ETV Bharat / state

ହାଇକୋର୍ଟରେ ରତ୍ନଭଣ୍ଡାର ପ୍ରସଙ୍ଗ, ସେପ୍ଟେମ୍ବର ୧୩ରେ ମାମଲାର ପରବର୍ତ୍ତୀ ଶୁଣାଣି

ହାଇକୋର୍ଟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ । ଆସନ୍ତା ସେପ୍ଟେମ୍ବର ୧୩ରେ ମାମଲାର ପରବର୍ତ୍ତୀ ଶୁଣାଣି । ଅଧିକ ପଢନ୍ତୁ

author img

By

Published : Aug 14, 2023, 6:22 PM IST

Etv Bharat
Etv Bharat
ସେପ୍ଟେମ୍ବର ୧୩ରେ ମାମଲାର ପରବର୍ତ୍ତୀ ଶୁଣାଣି

କଟକ: ହାଇକୋର୍ଟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଓ ଜଗମୋହନ ମରାମତି ମାମଲାରେ ହାଇକୋର୍ଟରେ ଆଜି ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି ଆମିକସକ୍ୟୁରୀ । ତେବେ ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ । ଏହି ଦିନ ମାମଲାର ଶୁଣାଣି ଉପରେ ସମସ୍ତଙ୍କ ନଜର ରହିବ । ଗତ ଶୁଣାଣି ସମୟରେ ରତ୍ନଭଣ୍ଡାରର ସମସ୍ତ ଅଳଙ୍କାର ସୁରକ୍ଷିତ ରହିଥିବା ନେଇ ସତ୍ୟପାଠରେ ଉଲ୍ଲେଖ ରହିଛି ।

କେଉଁଠି କେତେ ପରିମାଣର ଅଳଙ୍କାର ରହିଛି ? :- ରତ୍ନଭଣ୍ଡାରରେ ୧୪୯ କେଜି ୪୬୦ ଗ୍ରାମର ସୁନା ଅଳଙ୍କାର ରହିଛି । ମୋଟ ୧୮୩ କେଜିର ରୂପା ଅଳଙ୍କାର ରହିଛି । ଏବେ ରତ୍ନଭଣ୍ଡାର ଖୋଲିବାର ଆବଶ୍ୟକତା ନାହିଁ ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି । ପ୍ରଶାସନ ପକ୍ଷରୁ ନିତି ପ୍ରଶାସକ ସତ୍ୟପାଠ ଦାଖଲ କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ତିନିଟି କକ୍ଷରେ ସମସ୍ତ ଅଳଙ୍କାର ରହିଥିବା ନେଇ ସତ୍ୟପାଠରେ ଦର୍ଶାଯାଇଛି । ରତ୍ନଭଣ୍ଡାର, ବାହର ରତ୍ନଭଣ୍ଡାର ଓ ଚଳନ୍ତି ରତ୍ନଭଣ୍ଡାରରେ ଅଳଙ୍କାର ରହିଛି ।

ଭିତର ରତ୍ନଭଣ୍ଡାରରେ ଥିବା ଅଳଙ୍କାର ମହାପ୍ରଭୁଙ୍କ କୌଣସି କାର୍ଯ୍ୟରେ ଲାଗେ ନାହିଁ । ଭିତର ରତ୍ନଭଣ୍ଡାରରେ ୫୦ କେଜି ୬୦୦ ଗ୍ରାମର ସୁନା ଓ ୧୩୪ କେଜି ୫୦ ଗ୍ରାମର ରୂପା ଅଳଙ୍କାର ରହିଛି । ସେହିପରି ବାହାର ରତ୍ନଭଣ୍ଡାରରେ ୯୫ କେଜି ୩୨୦ ଗ୍ରାମର ସୁନା ଓ ୧୯ କେଜି ୪୮୦ ଗ୍ରାମର ରୂପା ଅଳଙ୍କାର ରହିଛି । ତେବେ ଚଳନ୍ତି ରତ୍ନଭଣ୍ଡାରରେ ୩ କେଜି ୪୮୦ ଗ୍ରାମର ସୁନା ଓ ୩୦ କେଜି ୩୫୦ ଗ୍ରାମର ରୂପା ଅଳଙ୍କାର ରହିଛି । ଶେଷ ଥର ପାଇଁ ୧୯୭୮ ମସିହାରେ ଏହାର ପରିମାଣର ଜାଣିବା ପାଇଁ ଗଣତି ହୋଇଥିଲା । ସେତେବେଳେ ୪୩୬୪ ଭରିର ୩୬୭ ପ୍ରକାର ସୁନା ଅଳଙ୍କାର ରହିଥିଲା । ୧୪ ହଜାର ୮୭୮ ଭରି ୬ ଅଣାର ୨୩୧ ପ୍ରକାରର ରୂପା ଅଳଙ୍କାର ରହିଥିଲା ।

ଏହା ବି ପଢନ୍ତୁ- Ratna Bhandar: ମୁହଁ ବୁଲାଇଲେ ଆଇନମନ୍ତ୍ରୀ, କଂଗ୍ରେସର କଡ଼ା ସମାଲୋଚନା

ଗତ ଶୁଣାଣି ସମୟରେ ରତ୍ନଭଣ୍ଡାର କେବେଠାରୁ ବନ୍ଦ ରହିଛି, କେତେ ସମ୍ପତ୍ତି ଅଛି, ତାର ସ୍ଥିତି ସମ୍ପର୍କରେ ସତ୍ୟପାଠ ଜରିଆରେ ଜବାବ ଦାଖଲ କରିବା ପାଇଁ ହାଇକୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଶ୍ରୀମନ୍ଦିର ଜଗମୋହନ ଓ କୋଣାର୍କ ମନ୍ଦିର ମରାମତି ନେଇ କୋର୍ଟରେ ମଧ୍ୟ ଶୁଣାଣି ହୋଇଥିଲା । ପୁରୀରେ ASIର ଏକ ସ୍ବତନ୍ତ୍ର କାର୍ଯ୍ୟାଳୟ ଖୁବଶୀଘ୍ର ଖୋଲାଯିବ ବୋଲି କୋର୍ଟଙ୍କୁ ଅବଗତ କରିଥିଲେ ଡେପୁଟି ସଲିସିଟର ଜେନେରାଲ । ତେବେ ଗତ ଶୁଣାଣି ସମୟରେ ମାର୍ଚ୍ଚ ୩୧ ସୁଦ୍ଧା ଶ୍ରୀମନ୍ଦିର ଜଗମୋହନ ମରାମତି ଶେଷ ହେବ ବୋଲି ଏଏସ୍‌ଆଇ କୋର୍ଟଙ୍କୁ ଅବଗତ କରାଇଥିଲେ । ଏହା ସହ କୋଣାର୍କ ମନ୍ଦିରର ମରାମତି କାର୍ଯ୍ୟ ଜାରି ରହିଛି ବୋଲି କୋର୍ଟଙ୍କୁ ଅବଗତ କରିଥିଲେ ଏଏସ୍‌ଆଇ।

ଶ୍ରୀମନ୍ଦିର ରତ୍ନ ଭଣ୍ଡାର କେବେଠାରୁ ଖୋଲିନାହିଁ । ଖୋଲା ନଯିବାର କାରଣ କଣ ? ସେ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ସତ୍ୟପାଠ ଜରିଆରେ ଦାଖଲ କରିବା ଲାଗି ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ସେପଟେ ଶ୍ରୀମନ୍ଦିର ଜଗମୋହନ ମରାମତି ଏବଂ କୋଣାର୍କ ମନ୍ଦିର ସୁରକ୍ଷା ସମ୍ପର୍କିତ ମାମଲା ଉପରେ ଆମିକସକ୍ୟୁରି ବା କୋର୍ଟ ମିତ୍ର ତାଙ୍କ ରିପୋର୍ଟ ଦାଖଲ କରିଥିଲେ । ଜଗମୋହନ ମରାମତି କାମ ଚାଲୁଛି ଏବଂ ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ମରାମତି କାମ ଶେଷ ହେବା ନେଇ ଏଏସ୍‌ଆଇ ତାଙ୍କୁ ଜଣାଇଥିବା ସେ ରିପୋର୍ଟରେ ଦର୍ଶାଇଥିଲେ । ସେହିପରି କୋଣାର୍କ ମନ୍ଦିର ସୁରକ୍ଷା ପାଇଁ ମନ୍ଦିର ଭିତରୁ ବାଲି କଢ଼ା ଯିବା କାମ ଆରମ୍ଭ ହୋଇଛି । ତାହା ସମ୍ପୂର୍ଣ୍ଣ ହେଲାପରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେଇହେବ ବୋଲି ପୂର୍ବରୁ ରାଜ୍ୟ ସରକାର ହାଇକୋର୍ଟଙ୍କୁ ଜଣାଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.