ETV Bharat / state

ହାଇକୋର୍ଟଙ୍କ ନିର୍ଦ୍ଦେଶ : ଏକାଧିକ ପ୍ଲଟ କିଣିବା ଉପରେ କଟକଣା, ଜଣେ ମାତ୍ର ଗୋଟିଏ ପ୍ଲଟ୍‌ କଣି ପାରିବେ

author img

By

Published : May 2, 2023, 2:09 PM IST

ରାଜ୍ୟର ବିଭିନ୍ନ ଉନ୍ନୟନ କତୃପକ୍ଷଙ୍କଠାରୁ ଏକାଧିକ ପ୍ଲଟ ନେବା ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ । ଜଣେ ବ୍ୟକ୍ତି ଯେ କୌଣସି ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ ମାତ୍ର ଗୋଟିଏ ପ୍ଲଟ୍‌ ନେଇ ପାରିବ ବୋଲି ନିର୍ଦ୍ଦେଶ କରିଛନ୍ତି । ଅଧିକ ପଢନ୍ତୁ

purchase of multiple plots matter
ଏକାଧିକ ପ୍ଲଟ କିଣିବା ଉପରେ କଟକଣା
ଏକାଧିକ ପ୍ଲଟ କିଣିବା ଉପରେ କଟକଣା

କଟକ: ଜଣେ ବ୍ଯକ୍ତି ଏକାଧିକ ପ୍ଲଟ କିଣିବା ଉପରେ ଅଙ୍କୁଶ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ । ରାଜ୍ୟର ବିଭିନ୍ନ ଉନ୍ନୟନ କତୃପକ୍ଷଙ୍କଠାରୁ ଏକାଧିକ ପ୍ଲଟ ନେବା ଉପରେ ରୋକ୍‌ ଲଗାଇଛନ୍ତି ହାଇକୋର୍ଟ । ଜଣେ ବ୍ୟକ୍ତି ଯେକୌଣସି ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ ମାତ୍ର ଗୋଟିଏ ପ୍ଲଟ୍‌ ନେଇ ପାରିବେ ବୋଲି ରାୟରେ ସ୍ପଷ୍ଟ କରିଛନ୍ତି ହାଇକୋର୍ଟ ।

ଏହି ନିୟମ ତୁରନ୍ତ ମହାଧିବକ୍ତାଙ୍କ ମାଧ୍ୟମରେ ଗୃହ ଓ ନଗର ଉନ୍ନୟନ ବିଭାଗ, ସମସ୍ତ ଉନ୍ନୟନ କତୃପକ୍ଷଙ୍କୁ କାର୍ଯ୍ୟକାରୀ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଡିଏର ଜଣେ ଅବସରପ୍ରାପ୍ତ କର୍ମଚାରୀ, ସରୋଜ ମଲ୍ଲିକ ବିଡିଏରୁ କର୍ମଚାରୀ ଇଛାଧୀନ କୋଟା ସହିତ ଭିନ୍ନ ଭିନ୍ନ ତରିକାରେ 3ଟି ପ୍ଲଟ ନେଇ ଥିଲେ। ତେବେ କର୍ମଚାରୀ କୋଟାରେ ମିଳିଥିବା ପ୍ଲଟ ଟିକୁ ବିଡିଏ ବାତିଲ କରି ଦେଇଥିଲେ । ଏହାକୁ ଚାଲେଞ୍ଜ କରି ସରୋଜ ହାଇକୋର୍ଟଙ୍କ ଦ୍ଵାରସ୍ତ ହୋଇଥିଲେ । ବିଡିଏ ପକ୍ଷରୁ ଦୟାନନ୍ଦ ମହାପାତ୍ର ଏହି ମାମଲା ପରିଚାଳନା କରୁଥିଲେ ।

ଏକାଧିକ ପ୍ଲଟ ନେଇ ଏହାକୁ ବ୍ୟବସାୟୀକରଣ କରାଯାଉଛି ବୋଲି ସେ କୋର୍ଟରେ ଯୁକ୍ତି ରଖିଥିଲେ । ଫଳରେ ପ୍ରକୃତ ହିତାଧିକାରୀ ବା ସାଧାରଣ ଲୋକ ଟିଏ ପ୍ଲଟ କିମ୍ବା ଘର ଟିଏ କୌଣସି ଉନ୍ନୟନ କତୃପକ୍ଷଙ୍କଠାରୁ ପାଇବାରେ ବଞ୍ଚିତ ହେଉଛନ୍ତି ବୋଲି ସେ କୋର୍ଟଙ୍କୁ ଅବଗତ କରିଥିଲେ । ତେବେ କୋର୍ଟ ଏହାକୁ ଗୁରୁତ୍ୱର ସହ ନେବା ସହ ମାମଲାଟିର ବିଚାର କରି ସରୋଜଙ୍କ ଆବେଦନ ଖାରଜ କରି ଦେଇଛନ୍ତି । ଏଥି ସହି ଜଣେ ବ୍ୟକ୍ତି ଏକାଧିକ ପ୍ଲଟ ନେବା ଉପରେ ଅଙ୍କୁଶ ଲଗାଇଛନ୍ତି । ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ସୂଚନାଯୋଗ୍ୟ ଅନେକ ସମୟରେ ଜଣେ ବ୍ୟକ୍ତି ଏକାଧିକ ପ୍ଲଟ ନେବା ଘଟଣା ସାମ୍ନାକୁ ଆସିଛି । ବହୁ ଚଞ୍ଚକତା କରି ଏକାଧିକ ପ୍ଲଟ ନିଜ ନାମରେ କରିବାର ମଧ୍ୟ ବହୁ ନଜୀର ରହିଛି । ଯାହାକୁ ନେଇ ପୂର୍ବରୁ ଅନେକ ମାମଲା କୋର୍ଟରେ ବିଚାରଧୀନ ରହିଛି । ଯଦିଓ ଏହାକୁ ନେଇ କଟକରେ ମଧ୍ୟ ଅନେକ କଟକଣା କରାଯାଇଛି ମାତ୍ର ଗଳାବାଟ ଦେଇ ଅନେକ ବ୍ୟକ୍ତି ନିଜ ନାମରେ ଏକାଧିକ ପ୍ଲଟ କରାଇଥାନ୍ତି । ବିଶେଷକରି ସିଡ଼ିଏ ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଥିଲା। ମାତ୍ର କୋର୍ଟରେ ଏହାକୁ ଚାଲେଞ୍ଜ କରିଥିଲେ ଆବେଦନକାରୀ । ତେବେ କୋର୍ଟ ମଧ୍ୟ ଏହାକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଏବେ ଅନେକ ହିତାଧିକାରୀ ଏହାଦ୍ୱାରା ଲାଭବାନ ହୋଇପାରିବେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.