକ: ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଉଛି ପୋଲିସ । ବିନା ଦୋଷରେ ସାଧାରଣ ଲୋକଙ୍କ ବିରୁଦ୍ଧରେ ରୁଜୁ ହେଉଛି ମାମଲା । ସାଧାରଣ ଲୋକଙ୍କ ପ୍ରତି ପୋଲିସର ଏଭଳି ନିର୍ଯାତନା ବିରୁଦ୍ଧରେ ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳରୁ । ଗୋଟିଏ ପଟେ ନୀତି, ଆଦର୍ଶ, ଶାଳୀନତାର ପ୍ରଶିକ୍ଷଣ ନେଉଥିବା ପୋଲିସର ଲୋକଙ୍କ ଉପରେ ଏଭଳି ଅତ୍ୟାଚାରକୁ ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ସଦସ୍ୟ କଡା ନିନ୍ଦା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନାନୁଯାୟୀ, କପ୍ତିପଦା ଅଞ୍ଚଳରେ ମାତ୍ରାଧିକ ମଦ କାରବାର ହେଉଥିବାରୁ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ଆରମ୍ଭ କରିଥିଲା ଆନ୍ଦୋଳନ । ପ୍ରତିଦିନ ଏହି ଆନ୍ଦୋଳନ ତୀବ୍ରତର ହେଉଥିବାରୁ ଅଭିଯାନର କର୍ମକର୍ତ୍ତାଙ୍କ ଉପରେ ପୋଲିସ ନେଇଥିଲା ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ । ସମାଜକୁ ନିଶାମୁକ୍ତ ରଖିବାକୁ ଏମାନଙ୍କ ଏହି ଉଦ୍ୟମରେ ପୋଲିସର ଏଭଳି ବ୍ୟବହାର କେତେ ଯୁକ୍ତିଯୁକ୍ତ ସେ ନେଇ ଅଭିଯାନର କର୍ମକର୍ତ୍ତା ପ୍ରଶ୍ନ କରିଛନ୍ତି । ତେବେ ଆଗାମୀ ଦିନରେ ପୋଲିସର ଏଭଳି କାର୍ଯ୍ୟ ବିରୁଦ୍ଧରେ ଆନ୍ଦୋଳନକୁ ତୀବ୍ରତର କରାଯିବା ସହ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ବି.କେ ଶର୍ମାଙ୍କୁ ସମସ୍ତ ଘଟଣା ସମ୍ପର୍କରେ ଅବଗତ କରିବାକୁ ଅଭିଯାନର କର୍ମକର୍ତ୍ତା କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଦୁର୍ବୁତ୍ତ ଙ୍କୁ ଘୋଡାଉଛି ଘଣ୍ଟ ପୋଲିସ । ବିନା ଦୋଷ ରେ ସାଧାରଣ ଲୋକ ବିରୁଦ୍ଧରେ ରୁଜୁ ହେଉଛି ମାମଲା । ଯାହା କୁ ଅସ୍ତଵ୍ୟସ୍ତ ସଧାରଣ ଜନତା । ଆମେ କହୁଛୁ ମୟୁରଭଂଜ ଜିଲାର କପ୍ତିପଦା ଅଞ୍ଚଳର କଥା । ଯେଉଁଠାରେ ଏପରି ଦୃଶ୍ୟ ଦେଖିବାକୁ ମିଳୁଛି । ଯାହାକୁ ନେଇ ଆଜି ଗର୍ଜିଛନ୍ତି ଉକ୍ତ ଅଞ୍ଚଳର ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ।

ସୂଚନା ମୁତାବକ , ଉକ୍ତ ଅଞ୍ଚଳ ରେ ମାତ୍ରାଧିକ ମଦ କାରବାର ହେଉଥିବାରୁ ନିଶା ନିବାରଣ ଅଭିଯାନ ଆରମ୍ଭ କରିଥିଲା ଆନ୍ଦୋଳନ । ତେବେ ପ୍ରତିଦିନ ଏହି ଆନ୍ଦୋଳନ ତୀବ୍ରତର ହେବାରୁ ଅଭିଯାନ ର କର୍ମକର୍ତାଙ୍କ ଉପରେ ପୋଲିସ ନେଇଥିଲା ଆକ୍ରୋଶ ମୂଳକ କାର୍ଯ୍ୟାନୁଷ୍ଠାନ । ତେବେ ଏହା କେଉଁ ପ୍ରକାର ନ୍ୟାୟ ବୋଲି ପ୍ରଶ୍ନ କରିଛି ଅଭିଯାନ ।

Body:ତେବେ ଆଗାମୀ ଦିନ ମାନଙ୍କରେ ଏହି ଅଭିଯାନ କୁ ତୀବ୍ରତର କରିବା ସହ ରାଜ୍ୟ ପୋଲିସ ମହାନିର୍ଦେଶକ ବିକେ ଶର୍ମାଙ୍କୁ ସମସ୍ତ ଅଭିଯୋଗ କୁହାଯିବ ବୋଲି କହିଛନ୍ତି ଅଭିଯାନ ର ସଦସ୍ୟ ।

ବାଇଟ: ସସ୍ମିତା ପତି( ଗ୍ରାମବାସୀ )

ବାଇଟ: ମନ ମୋହନ ମିଶ୍ର ( ସଦସ୍ୟ)

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.