ETV Bharat / state

OMSA ନିର୍ବାଚନରେ ରୋକ ଲଗାଇଲେ ହାଇକୋର୍ଟ - ଓଏମଏସଏ ନିର୍ବାଚନରେ ହାଇକୋର୍ଟଙ୍କ ଆଦେଶ

ହାଇକୋର୍ଟ ଆସନ୍ତା ମାର୍ଚ୍ଚ ୧ ତାରିଖରେ ହେବାକୁ ଥିବା OMSA ନିର୍ବାଚନରେ ରୋକ ଲଗାଇଛନ୍ତି । ଅଧିକ ପଢନ୍ତୁ

OMSA ନିର୍ବାଚନ ଉପରେ ରୋକ ଲଗାଇଲେ ହାଇକୋର୍ଟ
OMSA ନିର୍ବାଚନ ଉପରେ ରୋକ ଲଗାଇଲେ ହାଇକୋର୍ଟ
author img

By

Published : Feb 14, 2022, 4:34 PM IST

କଟକ: OMSA(Odisha medical services association) ନିର୍ବାଚନରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ଆସନ୍ତା ମାର୍ଚ୍ଚ ୧ ତାରିଖରେ ନିର୍ବାଚନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏହି ବିଜ୍ଞପ୍ତି ସମ୍ପୂର୍ଣ୍ଣ ବେଆଇନ ଏବଂ ଆଇନର ଉଲ୍ଲଘଂନ କରାଯାଇଥିବା ଆବେଦନକାରୀ କୋର୍ଟରେ ପ୍ରାର୍ଥନା କରିଥିଲେ । ଏହି ଆବେଦନକୁ ଗ୍ରହଣ କରି କୋର୍ଟ ରହିତାଦେଶ ଜାରି କରିଛନ୍ତି ।

OMSA ନିର୍ବାଚନ ଉପରେ ରୋକ ଲଗାଇଲେ ହାଇକୋର୍ଟ

ନିର୍ବାଚନରେ ଅନିୟମିତତା ଦର୍ଶାଇ ପୁରୀ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ପବିତ୍ର ମୋହନ ମଲ୍ଲିକ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର କୌଣସି କ୍ଷମତା ନଥାଇ ଏହି ନିର୍ବାଚନ କମିଟି ଗଠନ କରିଥିଲେ ଏବଂ ଏହି କମିଟି ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ । ଆସନ୍ତା ମାର୍ଚ୍ଚ ୧ ତାରିଖରେ ନିର୍ବାଚନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ତେବେ ଏହି ବିଜ୍ଞପ୍ତି ସମ୍ପୂର୍ଣ୍ଣ ବେଆଇନ ଏବଂ ଆଇନର ଉଲ୍ଲଘଂନ କରାଯାଉଥିବା ନେଇ ଆବେଦନକାରୀ କୋର୍ଟରେ ପ୍ରାର୍ଥନା କରିଥିଲେ । ତେବେ କୋର୍ଟ ଏହି ଆବେଦନକୁ ଗ୍ରହଣ କରି ଅପରପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି । ଏଥିସହ ଏହି ନିର୍ବାଚନ ଉପରେ ରହିତାଦେଶ ଜାରି କରିଛନ୍ତି କୋର୍ଟ । ଆସନ୍ତା ମାର୍ଚ୍ଚ ୧୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.